ତୁର୍କୀଠାରୁ ଏସ୍-୪୦୦ କିଣିବାକୁ ଆମେରିକାର ଚୁକ୍ତି, ଋଷ ଠାରୁ ଅସ୍ତ୍ରଶସ୍ତ୍ର ନକିଣିବାକୁ ଭାରତ ଏବଂ ଅନ୍ୟ ଦେଶମାନଙ୍କୁ ଚେତାବନୀ
15/12/2020 at 3:55 PM

ନ୍ୟୁୟର୍କ ୧୫/୧୨ : ରୁଷ ଦ୍ୱାରା ନିର୍ମିତ S-୪୦୦ ଟ୍ରାଉମ୍ଫ୍ ଆଣ୍ଟି-ମିସାଇଲ୍ ସିଷ୍ଟମ୍ କିଣିବା ପାଇଁ ତୁର୍କୀ ଉପରେ ପ୍ରତିବନ୍ଧକ ଲଗାଇବା ସହିତ ମସ୍କୋରୁ ଉପକରଣ କିଣିବା ପାଇଁ ଭାରତ ଏବଂ ଅନ୍ୟ ଦେଶମାନଙ୍କୁ ଚେତାବନୀ ଦେଇଛି ଆମେରିକା । ଇଣ୍ଟରନେସନାଲ୍ ସିକ୍ୟୁରିଟି ସହକାରୀ ସଚିବ ଖ୍ରୀଷ୍ଟୋଫର୍ ଫୋର୍ଡ ସୋମବାର ଆମେରିକାର ଆଡଭର୍ସାରୀ, ତୁର୍କୀର ସାମରିକ କ୍ରୟ ଏଜେନ୍ସି ବିରୁଦ୍ଧରେ କଟକଣା ଜାରି କରିଛନ୍ତି ।
ଖ୍ରୀଷ୍ଟୋଫର୍ ଫୋର୍ଡ କହିଛନ୍ତି ଯେ, ବିଶ୍ବର ଅନ୍ୟ ଦେଶମାନେ ମଧ୍ୟ ଆମେରିକାର CAATSA ଧାରା ୨୩୧ ଅନୁଯାୟୀ ପ୍ରତିବନ୍ଧକକୁ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରିବା ସହିତ ଋଷ ଯନ୍ତ୍ରାପାତୀକୁ ନକିଣିବା ଉଚିତ । ୨୦୧୮ ମସିହାରେ ଭାରତ ଋଷ ଠାରୁ ୫ଟି ଆଣ୍ଟି-ମିସାଇଲ ସିଷ୍ଟମ୍ କିଣିବା ପାଇଁ ପ୍ରାୟ ୫.୪୩ ବିଲିୟନ ଡଲାରର ଚୁକ୍ତି କରିଥିଲା ଯାହାକି ଆମେରିକା ପାଇଁ ଅପମାନ ସୂଚକ ବୋଲି ଫୋର୍ଡ କହିଛନ୍ତି ।
ଆମେରିକା ସର୍ବଦା ଋଷ ଯନ୍ତ୍ରପାତି ବ୍ୟବହାରରୁ ଭାରତକୁ ଦୂରେଇ ରଖିବାକୁ ଚେଷ୍ଟା କରିଛି । ଆମେରିକା ରାଷ୍ଟ୍ରପତି ଥିବା ବେଳେ ଗତବର୍ଷ ଭାରତ ଗସ୍ତରେ ଆସିଥିବା ଡୋନାଲ୍ଡ ଟ୍ରମ୍ପ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ୩.୫ ବିଲିୟନ ଡଲାରର ସାମରିକ ଚୁକ୍ତି ହୋଇଥିଲା । ଯେଉଁଥିରେ ୨୪ଟି ସିକୋରସ୍କାଏ MH-60R ମଲ୍ଟି ରୋଲ ହେଲିକପ୍ଟର ଏବଂ ୬ଟି ଆପାଚେ ବୋଇଙ୍ଗ୍ ହେଲିକପ୍ଟର କିଣିବା ନେଇ ଚୁକ୍ତି ହୋଇଥିଲା ।
CAATSAରେ ଡେମୋକ୍ରାଟଙ୍କ ସମର୍ଥନ ରହିଥିବାରୁ ଋଷ ଠାରୁ ଅସ୍ତ୍ରଶସ୍ତ୍ର କିଣୁଥିବା ଦେଶଗୁଡିକ ଉପରେ ରାଷ୍ଟ୍ରପତି-ନିର୍ବାଚିତ ଜୋ ବାଇଡେନଙ୍କ ଅଧୀନରେ ନୀତି ପରିବର୍ତ୍ତନ ଜଟିଳ ହୋଇପାରେ