ସିକ୍ରେଟ୍ ମିଶନରେ ଆମେରିକା, ପୃଥିବୀର କକ୍ଷ ପଥରେ ରକେଟ୍ ଛାଡିଛି ୟୁଏସ୍ ସ୍ପେଶ୍ ଫୋର୍ସ୍

Published By : Prameya-News7 Bureau | May 18, 2020 IST

ଓ୍ୱାଶିଂଟନ, ୧୮|୦୫: ଆମେରିକୀୟ ସ୍ପେଶ୍ ଫୋର୍ସ୍ ମହାକାଶରେ କୌଣସି ଏକ ଗୁପ୍ତ ମିଶନ୍ ପାଇଁ ଏକ ମିଲିଟାରୀ ସ୍ପେଶ୍ ପ୍ଲେନ ବା ରକେଟକୁ ସଫଳତାପୂର୍ବକ ଉତକ୍ଷେପଣ କରିଛି । ଏକସ୍ ୩୭ବି ନାମକ ଏହି ସ୍ପେଶ୍ ପ୍ଲେନକୁ ରବିବାର ପ୍ଲୋରିଡାରେ ୟୁନାଇଟେଡ୍ ଲଞ୍ଚ୍ ଆଲାଏନ୍ସ ବା ୟୁଏଲଏରୁ ଉତକ୍ଷେପଣ କରାଯାଇଛି । ଆଟଲାସ୍ ୫ରୁ ଏହାକୁ ଲଞ୍ଚ୍ କରାଯାଇଛି ।

ଏହି ସ୍ପେଶ୍ ପ୍ଲେନ ପୃଥିବୀର କକ୍ଷ ପଥରେ ରହି ବିଭିନ୍ନ ତଥ୍ୟା ସଂଗ୍ରହ କରିବ । ତେବେ ଏହାକୁ କେତେଦିନ ପାଇଁ ଲଞ୍ଚ୍ କରାଯାଇଛି ସେନେଇ ଆମେରିକା ତରଫରୁ କୌଣସି ସୂଚନା ଦିଆଯାଇ ନାହିଁ । ପୂର୍ବରୁ ଆମେରିକାର ଏପରି ଏକ ମିଶନକୁ ନାସା ତଦାରଖ କରିଥିଲା । ଏହା ପୃଥିବୀର କକ୍ଷପଥରେ ପ୍ରାୟ ୨ ବର୍ଷ ଯାଏଁ ରହିଥିଲା ।

wp:core-embed/twitter {"url":"https://twitter.com/ulalaunch/status/1262168417156595714?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1262168417156595714\u0026ref_url=https%3A%2F%2Fnews.sky.com%2Fstory%2Fus-space-force-plane-rockets-to-orbit-on-secret-mission-11990211","type":"rich","providerNameSlug":"twitter","className":""}
https://twitter.com/ulalaunch/status/1262168417156595714?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1262168417156595714&ref_url=https%3A%2F%2Fnews.sky.com%2Fstory%2Fus-space-force-plane-rockets-to-orbit-on-secret-mission-11990211
/wp:core-embed/twitter

ଶନିବାର ସକାଳୁ ଏହି ସ୍ପେଶ୍ ପ୍ଲେନର ଲଞ୍ଚିଂ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ତେବେ ଖରାପ ପାଣିପାଗ ପାଇଁ ଏହାକୁ କିଛି ସମୟ ପାଇଁ ସ୍ଥଗିତ ରଖାଯାଇଥିଲା । ଏହାକୁ ଆମେରିକାର ବାୟୁସେନା ପ୍ରସ୍ତୁତ କରିଛି । ତେବେ ଏହାକୁ କରୋନା ଯୋଦ୍ଧାଙ୍କ ପାଇଁ ଉତ୍ସର୍ଗ କରାଯାଇଥିବା ୟୁଏଲଏ କହିଛି । ଏହାସହ ଆମେରିକା ସେନା ଏହି ମିଶନ ଉପରେ କଡା ନଜର ରଖିଛି ।

ସ୍ପେଶ୍ ଫୋର୍ସ ହେଉଛି ଆମେରିକାର ସଶସ୍ତ୍ର ବଳର ସବୁଠାରୁ ଯୁବ ଶାଖା । ୧୯୪୭ରେ ଏହାକୁ ବାୟୁସେନାର ଏକ ଶାଖା ଭାବେ ପ୍ରତିଷ୍ଠା କରାଯାଇଥିଲା । ଏହି ମିଶନ ଲଞ୍ଚ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଏହାର ଭବିଷ୍ୟତ ମହତ୍ୱପୂର୍ଣ୍ଣ ବୋଲି ସ୍ପଷ୍ଟ କରିସାରିଛନ୍ତି ।

ଏହାପୁର୍ବରୁ ଶୁକ୍ରବାର ଏକ କାର୍ଯ୍ୟକ୍ରମରେ ଟ୍ରମ୍ପ କହିଥିଲେ ଯେ, ଆମେରିକା ଏକ ସୁପର ଡୁପର ମିସାଇଲ୍ ପ୍ରସ୍ତୁତ କରୁଛି । ଯାହା ଅନ୍ୟ ମିଶାଇଲ ଅପେକ୍ଷା ୧୭ ଗୁଣା ଗତିରେ ଯାଇପାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.