Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ନରମୁଛି କି ସ୍ୱର ? ତାଲିବାନ ସହ ଆଲୋଚନା କରିବ ଆମେରିକା, ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କଥା ହେବ

9/10/2021 at 10:01 AM

ନୂଆଦିଲ୍ଲୀ, ୦୯/୧୦: ଆଫଗାନିସ୍ତାନରୁ ସୈନ୍ୟ ପ୍ରତ୍ୟାହାର ପରେ ଆମେରିକା ପ୍ରଥମ ଥର ପାଇଁ ତାଲିବାନ ସହ ଆଲୋଚନା ପାଇଁ ପ୍ରସ୍ତୁତ ହୋଇଛି । ଆମେରିକା ବୈଦେଶିକ ମନ୍ତ୍ରାଳୟର କହିବାନୁସାରେ, ଦୋହାରେ ଶନିବାର ଓ ରବିବାର ଆମେରିକା ନେତୃବୃନ୍ଦ ଓ ତାଲିବାନ ମଧ୍ୟରେ ଆଲୋଚନା ହେବ । ଏଥିରେ ଆମେରିକା ୟୁଏସ ନାଗରିକଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ଚାପ ପକାଇବ ବୋଲି ଜଣାପଡିଛି । କେବଳ ଏତିକି ନୁହେଁ, ଆଫଗାନ ମହିଳାଙ୍କ ଅଧିକାର ଓ କୌଣସି ଦେଶ ବିରୋଧରେ ଆତଙ୍କବାଦୀ କାର୍ଯ୍ୟକଳାପରୁ ଯେପରି ତାଲିବାନ ଦୂରେଇ ରୁହେ  ସେନେଇ ମଧ୍ୟ କଥାବାର୍ତ୍ତା ହେବ ।

ଏତତ୍ ବ୍ୟତୀତ ଆଲୋଚନା ହେଲା ପରେ ମଧ୍ୟ ଆମେରିକା ତାଲିବାନକୁ ମାନ୍ୟତା ଦେବ ନାହିଁ ବୋଲି ସ୍ପଷ୍ଟ କରିଛି । ୟୁଏସ ଅଧିକାରୀଙ୍କ କହିବାନୁସାରେ, ତାଲିବାନର କାର୍ଯ୍ୟକଳାପକୁ ଦେଖିବା ପରେ ମାନ୍ୟତା ବାବଦରେ ବିଚାର କରାଯିବ ।

ୟୁଏସ ବୈଦେଶିକ ମନ୍ତ୍ରାଳୟର କହିବାନୁସାରେ, ଆଫଗାନିସ୍ତାନରେ ଫସିଥିବା ଆମେରିକୀୟ ଓ ଅନ୍ୟ ବିଦେଶୀ ନାଗିରକଙ୍କୁ ମୁକୁଳାଇବା ଆଲୋଚନାର ମୁଖ୍ୟ ପ୍ରସଙ୍ଗ ହେବ । ଏହି ପ୍ରସଙ୍ଗକୁ ତାଲିବାନ ଆଗରେ ଜୋର ଦିଆଯିବ ।

ସୂଚନାଯୋଗ୍ୟ, ଆଫଗାନିସ୍ତାନ ଏବେ ଗୁରୁତର ସଙ୍କଟ ଦେଇ ଗତି କରୁଛି । ବ୍ୟାଙ୍କରୁ ସମସ୍ତ ଫଣ୍ଡ୍ ଶେଷ ହୋଇଯାଇଛି । ରୋଗ ଓ ବ୍ୟାଧି ବ୍ୟାପିବାରେ ଲାଗିଛି । କୌଣସି ଅନ୍ତରାଷ୍ଟ୍ରୀୟ ସଙ୍ଗଠନ ଆଫଗାନିସ୍ତାନରେ ତାଲିବାନ ଭୟ କାରଣରୁ ସହଯୋଗ ପହଁଚାଇ ପାରୁନାହାଁନ୍ତି ।  

   Related Posts