Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

ଦକ୍ଷିଣ ଚୀନ ସାଗରରେ ଆମେରିକାର ବିରାଟ ଯୁଦ୍ଧ ଜାହାଜ ‘ୟୁଏସ ସୁପରକ୍ୟାରିୟର’, ଡ୍ରାଗନର ନୌସେନାକୁ ଚେକ୍‌ ଦେବା ଟାର୍ଗେଟ୍

4/07/2020 at 7:18 PM

ନୂଆଦିଲ୍ଲୀ ୦୪।୦୭: ଲଦାଖରେ ଭାରତ ସହିତ ବିବାଦ କରୁଥିବା ଚୀନର ଦକ୍ଷିଣ ଚୀନ ସାଗରରେ ଆମେରିକା ସହିତ ଉତ୍ତେଜନା ବଢିବାରେ ଲାଗିଛି। ଡ୍ରାଗନର ବିସ୍ତାରବାଦୀ ଆଭିମୁଖ୍ୟକୁ ଦୃଷ୍ଟିରେ ରଖି ଆମେରିକା ନୌସେନା ଦକ୍ଷିଣ ଚୀନ ସାଗରରେ ଦୁଇଟି ଆଣବିକ ସଂପନ୍ନ ଯୁଦ୍ଧବିମାନ ବାହକ ଜାହାଜ ୟୁଏସଏସ ନିମିତିଜ୍ ଓ ୟୁଏସଏସ ରୋନାଲ୍ଡକୁ ଅଗ୍ରଣୀ ମୋର୍ଚ୍ଚାରେ ମୁତୟନ କରିଛି। ଦକ୍ଷିଣ ଚୀନ ସାଗରରେ ଏହି ଦୁଇ ଜାହାଜ ଯୁଦ୍ଧାଭ୍ୟାସ୍‌ କରିବେ। ଆମେରିକାର ଏହି ସୁପରକ୍ୟାରିୟର ଲୁଜାନ ଷ୍ଟ୍ରେଟ୍‌ ଅତିକ୍ରମ କରିଛି। ଏହା ତାଇଓ୍ଵାନ ଓ ଫିଲିପାଇନ୍ସର ଲୁଜୋନ ଦ୍ଵୀପ ମଧ୍ୟରେ ଜଳଡମରୁମଧ୍ୟ ଫିଲିପିନ ସାଗରକୁ ଦକ୍ଷିଣ ଚୀନ ସାଗରକକୁ ସଂଯୋଗ କରୁଛି।

ବେଜିଂର ପିପୁଲ୍ସ ଲିବେରେସନ ଆର୍ମିର ନୌସେନା ଓ୍ଵାଶିଂଟନ ଓ ପଡୋଶୀ ଦେଶକୁ ଜବାବ ଦେବାକୁ ଯାଇ ଦକ୍ଷିଣ ଚୀନ ସାଗରର ବିବାଦୀୟ ଜଳରାଶିରେ ସମରାଭ୍ୟାସ୍ କରିଥିଲା। ଚୀନର ଏହି ଆଭିମୁଖ୍ୟ ପରେ ଆମେରିକା ତାର ଯୁଦ୍ଧା ଜାହାକୁ ଏହି ଅଞ୍ଚଳକୁ ପଠାଇଛି। ଆମେରିକା ନୌସେନା କହିଛି ଯେ, ଦକ୍ଷିଣ ଚୀନ ସାଗରରେ ଓ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଅବାଧ ଚଳାଚଳ ପାଇଁ ଏହି ପଦକ୍ଷେପ ନିଆଯାଇଛି।

ୟୁଏଏସ ରୋନାଲ୍ଡ ରିଗନର କମାଣ୍ଡର ରିୟର ଆଡମିରାଲ ଜର୍ଜ ଏମ ଓ୍ଵିକଫ କହିଛନ୍ତି ଯେ, ଆମେ ଏହା ସୁନିଶ୍ଚିତ କରିବାକୁ ଚାହୁଁଛୁ ଯେ ପଡୋଶୀ ଏବଂ ମିତ୍ର ଦେଶଙ୍କ ସୁରକ୍ଷା ଏବଂ ଦକ୍ଷିଣ ଚୀନ ସାଗରରେ ଚଳାଚଳକୁ ସୁନିଶ୍ଚିତ କରିବା ପାଇଁ ଆମେରିକା ପ୍ରତିବଦ୍ଧ।  

