Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ଭାରତୀୟଙ୍କୁ ଆମେରିକା ସର୍ଜନ ଜେନେରାଲଙ୍କ ପରାମର୍ଶ, ଗୁଜବରୁ ରୁହନ୍ତୁ ଦୂରରେ ‘ଭୂତାଣୁ ଠାରୁ ବି ଏହା ମାରାତ୍ମକ’

17/05/2021 at 5:20 PM

ୱାସିଂଟନ : ଆମେରିକା ସର୍ଜ୍ଜନ ଜେନେରାଲ ବିବେକ ମୂର୍ତ୍ତି ଭାରତୀୟଙ୍କୁ କରୋନା ଭାଇରସ ମହାମାରୀକୁ ନେଇ ବ୍ୟାପୁଥିବା ଗୁଜବରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି। ସେ ନିଜେ ଜଣେ ଭାରତୀୟ ଆମେରିକୀୟ ଏଣୁ ଭାରତୀୟଙ୍କ ନାମରେ ଦେଇଥିବା ବାର୍ତ୍ତାରେ ସଂକଟର ଏହି କ୍ଷଣରେ ଗୁଜବ ବିନାଶକାରୀ ସାବ୍ୟସ୍ତ ହୋଇପାରେ ବୋଲି ସତର୍କ କରିଛନ୍ତି। ଡା.ମୂର୍ତ୍ତି ତାଙ୍କ ବାର୍ତ୍ତାରେ ଆପଣ ସୋସିଆଲ ମିଡିଆରେ ଯାହା ସବୁ ଦେଖୁଛନ୍ତି ଓ ପଢୁଛନ୍ତି ତାକୁ ଫରୱାର୍ଡ କରିବା ପୂର୍ବରୁ ସେ ସବୁର ସତ୍ୟତା ନିଶ୍ଚିତ ଜାଣିବାକୁ ଚେଷ୍ଟା କରନ୍ତୁ ବୋଲି କହିଛନ୍ତି।

ସର୍ଜ୍ଜନ ଜେନେରାଲ କହିଛନ୍ତି ଯେ ତ୍ରୁଟିପୂର୍ଣ୍ଣ ସୂଚନା ହିଁ ଏକ ଗୁରୁତର ଭାଇରସ। ଏଥିରୁ ଲୋକେ କ୍ଷତିଗ୍ରସ୍ତ ହୁଅନ୍ତି। ଭାରତ ଏବେ କରୋନା ଭାଇରସ ମହାମାରୀର ଦ୍ୱିତୀୟ ଲହରର ସମ୍ମୁଖୀନ ହୋଇଛି। ଏଥିରେ ଗୁଜବ ପରିସ୍ଥିତିକୁ ଅଧିକ ଜଟିଳ କରିପାରେ ବୋଲି ସେ କହିଛନ୍ତି। ଭାରତୀୟଙ୍କୁ ପରାମର୍ଶ ଦେଇ ଡା.ମୂର୍ତ୍ତି ହ୍ୱଟସ୍‌ ଏପ ଭଳି ଆପ୍ଲିକେସନ ଲୋକଙ୍କୁ ପରସ୍ପର ସହ ସଂଯୁକ୍ତ ହେବା ଲାଗି ପ୍ଲାଟଫର୍ମ ବୋଲି କହିଛନ୍ତି। ତେବେ ଏଥିରେ ଭୁଲ ସୂଚନା ମଧ୍ୟ ପ୍ରସାର କରାଯାଇପାରେ।

ହେଲେ ଏଥିରେ ସ୍ରୋତର ଭୂମିକା ମଧ୍ୟ ରହିଛି। ଆପଣ ଯେଉଁ ତଥ୍ୟ ଉପରେ ଭରସା କରିପାରୁଛନ୍ତି ତାହା କେଉଁଠାରୁ ଆସିଛି ତାର ସନ୍ଧାନ ନିଅନ୍ତୁ ଓ ପରେ ଅନ୍ୟମାନଙ୍କ ପାଖକୁ ଫରୱାର୍ଡ କରନ୍ତୁ ବୋଲି କହିଛନ୍ତି। ମହାମାରୀର ଏହି କଠିନ ସମୟରେ ଯଦି ଆପଣ ଗୋଟିଏ ବି ଫେକ୍‌ ନ୍ୟୁଜର ପ୍ରସାର ରୋକି ଦେଇପାରନ୍ତି ତେବେ ପରିସ୍ଥିତିକୁ ଅନେକାଂଶରେ ଆୟତ୍ତ କରାଯାଇପାରେ ।

କରୋନା ଭାଇରସର ସର୍ବାଧିକ ପ୍ରକୋପ ଆମେରିକା ଓ ଏବେ ଭାରତ ଉପରେ ପଡିଛି। ଏଥିରେ ଏହା ମଧ୍ୟ ସତ୍ୟ ଫେକ୍‌ ଓ ଭ୍ରମାତ୍ମକ ଖବର ସରକାରଙ୍କୁ ଦୁର୍ବଳ କରିଛି। ମାସ୍କରୁ ଆରମ୍ଭ କରି ଭାକ୍ସିନ ପର୍ଯ୍ୟନ୍ତ ସବୁ ବିଷୟରେ ସୋସିଆଲ ମିଡିଆରୁ ଭ୍ରମାତ୍ମକ ସୂଚନା ବ୍ୟାପିଛି। ଏଣୁ ଏଭଳି କ୍ଷେତ୍ରରେ ଗୁଜବ ପ୍ରତିସାବଧାନ ରହିବାକୁ ସେ ପରାମର୍ଶ ଦେଇଛନ୍ତି। ଗୁଜବ ଶୁଣନ୍ତୁନି କି ଏହାର ପ୍ରସାର କରନ୍ତୁନି ବୋଲି ସେ କହିଛନ୍ତି।    

   Related Posts