ଗଲଓ୍ଵାନ ସଂଘର୍ଷ ଉଲ୍ଲେଖ କଲେ ମାଇକ୍ ପୋମ୍ପିଓ, କହିଲେ- ଭାରତ ସହିତ ଛିଡା ହୋଇ ରହିଛି ଆମେରିକା

Published By : Prameya-News7 Bureau | October 27, 2020 IST

ନୂଆଦିଲ୍ଲୀ ୨୭।୧୦: ଭାରତ ଓ ଆମେରିକା ନୂଆଦିଲ୍ଲୀରେ ଆୟୋଜିତ '2+2' ମନ୍ତ୍ରୀସ୍ତରୀୟ ଆଲୋଚନାରେ ମଙ୍ଗଳବାର ବିଇସିଏ(ବେସିକ ଏକ୍ସଚେଞ୍ଜ ଆଣ୍ଡ କର୍ପୋରେସନ ଏଗ୍ରୀମେଣ୍ଟ) ରାଜିନାମାରେ ଦୁଇ ଦେଶ  ହସ୍ତାକ୍ଷର କରିଛନ୍ତି। ଏହି ରାଜିନାମା ପରେ ଭାରତ-ଆମେରିକା ମଧ୍ୟରେ ରଣନୈତିକ ସୂଚନା ସହଜରେ ଆଦାନ ପ୍ରଦାନ ହୋଇ ପାରିବ। ବୈଠକ ପରେ ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ୍ ପାମ୍ପିଓ, ପ୍ରତିରକ୍ଷା ମନ୍ତ୍ରୀ ମାର୍କ ଏସ୍ପର ଓ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମିଳିତ ବୟାନ ଜାରି କରିଛନ୍ତି।

ରାଜନାଥ ସିଂହ କହିଛନ୍ତି ବୈଠକରେ ଅନେକ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହୋଇଛି। ବିଇସିଏ ରାଜିନାମା ଦୁଇ ଦେଶ ମଧ୍ୟରେ ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ। ଅନ୍ୟପଟେ ମାଇକ୍ ପୋମ୍ପିଓ ଜୁନ ମାସରେ ଘଟିଥିବ ଗଲଓ୍ଵାନ  ହିଂସାକୁ ଉଲ୍ଲେଖ କରିଛନ୍ତି। ଏଥିସହ ଦୁଇ ଦେଶ ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ଶାନ୍ତି ଓ ସୁରକ୍ଷା ପାଇଁ ପୁଣି  ଥରେ ନିଜର ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି।

wp:html /wp:html

ମିଳିତ ବୟାନରେ ଆମେରିକା ଚୀନ ଉପରେ ନିଶାଣ ସାଧିଛି। ଗଲଓ୍ଵାନ ପ୍ରସଙ୍ଗ ଉଲ୍ଲେଖ କରି ମାଇକ ପୋମ୍ପିଓ କହିଛନ୍ତି ଆମେ ନ୍ୟାସନାଲ ଓ୍ଵାର ମେମୋରିୟାଲ ଗସ୍ତ କରି ଭାରତୀୟ ସଶସ୍ତ୍ର ବଳର ବାହାଦୂର ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲୁ। ଏଥିରେ ଗଲଓ୍ଵାନ ଘାଟିରେ ସହିଦ ୨୦ ଯବାନ ମଧ୍ୟ ସାମିଲ ଥିଲେ। ସେ କହିଛନ୍ତି  ଆମେରିକା ଭାରତ ସହିତ କାନ୍ଧରେ କାନ୍ଧ ମିଶାଇ ଛିଡା ହୋଇଛି କାରଣ ଦୁଇ ଦେଶ ସାର୍ବଭୌମତ୍ଵ ଓ ସ୍ଵାଧୀନତାର ବିପଦର ସାମ୍ନା କରୁଛି। ମାଇକ୍ ପୋମ୍ପିଓ ଚୀନ ଉପରେ ହମଲା କରି କହିଛନ୍ତି ଆମର ନେତା ଏବଂ ଜନତା ସ୍ପଷ୍ଟ  ଭାବେ ଦେଖୁଛନ୍ତି, ଚୀନର କମ୍ୟୁନିଷ୍ଟ ପାର୍ଟି ଗଣତନ୍ତ୍ର, ଆଇନ୍ ଓ ପାରଦର୍ଶିତାକୁ ପାଳନ କରୁନାହିଁ।

ପୋମ୍ପିଓ କହିଛନ୍ତି ଆମେ ଚୀନର କମ୍ୟୁନିଷ୍ଟ ପାର୍ଟିକୁ ଚ୍ୟାଲେଞ୍ଜ ଦେବା ପାଇଁ ନୁହେଁ ବରଂ ବିପଦର ମୁକାବିଲା ପାଇଁ ସମ୍ବନ୍ଧକୁ ମଜବୁତ କରୁଛୁ। ଆମେ ଭାରତର ସାର୍ବଭୌମତ୍ଵ ପ୍ରତି ସୃଷ୍ଟି ବିପଦର ମୁକାବିଲା ଲାଗି ସାଙ୍ଗରେ ଅଛୁ। ଆମେରିକା ଓ ଭାରତ ଉଭୟ ଦେଶ ଗଣତନ୍ତ୍ରର ମଜବୁତ, ବିପଦର ମୁକାବିଲା ଏବଂ ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ଶାନ୍ତି ଓ ସୁରକ୍ଷା ପାଇଁ ଉତ୍ତମ ସମନ୍ଵୟ ରଖି  କାମ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.