Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ଆମେରିକାର ଅଧ୍ୟୟନ, ନେତା-ସାମ୍ବାଦିକ ନିଜର ଫାଇଦା ପାଇଁ ସୁଶାନ୍ତଙ୍କ ମୃତ୍ୟୁ କେସ୍‌କୁ ହତ୍ୟାର ରୂପ ଦେଲେ

7/10/2020 at 4:53 PM

ନୂଆଦିଲ୍ଲୀ ୦୭।୧୦: ଟୁଇଟ୍ସ, ୟୁଟ୍ୟୁବ୍ ଭିଡିଓ ଓ ଟ୍ରେଣ୍ଡ୍ସକୁ ଅଧ୍ୟୟନ  କଲେ ଜଣା ପଡୁଛି ଯେ, ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ କେସ୍‌ରେ ‘ମର୍ଡର ଥିଓରୀ’କୁ କିଛି ନିହିତ ରାଜନେତା, ସାମ୍ବାଦିକ ଓ ମିଡିଆ ଉଦ୍ୟୋଗ ନିଜର ଫାଇଦା ପାଇଁ ବ୍ୟବହାର କରିଛନ୍ତି, ଯେଉଁଥିରେ ଅଧିକରୁ ଅଧିକ ନିଜ ଚ୍ୟାନେଲକୁ ଫାଇଦା ମିଳିବ।

ମିସିଗନ ବିଶ୍ଵ ବିଦ୍ୟାଳୟର ଜଣେ ସହାୟକ ପ୍ରଫେସରଙ୍କ ନେତୃତ୍ଵରେ ଗବେଷକଙ୍କ ଏକ ଦଳ ଏହି ଅଧ୍ୟୟନନ କରିଛନ୍ତି। ଅଧ୍ୟୟନରେ ଦର୍ଶାଯାଇଛି ଯେ, ଯେଉଁ ଲେଖା ହତ୍ୟା କାହାଣୀକୁ ପ୍ରସାରଣ କରିଛନ୍ତି ତାହା ଆତ୍ମହତ୍ୟା ଥିଓରୀଠୁ ଅଧିକ ଆଦୃତ ହୋଇଛି। “Anatomy of a Rumors: Social Media and Suicide of Sushant Singh Rajput” ଶୀର୍ଷକ ଏହି ପ୍ରି-ପ୍ରିଣ୍ଟ ଅଧ୍ୟୟନରେ ଦର୍ଶାଯାଇଛି ରାଜନେତାଙ୍କ ସୋସିଆଲ ଆକାଉଣ୍ଟ ସୁଶାନ୍ତ ସିଂହ ରାଜପୁତଙ୍କ କେସ୍‌ରେ ଘଟଣାକୁ ଆତ୍ମହତ୍ୟାରୁ ହତ୍ୟାର ରୂପ ଦେବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିଭାଇଛି। ଗବେଷକଙ୍କ ଦଳ ପ୍ରାୟ ୭୦୦୦ ୟୁଟ୍ୟୁବ୍ ଭିଡିଓ ଓ ୧୦ ହଜାର ଟୁଇଟର ବିଶ୍ଳେଷଣ କରିଛନ୍ତି, ଯାହା ପ୍ରାୟ ୨୦୦୦ ସାମ୍ବାଦିକ ଓ ମିଡିଆ ହାଉସ୍‌ ଓ ୧୨୦୦ ରାଜନେତାଙ୍କ ସହ ସମ୍ବନ୍ଧିତ ଥିଲା।

ଅଧ୍ୟୟନରେ ଇସାରା କରାଯାଇଛି ଯେ, ରାଜନେତା ଆରମ୍ଭରୁ ଏହି କେସ୍‌କୁ ଆତ୍ମହତ୍ୟା ଜାଗାରେ ହତ୍ୟା ଭାବେ ଉପସ୍ଥାପନ କରିବାରୁ ଏହା ହତ୍ୟାର ରୂପ ନେଇଥିଲା। ଏହା ପରେ ଗଣମାଧ୍ୟମ ହତ୍ୟାକୁ ନେଇ ଖବର ପ୍ରସାରଣ କରିଥିଲା। ଅଧ୍ୟୟନରେ କରାଯାଇଥିବ ବିଶ୍ଳେଷଣ ଅନୁଯାୟୀ, ରାଜନୈତିକ ଆକାଉଣ୍ଟ ଜୁଲାଇର ମଧ୍ୟଭାଗରେ ସିବିଆଇ ତଦନ୍ତ ଦାବି ନେଇ ପ୍ରୟାସ ଆରମ୍ଭ କରିଥିଲେ। ଅଗଷ୍ଟ ମାସରେ ସାମ୍ବାଦିକ ମହାରାଷ୍ଟ୍ର ସରକାର ବିରୋଧରେ ଖବର ପ୍ରସାରଣ କରିଥିଲେ। ଅଧ୍ୟୟନରେ ଏହା ମଧ୍ୟ କୁହାଯାଇଛି ରିୟା ଚକ୍ରବର୍ତ୍ତୀ, ଆଦିତ୍ୟ ଠାକରେ, ଦିଶା ସାଲିଆନ ଓ ସଲମାନ ଖାନ ଏହି ପୂରା ପ୍ରକରଣରେ ଅପପ୍ରଚାରକଙ୍କ ସବୁଠୁ ଅଧିକ ଟାର୍ଗେଟ୍‌ରେ ଥିଲେ।

   Related Posts