Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ଭାରତକୁ ପଞ୍ଚମ ପିଢିର ଲଢୁଆ ବିମାନ ଦେବ ଆମେରିକା ! ସିନେଟ୍‌ରେ ବିଧେୟକ ଉପସ୍ଥାପିତ

30/06/2020 at 3:38 PM

ଓ୍ଵାଶିଂଟନ ୩୦।୦୬: ଚୀନ ବିରୋଧରେ ଆମେରିକା ଭାରତ ସହିତ ସାମରିକ ଭାଗିଦାରୀକୁ ମଜବୁତ କରିବା ଉପରେ ବିଚାର କରୁଛି। ଏହାକୁ ନେଇ ଆମେରିକୀ ସିନେଟ୍‌ରେ ଏକ ବିଧେୟକ ଉପସ୍ଥାପିତ ହୋଇଛି। ଯଦି ଏହି ବିଲ୍‌କୁ ମଞ୍ଜୁରୀ ମିଳେ ତେବେ ଆମେରିକାର ପଞ୍ଚମ ପିଢିର ଏଫ ୨୨ ଏବଂ ଏଫ-୩୫ ପରି ଆଡଭାନ୍ସ ଲଢୁଆ ବିମାନ ଭାରତକୁ ଦେଇ ପାରେ। ଅଦ୍ୟାବଧି ଏହି ଲଢୁଆ ବିମାନ ଇସ୍ରାଏଲ, ଜାପାନ ଓ ଦକ୍ଷିଣ କୋରିଆ ପରି ଦୁନିଆର କିଛି ଦେଶ ପାଖରେ ରହିଛି। ବିଶେଷ କରି ଯାହାଙ୍କ ସହିତ ଆମେରିକାର ଘନିଷ୍ଠ ସମ୍ବନ୍ଧ ରହିଛି।

ଆମେରିକାର କ୍ଷମତାସୀନ ରିପବ୍ଲିକନ ଓ ବିରୋଧୀ ଡେମୋକ୍ରେଟ୍‌ର ଶୀର୍ଷ ଦୁଇ ସିନେଟର ଭାରତ ସହିତ ସୈନ୍ୟ ସମ୍ବନ୍ଧ ମଜବୁତ କରିବା, ବିଶେଷ କରି ପଞ୍ଚମ ପିଢି ଲଢୁଆ ବିମାନ ଏବଂ ସୈନ୍ୟ କ୍ଷେତ୍ରରେ ମିଳିତ ଅନୁସନ୍ଧାନ ଓ ବିକାଶ ତ୍ଵରାନ୍ଵିତ ପାଇଁ ରାଷ୍ଟ୍ରୀୟ ରକ୍ଷା ପ୍ରାଧିକରଣ ଅଧିନିୟମ ୨୦୨୧ ସଂଶୋଧନ ବିଧେୟକ ଉପସ୍ଥାପିତ କରିଛନ୍ତି।  ସଂଶୋଧନ ବିଧେୟକରେ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଆମେରିକା ଓ ଭାରତ ମଧ୍ୟରେ ପ୍ରତିରକ୍ଷା ଓ ସମ୍ବନ୍ଧିତ ଅଦୌଗିକି ଏବଂ ପ୍ରଦୌଗିକି ଅନୁସନ୍ଧାନ, ବିକାଶ ଅବସର ସୃଷ୍ଟି କରିବା ତଥା କର୍ମୀଙ୍କ ଆଦାନ ପ୍ରଦାନ ଉପରେ ସଂକ୍ଷିପ୍ତ ସୂଚନା ଦେବାକୁ କୁହାଯାଇଛି।

ସିନେଟର କାର୍ଣ୍ଣିନ ଅନ୍ୟ ଏକ ସଂଶୋଧନରେ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଆଇନ ପାରିତ ହେବାର ୧୮୦ ଦିନ ଭିତରେ ଭାରତକୁ ଆମେରିକାର ପଞ୍ଚମ ପିଢିର ଲଢୁଆ ଜେଟ୍ କାର୍ଯ୍ୟକ୍ରମ ଉପରେ ସୂଚନା ଦେବାକୁ ମଧ୍ୟ କହିଛନ୍ତି। ସଂଶୋଧନରେ ପେଣ୍ଟାଗନକୁ ଦୁଇ ଦେଶ ମଧ୍ୟରେ ସହଯୋଗ ବୃଦ୍ଧି ପାଇଁ ସୁପାରିଶ ଏବଂ ଉପାୟ ବିଷୟ ଉପରେ ରିପୋର୍ଟ ଦେବାକୁ କଂଗ୍ରେସ କହିଛି। କାରଣ ଭାରତ ନିଜର ପଞ୍ଚମ ପିଢିର ଲଢୁଆ ବିମାନର ବିକାଶ ନିଜେ କରୁଛି।

ଭାରତକୁ ଗୁପ୍ତ ପ୍ରଦୌଗିକି ଦେବ ଆମେରିକା

ଭାରତକୁ ଶୀର୍ଷ ଗୁପ୍ତ ଆମେରିକୀ ପ୍ରତିରକ୍ଷା ପ୍ରଦୌଗିକି ଓ ଉପକରଣ ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ କାର୍ଣ୍ଣିନ ଓ ଓ୍ଵାର୍ଣ୍ଣର  ଭାରତକୁ ଇସ୍ରାଏଲ ଓ ନ୍ୟୁଜିଲାଣ୍ଡ ପରି ‘ନାଟୋ ପ୍ଲସ ଦେଶ’ ତାଲିକାରେ ସାମିଲ କରିବା ପାଇଁ ମିଳିତ ଆଉ ଏକ ସଂଶୋଧନ ପ୍ରସ୍ତାବ ଉପସ୍ଥାପିତ କରିଛନ୍ତି।

   Related Posts