କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ଟ୍ରମ୍ପଙ୍କୁ ମୋଦି ଅନୁରୋଧ କରିଥିଲେ ବୋଲି କାହିଁକି ମିଛକଥା କହିଲେ ଆମେରିକାର ରାଷ୍ଟ୍ରପତି? ଚାରିଆଡେ ହୁଲୁସ୍ତୁଲୁ

Published By : Prameya-News7 Bureau | July 23, 2019 IST

ନୂଆଦିଲ୍ଲୀ୨୩|୭: ଦୁଇ ସପ୍ତାହ ତଳେ ମୁଁ ମୋଦିଙ୍କ ସହ ଥିଲି, ସେ ମୋତେ କହିଲେ ଆପଣ ମଧ୍ୟସ୍ଥତା କରିବେ କି, ମୁଁ ପଚାରିଲି କଣ ପାଇଁ, ମୋଦି କହିଲେ 'କାଶ୍ମୀର' । ଏମିତି କହିଛନ୍ତି ଡୋନାଲ୍ଡ ଟ୍ରମ୍ପ, ଆମେରିକାର ରାଷ୍ଟ୍ରପତି ।

{"id":136658}

ହେଲେ ସେ କହୁ କହୁ କହିଦେଲେ ନା ଜାଣିଶୁଣି କହିଲେ। ନା ପାଖରେ ବସିଥିବା ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ଭୁଲେଇବା ପାଇଁ କହିଲେ । କିନ୍ତୁ ଯାହା କହିଲେ ଆଖା ଇଣ୍ଡିଆ ହୁଲସ୍ତୁଲ। ଲୋକସଭାରୁ ରାଜ୍ୟସଭା ହୁଲସ୍ତୁଲ। କାଶ୍ମୀରରେ ମଧ୍ୟସ୍ଥତା କରିବାକୁ ଟ୍ରମ୍ପ ଆଗ୍ରହୀ ଆଉ ମୋଦି ବି କୁଆଡ଼େ ତାଙ୍କୁ ଏମିତି ଅନୁରୋଧ କରିଥିଲେ। କାଶ୍ମୀର ପ୍ରସଙ୍ଗରେ ଟ୍ରମ୍ପଙ୍କ ଏହି ବୟାନକୁ ଗଣ୍ଠି କରି ବିରୋଧୀ ପ୍ରଧାନମନ୍ତ୍ରୀ ମୋଦିଙ୍କଠାରୁ ଜବାବ ମାଗିଛନ୍ତି । ଏପରିକି ମୋଦିଙ୍କୁ ଘେରିଛନ୍ତି ରାହୁଲ ଗାନ୍ଧି, ଟ୍ବିଟ କରି ସନ୍ଦେହ ମୋଚନ କରିବାକୁ ଆହ୍ବାନ ଦେଇଛନ୍ତି। 

{"id":136659}

   

ବିରୋଧୀଙ୍କ ହଙ୍ଗାମା ପରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍  ଜୟଶଙ୍କର ରାଜ୍ୟସଭାରେ ଜବାବ ରଖି କହିଛନ୍ତି, କାଶ୍ମୀର ପ୍ରସଙ୍ଗ ନେଇ ଭାରତ ଏବଂ ପାକିସ୍ତାନ ଭିତରେ କୌଣସି ତୃତୀୟ ପକ୍ଷର ସ୍ଥାନ ନାହିଁ । ପ୍ରଧାନମନ୍ତ୍ରୀ ମୋଦି କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ କେବେ ବି ଟ୍ରମ୍ପଙ୍କୁ ପ୍ରସ୍ତାବ ଦେଇନାହାନ୍ତି । କାଶ୍ମୀର ସମସ୍ୟାର ସମାଧାନ କେବଳ ଦ୍ବିପାକ୍ଷିକ ଆଲୋଚନାରେ ହିଁ ହେବ, ତେବେ ଆତଙ୍କବାଦ ଉପରେ ଲଗାମ ନଲାଗିବା ଯାଏ ପାକିସ୍ତାନ ସହ ଆଲୋଚନା ହେବ ନାହିଁ ବୋଲି ବିଦେଶ ମନ୍ତ୍ରୀ ଗୃହରେ କହିଛନ୍ତି ।

{"id":136660}

ଟ୍ରମ୍ପଙ୍କ ଏହି କଜଳପାତିଆ ଭଦରଲୋକି ଆମେରିକାକୁ ଅଡୁଆରେ ପକାଇଛି। ଟ୍ରମ୍ପଙ୍କ ଏଭଳି ବୟାନ ସଂପୂର୍ଣ୍ଣ ଅଯଥା , ଆପତ୍ତିଜନକ ଏବଂ ପିଲାଳିଆମି ବୋଲି ଆମେରିକୀୟ ସାଂସଦମାନେ କହିଛନ୍ତି । ଏପରିକି ଆମେରିକ ଦକ୍ଷିଣ ଏସିଆ ବ୍ୟାପର ବିଭାଗ ଏନେଇ ତରବରିଆ ଭାବେ କ୍ଷମା ମଧ୍ୟ ମାଗିନେଇଛି।   ଡ୍ୟାମେଜ୍ କଣ୍ଟ୍ରୋଲ ମୋଡ୍ ରେ ଆମେରିକା ।

{"id":136661}

ଇମ୍ରାନ ଟ୍ରମ୍ପ ଭେଟଘାଟ ବେଳେ ଟ୍ରମ୍ପ ଏମିତି ଉଛୁଳି ପଡ଼ିଲେ ଯେ ଆଫଗାନିସ୍ତାନକୁ ୧୦ ଦିନରେ ସଫା କରିଦେର ଧମକ ଦେଲେ। ଟ୍ରମ୍ପଙ୍କ କଥାକୁ ନେଇ ଆଫଗାନିସ୍ତାନ ମଧ୍ୟ ଆମେରିକା ଠାରୁ ସ୍ପଷ୍ଟୀକରଣ ମାଗିଛି। ସେହିପରି ଇମ୍ରାନ ଏକ ଇଣ୍ଟରଭ୍ୟୁରେ କହିଛନ୍ତି ଯେ ଓସାମା ବିନ୍‌ ଲାଡେନ ପାକିସ୍ତାନରେ ଲୁଚିଥିଲା ଏହି ଖବର ଆଇଏସଆଇ ହିଁ ଦେଇଥିଲା ଆମେରିକାକୁ । ପୂର୍ବରୁ ଫାଙ୍କି ଆସୁଥିବା ପାକିସ୍ତାନର ଚେହେରାକୁ ପଦାରେ ପକାଇଛନ୍ତି ଇମ୍ରାନ।

{"id":136662}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.