Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ପାକିସ୍ତାନର ନକଲି ପାଇଲଟ୍: ୟୁରୋପୀୟ ଦେଶ ପରେ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସର ଉଡାଣ ଉପରେ ରୋକ୍ ଲଗାଇଲା ଆମେରିକା

10/07/2020 at 4:46 PM

ନୂଆଦିଲ୍ଲୀ ୧୦।୦୭: ୟୁରୋପୀୟ ଦେଶ ପରେ ଏବେ ଆମେରିକା ମଧ୍ୟ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ(PIA)ର ଉଡାଣ ଉପରେ ରୋକ୍‌ ଲଗାଇଛି। ପାଇଲଟ୍‌ଙ୍କ ନକଲି ଲାଇସେନ୍ସ ଓ ସୁରକ୍ଷା ବ୍ୟବସ୍ଥାରେ ଅଭାବ କାରଣରୁ ଆମେରିକା ପିଆଇଏର ବିମାନକୁ ନିଜର ଆକାଶ କ୍ଷେତ୍ରରେ ଉଡାଣ ଭରିବାକୁ କଟକଣା ଜାରି କରିଛି।

ଜିଓ ନ୍ୟୁଜ୍‌ର ଖବର ଅନୁଯାୟୀ, ଆମେରିକୀ ପ୍ରଶାନର ନିଷ୍ପତ୍ତି ଅନୁଯାୟୀ, ପିଆଇଏ ନିଜର ବିମାନକୁ ଏବେ ଆମେରିକାକୁ ଉଡାଣ ଭରି ପାରିବ ନାହିଁ। ଆମେରିକାର  ବିମାନ ପ୍ରାଧୀକରଣ କହିଛି ଯେ, ପିଆଇଏର ସମସ୍ତ ବିମାନ ଉପରେ ପ୍ରତିବନ୍ଧକ ଲଗାଯାଇଛି। ପିଆଇଏ କଟକଣା ବିଷୟରେ ସୂଚନା ଦେଇ କହିଛି ଯେ, ଏହି ସମ୍ବନ୍ଧରେ ଆମେରିକା ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏକ ମେଲ୍‌ ମିଳିଛି।

ଗୋଟିଏ ଦିନ ପୂର୍ବେ ୟୁରୋପୀୟ ୟୁନିୟନ୍‌ ଏଭିଏସନ ସେଫ୍‌ଟି ଏଜେନ୍ସି(ଇଏଏସଏ) ପାକିସ୍ତାନ ସରକାରର ବିମାନ କମ୍ପାନୀ ଉପରେ ଛଅ ମାସ ପାଇଁ କଟକଣା ଲାଗୁ କରିଛି। ବ୍ରିଟେନ୍‌ ନିଜର ତିନୋଟି ବିମାନ ବନ୍ଦରରେ ପିଆଇଏକୁ ନିଷେଧ କରିଛି। ଅନ୍ୟପକ୍ଷେ ଭିଏତନାମ ନିଜ ଦେଶରେ କାମ କରୁଥିବା ସମସ୍ତ ପାକିସ୍ତାନୀ ପାଇଲଟ୍‌ଙ୍କ ଉପରେ ରୋକ୍‌ ଲଗାଇଛି। ଏହି ପରି ମାଲେସିଆ ମଧ୍ୟ ପାକିସ୍ତାନ ଲାଇସେନ୍ସଧାରୀ ପାଇଲଟ୍‌ଙ୍କ ଉପରେ ଅସ୍ଥାୟୀ କଟକଣା ଜାରି କରିଛି। ୟୁଏଇ ମଧ୍ୟ ପାକିସ୍ତାନୀ କର୍ମଚାରୀଙ୍କ ଯାଞ୍ଚ ଆରମ୍ଭ କରିଛି।

ଆତଙ୍କବାଦ ସହିତ ଅନେକ ପ୍ରସଙ୍ଗକୁ ନେଇ ଦୁନିଆରେ ନିଜର ଛବିକୁ ମଳିନ କରିଥିବା  ପାକିସ୍ତାନ ପାଇଁ ଏହା ଆଉ ଏକ ଦାଗ। ସରକାରୀ କମ୍ପାନୀ ନକଲି ଓ ସନ୍ଦିଗ୍ଧ ଲାଇସେନ୍ସ କାରଣରୁ ନିଜର ଏକ ତୃତୀୟାଂଶ ପାଇଲଟ୍‌ଙ୍କୁ ହଟାଇ ଦେଇଛି।

ଉଲ୍ଲେଖଯୋଗ୍ୟ, ପାକିସ୍ତାନ ସରକାରଙ୍କ ତଦନ୍ତରେ ଦେଶରେ ଥିବା ୮୬୦ ସକ୍ରିୟ ପାଇଲଟ୍‌ଙ୍କ ମଧ୍ୟରୁ ୨୬୨ ପାଇଲଟ୍‌ଙ୍କ ଲାଇସେନ୍ସ ନକଲି ମିଳିଥିଲା। ଏହି ସବୁ ପାଇଲଟ୍‌ ପରୀକ୍ଷାରେ କପି କରି ପାସ୍‌ କରିଥିଲେ। ଏଥିରୁ ଅର୍ଦ୍ଧାଧିକ ପିଆଇଏରେ ପାଇଲଟ୍‌ ଥିଲେ। ଏହା ପରେ କମ୍ପାନୀ ୪୩୪ ପାଇଲଟ୍‌ଙ୍କ ମଧ୍ୟରୁ ୧୪୧ ଜଣଙ୍କୁ ତୁରନ୍ତ ହଟାଇ ଦେଇଛି। କରୋନା ଭାଇରସ୍‌ କାରଣରୁ ଏବେ ବହୁତ ସୀମିତ ସଂଖ୍ୟାରେ ବିମାନ ସଞ୍ଚାଳନ ହେଉଛି। ଲକ୍‌ଡାଉନ୍‌ ପରେ ଅନ୍ତରାଷ୍ଟ୍ରୀୟ ଉଡାଣ ପୁନର୍ବାର ଆରମ୍ଭ ହେବା ମାତ୍ରେ ପିଆଇଏର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୯୮ ଜଣଙ୍କ ପ୍ରାଣହାନୀ ଘଟିଥିଲା। ପାଇଲଟ୍‌ଙ୍କ ତ୍ରୁଟି କାରଣରୁ ବିମାନ ଦୁର୍ଘଟଣାର ଶିକାର ହୋଇଥିବା ତଦନ୍ତରୁ ଜଣା ପଡିଥିଲା।

   Related Posts