ଉଲ୍ଲେଖଯୋଗ୍ୟ, ଚୀନ ଦକ୍ଷିଣ ଚୀନ ସାଗରର ୯୦ ପ୍ରତିଶତ ଅଞ୍ଚଳ ନିଜର ବୋଲି ଦାବି କରି ଆସୁଛି। ଏହି ଅଞ୍ଚଳରେ ନାଲିଆଖି ଦେଖାଇ ଚୀନ ନିଜର ଦାଦାଗିରି ଚଳାଇ ଆସିଛି। ବର୍ଷକୁ ଦକ୍ଷିଣ ଚୀନ ସାଗର ଦେଇ ପ୍ରାୟ ୩ ଟ୍ରିଲିୟନ ବାଣିଜ୍ୟ କାରବାର ହୋଇଥାଏ। ଗତ ଏକ ଦଶନ୍ଧି ହେବ ବେଜିଂ ଦକ୍ଷିଣ ଚୀନ ସାଗରରେ ମାନବକୃତ ଦ୍ଵୀପପୁଞ୍ଜ ନିର୍ମାଣ କରିଛି ଏବଂ ସେଠାରେ ସାମରିକ ଶକ୍ତି ବୃଦ୍ଧି କରିବାରେ ଲାଗିଛି। ଏପରିକି ଏୟାରଫିଲ୍ଡ ମଧ୍ୟ ନିର୍ମାଣ କରିଛି।

ଦକ୍ଷିଣ ଚୀନ ସାଗରକୁ ନେଇ ଚୀନର ବ୍ରୁନେଇ, ମାଲେସିଆ, ଫିଲିପାଇନ୍ସ ଏବଂ ଭିଏତନାମ ସହିତ  ବିବାଦ ରହିଛି। ଚୀନ ଏହି ସବୁ ଦେଶର ଭାଗକୁ ମଧ୍ୟ ନିଜର ବୋଲି ଦାବି କରୁଛି। ଏପରିକି ବେଜିଂର ୨୧ ଦେଶ ସହିତ ସୀମା ବିବାଦ ରହିଛି।

ସଂପ୍ରତି ପୂର୍ବ ଲଦାଖରେ ଭାରତ-ଚୀନ ସଂଘର୍ଷ ସବୁଠୁ ବଡ ଘଟଣା ରହିଛି। ଚୀନ ଗଲଓ୍ଵାନ ଉପତ୍ୟକା ନିଜର  ବୋଲି ଦାବି କରୁଛି। ଏଲଏସିରେ ବ୍ୟାପକ ସୈନ୍ୟ ସହିତ ଯୁଦ୍ଧାସ୍ତ୍ର ଠୁଳ କରୁଛି। ଅନ୍ୟପଟେ ଭାରତ ମଧ୍ୟ ପ୍ରତିଜବାବରେ ପୂର୍ବଲଦାଖର ୧୫୯୭ କିଲୋମିଟରର ଲମ୍ବା ଏଲଏସିରେ ବ୍ୟାପକ ସଂଖ୍ୟାରେ ସୈନ୍ୟ ମୁତୟନ କରିବା ସହିତ ବାୟୁସେନାଜୁ ଜାଗତିଆର କରିଛି।

ଲଦାଖ ପ୍ରସଙ୍ଗରେ ଆମେରିକା ଓ ଜାପାନ ଖୋଲାଖୋଲି ଭାରତକୁ ସମର୍ଥନ କରିଛନ୍ତି। ବିସ୍ତାରବାଦୀ ଚୀନକୁ ପାନେ ଦେବାକୁ ଭାରତ ସହିତ ଏହି ଦୁଇ ଶକ୍ତିଶାଳୀ ରାଷ୍ଟ୍ର ଆଗକୁ ଆସିଛନ୍ତି। ଏହି ସବୁ ଦିଗକୁ ଦୃଷ୍ଟିରେ ରଖି ଆମେରିକା ଦକ୍ଷିଣ ଚୀନ ସାଗରରେ ବେଜିଂକୁ ଘେରିବାକୁ ପ୍ରସ୍ତୁତ ହୋଇ ରହିଛି।  ଜାପାନ ସହିତ ମଧ୍ୟ ଚୀନର ଗଭୀର ବିବାଦ ରହିଛି।

   Related Posts