Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ପାହାଡ ଉପରେ ଭାରତ ପ୍ରସ୍ତୁତ ତ ସମୁଦ୍ରରେ ଘେରିଲା ଆମେରିକା, ଫସିଲା ଚୀନ

26/06/2020 at 9:08 PM

ନୂଆଦିଲ୍ଲୀ ୨୬।୦୬: ପ୍ରଥମେ କରୋନା ଭୂତାଣୁ ଉପରେ ବିଶ୍ଵବାସୀଙ୍କୁ ଅନ୍ଧକାରରେ ରଖିବା କାରଣରୁ ବିଶ୍ଵ ଦରବାରରେ ନିନ୍ଦିତ ଚୀନ ଏବେ ନିଜର ଆକ୍ରମଣାତ୍ମକ ରଣନୀତିକୁ ନେଇଫସି ଯାଇଛି। ଗୋଟିଏ ପଟେ ଲଦାଖରେ ଭାରତୀୟ ସେନା ଚୀନକୁ ବଢିବାକୁ ନଦେବା ସହିତ ମୁହଁତୋଡ ଜବାବ ଦେଉଥିବା ବେଳେ ଅନ୍ୟପଟେ ପ୍ରଶାନ୍ତ ମହାସାଗରରେ ଆମେରିକା ନୌସେନାର ତିନି  ଜାହାଜ ମୁତୟନ ଡ୍ରାଗନର ଚିନ୍ତାକୁ ବଢାଇ ଦେଇଛି। ଅନ୍ୟପକ୍ଷେ ଆମେରିକା ବୈଦେଶିକ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ଏସିଆରେ ଆମେରିକା ସୈନିକଙ୍କ ଉପସ୍ଥିତି ବୃଦ୍ଧି କରାଯାଉଛି। ଏହା ପୂର୍ବରୁ ତିନି ଆମେରିକୀ ଜାହାଜ ତିନି ବର୍ଷ ପୂର୍ବେ ପ୍ରଶାନ୍ତ ମହାସାଗରରେ ଓହ୍ଲାଇଥିଲା। ସେହି ସମୟରେ ଉତ୍ତର କୋରିଆ ସହ ଆମେରିକାର ଉତ୍ତେଜନା ଚରମରେ ଥିଲା।

ଆମେରିକା ନୌସେନାର ଜାହାଜ ମୁତୟନ ଭାରତ-ଚୀନ ସୀମାରେ ବଢିଥିବା ଉତ୍ତେଜନା କାରଣରୁ ହୋଇ ନାହିଁ। ମାତ୍ର ଏହା ଚୀନ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଅନ୍ୟପଟେ ଲଦାଖରେ ଚୀନକୁ ଭାରତ ମୁହଁତୋଡ ଜବାବ ଦେଉଛି।  ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ୍ ପାମ୍ପିଓ କହିଛନ୍ତି, ଭାରତ, ମାଲେସିଆ, ଇଣ୍ଡୋନେସିଆ ଓ ଫିଲିପାଇନ୍ସ ପରି ଦେଶ ସହିତ ଚୀନର ବଢୁଥିବା ବିପଦର ମୁକାବିଲା ପାଇଁ ଆମେରିକା ନିଜ ସେନା ମୁତୟନ ଉପରେ ସମୀକ୍ଷା କରୁଛି। ଏହା ପରେ ଆମେରିକା ସେନକୁ ଉଚିତ୍ ଜାଗାରେ ମୁତୟନ କରାଯାଇ ପାରିବ।

ପ୍ରଶାନ୍ତ ମହାସାଗରରେ ଆମେରିକାର ଯୁଦ୍ଧ ଜାହାଜ ମୁତୟନ ଚୀନ ପ୍ରତି ଏକ ଦୃଢ ସନ୍ଦେଶ। ଗୋଟିଏ ଯୁଦ୍ଧ ଜାହାଜ ୟୁଏସର ପ୍ରଶାନ୍ତ କୂଳ, ଦ୍ଵିତୀୟ ଫିଲିପାଇନ୍ସ ନିକଟରେ ଏବଂ ତୃତୀୟ ଭିଏତନାମ ନିକଟରେ ମୁତୟନ କରାଯାଇଛି। ପେଙ୍ଗାଗନର ଏସିଆ-ପ୍ରଶାନ୍ତ ସେଣ୍ଟର ଫୌର ଷ୍ଟଡିଜ୍‌ର ପ୍ରଫେସର ମୋହନ ମଲିକ କହିଛନ୍ତି, ଏହି ଲୋକେସନର ଅର୍ଥ ଯୁଦ୍ଧ ସ୍ଥିତିରେ ଏହି ଜାହାକୁ ମଲକା ଜଳଡମରୁମଧ୍ୟ ଏବଂ ବଙ୍ଗୋପ ସାଗରରେ ମୁତୟନ କରାଯାଇ ପାରିବ।

ୟୁଏସଏସ ରୁଜଭଲ୍ଟ ଏକ ସୁପର କ୍ୟାରିୟର ଯାହା ଭାରତ ଓ ଚୀନର ଯୁଦ୍ଧ ଜାହାଜ ତିନି ଗୁଣ ବଡ। ଏହି ଯୁଦ୍ଧ ସମୂହରେ କ୍ରୁଜର, ବିଧ୍ଵଂସକ ସ୍କ୍ଵ୍ରାଡନ ଏବଂ ବୁଡାଜାହାଜ ସାମିଲ। ପୂର୍ବ ପ୍ରଶାନ୍ତ ମହାସାଗରରେ ବିମାନବାହକ ପୋତୋ ପଠାଇ ଆମେରିକା ଭାରତ ବିରୋଧରେ ଚୀନ ଓ ପାକିସ୍ତାନର ମୋର୍ଚ୍ଚାକୁ ରୋକି ପାରିବ।

ମଲିକ କହିଛନ୍ତି, ଆମେରିକା ଓ  ଚୀନ ମଧ୍ୟରେ ଶୀତଳ ଯୁଦ୍ଧରେ ଭାରତ ଏକ ଅଗ୍ରଣୀ ଦେଶ। ଭାରତ ସହିତ ସୀମାରେ ଚୀନର ସୈନ୍ୟ ଚାପ ସ୍ପଷ୍ଟ କରୁଛି ଯେ, ଭାରତର ଶକ୍ତି ବଢିଛି ଯାହାକୁ ଚୀନ ସହ୍ୟ କରି ପାରୁ ନାହିଁ। ବେଜିଂ ଭାରତରେ ଶାନ୍ତ ବାତାବରଣକୁ ଖରାପ କରିବାକୁ ଚାହୁଁଛି।

   Related Posts