ଡୋନାଲ୍ଡ ଟ୍ରମ୍ପ୍ ଆଶ୍ବସ୍ତ : ମହାଭିଯୋଗରୁ ଦୋଷମୁକ୍ତ କଲା ଆମେରିକା ସିନେଟ୍
6/02/2020 at 9:28 AM

ଓ୍ଵାଶିଂଟନ୍ ୬।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଙ୍କୁ ବୁଧବାର ଦିନ ମହାଭିଯୋଗରେ ଯୁକ୍ତରାଷ୍ଟ୍ର ଆମେରିକାର ସିନେଟ୍ ଦ୍ବାରା ସମସ୍ତ ଅଭିଯୋଗରୁ ଦୋଷମୁକ୍ତ କରାଯାଇଛି । ଟ୍ରମ୍ପଙ୍କ ବିରୋଧରେ ପ୍ରଥମ ଅଭିଯୋଗ ଥିଲା ଯେ, ସେ ଡେମୋକ୍ରାଟିକ୍ ପାର୍ଟିର ରାଜନୈତିକ ପ୍ରତିଦ୍ବନ୍ଦ୍ବୀ ଜୋ ବିଡେନଙ୍କ ବିରୋଧରେ ତଦନ୍ତ କରିବାକୁ ୟୁକ୍ରେନକୁ ଅନୁରୋଧ କରିଥିଲେ। ଏହି ଅଭିଯୋଗରେ ଟ୍ରମ୍ପ୍ଙ୍କୁ ଦୋଷୀ ବୋଲି ଗ୍ରହଣ କରାଗଲା ନାହିଁ । ଟ୍ରମ୍ପ୍ଙ୍କ ସପକ୍ଷରେ ୫୨ ଖଣ୍ଡ ଓ ବିପକ୍ଷରେ ୪୮ ଖଣ୍ଡ ଭୋଟ୍ ମିଳିଥିଲା। ଯାହା ଫଳରେ ଟ୍ରମ୍ପ୍ଙ୍କୁ ଦୋଷମୁକ୍ତ କରାଯାଇଛି ।
ସେହିଭଳି ଟ୍ରମ୍ପ୍ଙ୍କ ବିରୋଧରେ ଦ୍ବିତୀୟ ଅଭିଯୋଗ ଥିଲା ଯେ, ସେ ନିଜ କ୍ଷମତାର ଅପବ୍ୟବହାର କରି କଂଗ୍ରେସର ତଦନ୍ତରେ ବାଧା ସୃଷ୍ଟି କରୁଥିଲେ । ଏହି ଅଭିଯୋଗରେ ମଧ୍ୟ ତାଙ୍କୁ ଦୋଷୀ ବୋଲି ଗ୍ରହଣ କରାଗଲାନାହିଁ । ଏହି ଅଭିଯୋଗରେ ତାଙ୍କ ସପକ୍ଷରେ ୫୩ ଖଣ୍ଡ ଏବଂ ବିପକ୍ଷରେ ୪୭ଖଣ୍ଡ ଭୋଟ୍ ମିଳିଥିଲା ।
ଯୁକ୍ତରାଷ୍ଟ୍ର ଆମେରିକାର ଇତିହାସରେ ଏହା ତୃତୀୟ ଥର କୌଣସି ରାଷ୍ଟ୍ରପତିଙ୍କ ବିରୋଧରେ ମହାଭିଯୋଗ ଆସିଛି । ତୃତୀୟ ଥର ମହାଭିଯୋଗର ସମ୍ମୁଖୀନ ହୋଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । କିନ୍ତୁ, ଏ ପର୍ଯ୍ୟନ୍ତ କୌଣସି ଆମେରିକୀୟ ରାଷ୍ଟ୍ରପତି ସିନେଟ୍ ଦ୍ବାରା ବହିଷ୍କାର ହୋଇ ନାହାନ୍ତି।