Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ଚୀନର ଅଭିଯୋଗ, Corona virus ନେଇ ପୃଥିବୀକୁ ଡରଉଛି ଆମେରିକା

3/02/2020 at 5:29 PM

ବେଜିଂ ୩।୨:  କରୋନା ଭାଇରସକୁ ନେଇ ଆମେରିକା ଏବେ ବିଶ୍ୱରେ ଆତଙ୍କ ଖେଳାଉଛି। ଚୀନ ବିଦେଶ ମନ୍ତ୍ରାଳୟ ସୋମବାର ଏହି ଅଭିଯୋଗ କରିଛି। ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ହୁଆ ଚୁନୟିଙ୍ଗ କହିଛନ୍ତି ଯେ ଉପୁଜିଥିବା ପରିସ୍ଥିତିରେ ଆମେରିକା ସହାୟତା କରୁନଥିବା ବେଳେ ଆତଙ୍କ ସୃଷ୍ଟି କରୁଛି। ସେ କହିଛନ୍ତି ଯେ ବିଶ୍ୱରେ ଆମେରିକା ପ୍ରଥମ ଦେଶ ଯିଏ ଚୀନରେ ଭୂତାଣୁ ସଂକ୍ରମଣ ଆଶଙ୍କାରେ ପ୍ରଥମ ନିଜ ଦୂତାବାସ କର୍ମଚାରୀଙ୍କୁ ଡକାଇ ନେଇଥିଲା। କେବଳ ଏତିକି ନୁହେଁ ଆମେରିକା ହିଁ ପ୍ରଥମେ ଚୀନ ଯାତ୍ରୀଙ୍କ ଉପରେ ଭୂତାଣୁ କାରଣରୁ ପ୍ରଥମ କରି କଟକଣା ଜାରି କରିଥିଲା।

ତେବେ ଆମେରିକା ଯେଉଁସବୁ ପଦକ୍ଷେପ ନେଇଛି ତାହା କେବଳ ଭୟ ସୃଷ୍ଚି ଲାଗି ଓ ଉପୁଜିଥିବା ପରିସ୍ଥିତିକୁ ଅଧିକ ଜଟିଳ କରିବା ନିମନ୍ତେ ବୋଲି ୟିଙ୍ଗ କହିଛନ୍ତି। ତେବେ ବିଜ୍ଞାନ ଆଧାରରେ ଏବେ ବିଶ୍ୱବାସୀ ଏ ସମ୍ପର୍କରେ ନିଷ୍ପତ୍ତି ନିଅନ୍ତୁ ବୋଲି ୟିଙ୍ଗ ତାଙ୍କ ନିବେଦନରେ କହିଛନ୍ତି। ସୂଚନା ଯୋଗ୍ୟଯେ ଆମେରିକାରେ ଏପର୍ଯ୍ୟନ୍ତ ୮ ଜଣ  ନୋଭେଲ କରୋନା ଆକ୍ରାନ୍ତ ହେଲେଣି। ତେବେ ଏହାକୁ ନେଇ ଆମେରିକା ସରକାର ଗତ ଶୁକ୍ରବାରଠାରୁ ଦେଶରେ ସ୍ୱାସ୍ଥ୍ୟ ଜନିତ ଜରୁରି ପରିସ୍ଥିତି ଜାରି କରିବା ସହ ଚୀନ ଯାତ୍ରା କରିଥିବା ବିଦେଶୀ ନାଗରିକଙ୍କ ଆମେରିକା ପ୍ରବେଶ ଉପରେ ଅସ୍ଥାୟୀ କଟକଣା ଲଗାଇଦେଇଛନ୍ତି। 

ଚୀନର ହୁବେଇ ପ୍ରୋଭିନ୍ସର ରାଜଧାନୀ ଉହାନରେ ଗତ ଡିସେମ୍ବର ମାସରେ କରୋନା ସଂକ୍ରମଣ ହୋଇଥିଲା। ଏବେ ଏହି ସଂକ୍ରମଣ ସମଗ୍ର ବିଶ୍ୱକୁ ବ୍ୟାପିଯାଇଛି। ବିଭିନ୍ନ ଦେଶମାନେ ଚୀନରୁ ଆସୁଥିବା ଯାତ୍ରୀଙ୍କ ଲାଗି ଭିନ୍ନ ଭିନ୍ନ ପ୍ରକାର ସତର୍କତା ଅବଲମ୍ୱନ କରୁଥିଲେ ହେଁ ଏବେ ବିଶ୍ୱର ୨୪ଟି ଦେଶରେ ନୋଭେଲ କରୋନାର ଉପସ୍ଥିତି ଜଣାପଡିଛି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏବେ ଭୂତାଣୁ ସଂକ୍ରମଣକୁ ବୈଶ୍ୱିକ ବିପଦ ଘୋଷଣା କରିଥିବା ବେଳେ ଏପର୍ଯ୍ୟନ୍ତ ୩୬୧ ଜଣ ଲୋକେ ପ୍ରାଣ ହରାଇଛନ୍ତି। 

   Related Posts