ଭାରତର ଚାଷୀ ଆନ୍ଦୋଳନକୁ ନେଇ ମାଇକ୍ ପମ୍ପେୟୋଙ୍କୁ ଚିଠି ଲେଖିଲେ ୭ ଆମେରିକୀୟ ସାଂସଦ

Published By : Prameya-News7 Bureau | December 25, 2020 IST

ୱାସିଂଟନ : ଭାରତର କୃଷକ ଆନ୍ଦୋଳନ ଏବେ ଆମେରିକାରେ ରାଜନୈତିକ ପ୍ରସଙ୍ଗ ପାଲଟିଛି। ୭ ଜଣ ଆମେରିକୀୟ ସାଂସଦ ଏ ନେଇ ମାଇକ ପମ୍ପେୟୋଙ୍କୁ ପତ୍ର ଲେଖିଛନ୍ତି। ଯେଉଁମାନଙ୍କ ମଧ୍ୟ ଭାରତୀୟ ବଂଶୋଦଭବ ସାଂସଦ ପ୍ରମିଳା ଜୟପାଲ ମଧ୍ୟ ଥିବା ଜଣାପଡିଛି। ପତ୍ରରେ ସାଂସଦମାନେ ପ୍ରସଙ୍ଗକୁ ଭାରତ ସରକରଙ୍କ ସମ୍ମୁଖରେ ଉପସ୍ଥାପନ କରିବାକୁ ପମ୍ପେୟୋଙ୍କୁ ଅନୁରୋଧ କରିଛନ୍ତି।

ଗତ ଡିସେମ୍ବର ୨୩ରେ ସାଂସଦମାନେ ପମ୍ପେୟୋଙ୍କୁ ଲେଖିଥିବା ପତ୍ରରେ ଭାରତର ଏହି ଆନ୍ଦୋଳନ ପଞ୍ଜାବ ସହ ସମ୍ପର୍କିତ। ଏଣୁ ପଞ୍ଜାବ ସମ୍ପର୍କିତ ଶିଖ୍ ଆମେରିକୀୟ ଏଥିଲାଗି ଉଦବେଗରେ ଅଛନ୍ତି। କେବଳ ଶିଖ ନୁହନ୍ତି ଦେଶରେ ବସବାସ କରୁଥିବ ଅନେକ ଭାରତୀୟ ଆମେରିକୀୟ ଏଥିଯୋଗୁ ସିଧାଶଳଖ ପ୍ରଭାବିତ ହେଉଥିବାର ସେମାନେ ଚିଠିରେ ସୂଚିତ କରିଛନ୍ତି। କାରଣ ସେମାନଙ୍କ ପାରିବାରିକ ସଦସ୍ୟଙ୍କ ଭାରତରେ ଚାଷଜମି ଅଛି। ଏଣୁ ପମ୍ପେୟୋ ତାଙ୍କ ଭାରତୀୟ ସମକକ୍ଷଙ୍କ ସମ୍ମୁଖରେ ପ୍ରସଙ୍ଗ ଉତ୍ଥାପନ କରନ୍ତୁ ବୋଲି ସାଂସଦମାନେ ପରାମର୍ଶ ଦେଇଛନ୍ତି। ପମ୍ପେୟୋଙ୍କୁ

ପତ୍ରଲେଖିଥିବା ସାଂସଦଙ୍କ ମଧ୍ୟରେ ଜୟପାଲଙ୍କ ବ୍ୟତୀତ ଡୋନାଲ୍ଡ ନରକ୍ରସ୍, ବ୍ରେଣ୍ଡନ ଏଫ ବୟଲ, ବ୍ରାୟନ ଫିଟଜ୍‌ପେଟ୍ରିକ, ମେରି ଗେ ସ୍କେନଲନ୍, ଡେବି ଡିଙ୍ଗେଲ ଓ ଡେଭିଡ ଟ୍ରୋନ ଆଦି ସ୍ୱାକ୍ଷର କରିଛନ୍ତି। ତେବେ ଏହା ପୂର୍ବରୁ ବିଭିନ୍ନ ଦେଶ ଭାରତର ଚାଷୀ ଆନ୍ଦୋଳନକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ତେବେ ଭାରତର ବୈଦେଶିକ ମନ୍ତ୍ରାଳୟ ଏହାକୁ ଦେଶର ଆଭ୍ୟନ୍ତରୀଣ ମାମଲା କହି ଟାଳି ଯାଇଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.