UV ଲାଇଟ୍‌ରେ ନଷ୍ଟ ହେବ କରୋନା ଭାଇରସ୍ : ଆମେରିକା ବୈଜ୍ଞାନିକଙ୍କ ଦାବି

Published By : Prameya-News7 Bureau | April 21, 2020 IST

ଓ୍ବାଶିଂଟନ୍ ୨୧।୪: ନ୍ୟୁୟର୍କର କଲମ୍ବିଆ ୟୁନିଭରସିଟିର ଜଣେ ବୈଜ୍ଞାନିକ କହିଛନ୍ତି ଯେ ଏକ ବିଶେଷ ପ୍ରକାରର UV ଲାଇଟ୍ ଦ୍ବାରା କରୋନା ଭାଇରସ୍ ନଷ୍ଟ ହୋଇପାରିବ । ରେଡିଓଲୋଜିକାଲ୍ ରିସର୍ଚ୍ଚ ସେଣ୍ଟରର ନିର୍ଦ୍ଦେଶକ ଡେଭିଡ ବ୍ରେନର୍ ବର୍ଷ ବର୍ଷ ଧରି UV ଲାଇଟ୍ ବ୍ୟବହାର ଉପରେ ଗବେଷଣା କରିଆସୁଛନ୍ତି ।

ଡେଲି ମେଲ୍ ରିପୋର୍ଟ ଅନୁଯାୟୀ, ଜର୍ମିସିଡାଲ୍ UV ଲାଇଟ୍ ଦ୍ବାରା ହସ୍ପିଟାଲର କୋଠରୀ ଏବଂ ମେସିନ୍ ସଫା କରିବା ପାଇଁ ବ୍ୟବହାର କରାଯାଇଥାଏ । ମନୁଷ୍ୟ ଚର୍ମ ପାରମ୍ପାରିକ ଜର୍ମିସିଡାଲ୍ UV ଲାଇଟରୁ କ୍ଷତି ହେବାର ଆଶଙ୍କା ଥାଏ । ଏହା ଆଖି ରୋଗ ଏବଂ ଚର୍ମ କର୍କଟ ରୋଗର କାରଣ ହୋଇପାରେ ।

ସେହିଭଳି Far- UVC ଲାଇଟ୍ ମାଇକ୍ରୋବସ୍ ମାରିପାରେ ଏବଂ ଏହା ମଣିଷ ପାଇଁ ବିପଦଜନକ ନୁହେଁ । ଚର୍ମ କୋଷଗୁଡିକ Far- UVC ଲାଇଟ୍ ଦ୍ବାରା କ୍ଷତିଗ୍ରସ୍ତ ହୁଏ ନାହିଁ । ଆମେରିକୀୟ ବୈଜ୍ଞାନିକ ଡେଭିଡ୍ ବ୍ରେନେର କରୋନା ଭାଇରସ୍ ସଂକ୍ରମଣ ଆରମ୍ଭ ହେବା ପୂର୍ବରୁ Far- UVC ଲାଇଟ୍ ବ୍ୟବହାର ଉପରେ ଅଧ୍ୟୟନ କରୁଥିଲେ । ପରିବେଶରେ ଉପସ୍ଥିତ ଭାଇରସ୍ ମାରିବାରେ ଏହି ଲାଇଟ୍ କିପରି ସଫଳ ହୋଇପାରିବ ତାହା ସେମାନେ ଜାଣିବାକୁ ଚେଷ୍ଟା କରୁଥିଲେ ।

୨୦୧୮ରେ, 'ସାଇଣ୍ଟିଫିକ୍ ରିପୋର୍ଟ'ରେ ଏକ ଅଧ୍ୟୟନ ପ୍ରକାଶ ପାଇଥିଲା । ଡେଭିଡ୍ ବ୍ରେନର ଏହାର ସହ-ଲେଖକ ଥିଲେ । ଅଧ୍ୟୟନରେ ଏହା କୁହାଯାଇଥିଲା ଯେ Far- UVC ଲାଇଟ୍ କରୋନା ଭଳି ଭାଇରସରୁ ୯୫ ପ୍ରତିଶତ ନଷ୍ଟ କରିବାରେ ସଫଳ ହୋଇଥିଲା ।

ବୈଜ୍ଞାନିକ ଡେଭିଡ ବ୍ରେନେର ପୂର୍ବରୁ ଅନ୍ୟ ଦୁଇଟି କରୋନା ଭାଇରସ୍ ଉପରେ ଆଲୋକର ପ୍ରଭାବର ଅନୁସନ୍ଧାନ କରିଛନ୍ତି । ବର୍ତ୍ତମାନ ତାଙ୍କ ଟିମ୍ କୋଭିଡ୍-୧୯ ଭାଇରସ୍ ଉପରେ ପରୀକ୍ଷା କରିବାକୁ ଯାଉଛନ୍ତି । ଭାଇରସ୍ ପତଳା ମେମ୍ବ୍ରେନ ଦ୍ବାରା ଆଚ୍ଛାଦିତ ଯାହା UV ଲାଇଟ୍ ଦ୍ବାରା ଭାଙ୍ଗିଯାଇଥାଏ ।

ତେବେ ଗୋଟିଏ ସମସ୍ୟା ହେଉଛି ଆମେରିକାର ଫୁଡ୍ ଏବଂ ଡ୍ରଗ୍ ପ୍ରଶାସନ ଏପର୍ଯ୍ୟନ୍ତ Far- UVC ଲାଇଟ୍ ବ୍ୟବହାରକୁ ଅନୁମୋଦନ କରିନାହିଁ । ଡେଭିଡ୍ ବ୍ରେନେର କହିଛନ୍ତି ଯେ ଯଦି ସରକାରୀ ସଂସ୍ଥା ଅନୁମତି ଦିଅନ୍ତି, ତେବେ ସେମାନେ ଏହି ଆଲୋକକୁ ସର୍ବସାଧାରଣ ସ୍ଥାନରେ ବ୍ୟବହାର କରିପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.