Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ଜୁଲାଇ ୨୭ରେ ଭାରତ ଗସ୍ତରେ ଆସିବେ ଆମେରିକା ସେକ୍ରେଟାରୀ ଅଫ ଷ୍ଟେଟ୍ ଏଣ୍ଟୋନୀ ବ୍ଲିଙ୍କନ

23/07/2021 at 8:53 PM

ନୂଆଦିଲ୍ଲୀ ୨୩।୭:  ଆମେରିକା ସେକ୍ରେଟାରୀ ଅଫ ଷ୍ଟେଟ୍‌ ଏଣ୍ଟୋନୀ ଜେ ବ୍ଲିଙ୍କନ ଜୁଲାଇ ୨୭ରେ ଭାରତ ଗସ୍ତରେ ଆସିବେ। ଏହା ତାଙ୍କର ଦୁଇ ଦିନିଆ ଗସ୍ତ ହୋଇଥିବା ବେଳେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର ଓ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ସାକ୍ଷାତ ଆଲୋଚନା କରିବେ ବୋଲି ଜଣାପଡିଛି। ତେବେ ଭାରତୀୟ ପ୍ରଧାନମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀଙ୍କ ସହ ବ୍ଲିଙ୍କନଙ୍କ ସାକ୍ଷାତ ଆଲୋଚନାରେ ଆଞ୍ଚଳିକ ଓ ବୈଶ୍ୱିକ ଦ୍ୱିପାକ୍ଷିକ ବିଷୟରେ ବିସ୍ତୃତ ଆଲୋଚନା ହେବ ବୋଲି ତାଙ୍କ ଲୋକସମ୍ପର୍କ ଅଧିକାରୀ ନିଡ ପ୍ରାଇସ୍‌ କହିଛନ୍ତି।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରଶାସନରେ ସେକ୍ରେଟାରୀ ଅଫ ଷ୍ଟେଟ୍‌ ବ୍ଲିଙ୍କନଙ୍କର ଏହା ପ୍ରଥମ ଭାରତ ଗସ୍ତ କାର୍ଯ୍ୟକ୍ରମ। ସେ ୨୬ ଜୁଲାଇରେ ଭାରତ ଉଦ୍ଦେଶ୍ୟରେ ପ୍ରସ୍ଥାନ କରିବେ। ଦୁଇ ଦିନ ୨୭ ଓ ୨୮ ଜୁଲାଇ ଭାରତରେ ଅବସ୍ଥାନ କରିବା ପରେ କ୍ୱେତ୍‌ ଅଭିମୁଖେ ଯିବେ। ସେଠାରୁ ଜୁଲାଇ ୨୯ରେ ଆମେରିକା ଫେରିବେ।

ସେକ୍ରେଟାରୀ ଅଫ ଷ୍ଟେଟ୍‌ଙ୍କ ଭାରତ ଗସ୍ତ କାଳରେ ମୁଖ୍ୟତଃ କୋଭିଡ-୧୯ ମୁକାବିଲାରେ ପାରସ୍ପରିକ ସହଯୋଗ, ଭାରତ-ପ୍ରଶାନ୍ତ ମୁତୟନ, ଆଞ୍ଚଳିକ ସୁରକ୍ଷା ସମ୍ପର୍କିତ ପ୍ରସଙ୍ଗ, ଗଣତାନ୍ତ୍ରିକ ମୂଲ୍ୟବୋଧ ଭିତ୍ତିକ ଆଲୋଚନା ଓ ସର୍ବୋପରୀ ପାଣିପାଗ ପରିବର୍ତ୍ତନ ସମ୍ପର୍କିତ ପ୍ରସଙ୍ଗରେ ଆଲୋଚନା ହେବ ବୋଲି ଲୋକସମ୍ପର୍କ ଅଧିକାରୀ ପ୍ରାଇସ୍‌ କହିଛନ୍ତି।

ବ୍ଲିଙ୍କନ ଜୁଲାଇ ୨୮ରେ କ୍ୱେତ୍‌ ଅଭିମୁଖେ ଯାତ୍ରା କରିବେ। ସେଠାରେ ବରିଷ୍ଠ କ୍ୱେତ୍ ଅଧିକାରୀଙ୍କ ସହ ମୁଖ୍ୟ ଦ୍ୱିପାକ୍ଷିକ ସମ୍ପର୍କନେଇ ସାକ୍ଷାତ ଆଲୋଚନା କରିବେ।  ଆମେରିକା ଓ କ୍ୱେତ୍ ମଧ୍ୟରେ ଦୀର୍ଘ ୬୦ ବର୍ଷର କୁଟନୈତିକ ସମ୍ପର୍କ। ଏହି ସମ୍ପର୍କକୁ ଅଧିକ ମଜଭୁତ କରିବା ଲାଗି ଗସ୍ତକାଳରେ ଆମେରିକା ଶୀର୍ଷ କୂଟନୈତିକ ଆଲୋଚନା କରିବେ।

   Related Posts