ସାଉଥ ଡାକୋଟା : ଆମେରିକା ସାଉଥ ଡାକୋଟାରେ ବିମାନ ଦୁର୍ଘଟଣା ହୋଇଛି। ଫଳରେ ବିମାନରେ ଯାତ୍ରା କରୁଥିବା ପାଇଲଟଙ୍କ ସମେତ ମୋଟ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨ଟି ଶିଶୁଥିବାର ସୂଚନା ମିଳିଛି। ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିମାନଟି ଚେମ୍ବୋରଲେନରୁ ଉଡାଣ କରିଥିଲା। ଇଦାହୋ ଫଲସ ଯିବା ରାସ୍ତାରେ ଦୁର୍ଘଟଣା ଘଟିଥିବା କୁହାଯାଉଛି।
ଦୁର୍ଘଟଣାର କାରଣ ଜଣାପଡି ନାହିଁ। ତେବେ ଖରାପ ପାଗ ଯୋଗୁ ଦୁର୍ଘଟଣାର ଶିକାର ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି। ବିମାନଟି ଯାଉଥିବା ବେଳେ ରାସ୍ତାରେ ଭିଷଣ ତୁଷାରପାତର ଶିକାର ହୋଇଥିଲା। ଦୁର୍ଘଟଣାଗ୍ରସ୍ତ ବିମାନଟି ଏକ ସିଙ୍ଗଲ ଇଞ୍ଜିନ ଟର୍ବୋ ପ୍ରପ ବିମାନଥିଲା। ବିମାନ ବନ୍ଦରରୁ ଉଡାଣ କରିବାର ମାତ୍ର କିଛି ମିନିଟ୍ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଆମେରିକା ଫେଡେରାଲ ଏଭିଏସନ ଆଡମିନେଷ୍ଟ୍ରେସନ କହିଛନ୍ତି। ବିମାନ ଦୁର୍ଘଟଣାର ଯାଞ୍ଚ ଆରମ୍ଭ ହୋଇଛି।