ଭାରତ ଏସ୍-୪୦୦ ମିସାଇଲ୍ ସିଷ୍ଟମ କିଣିବା ନେଇ ଆମେରିକା ସଂସଦ ଦୁଇ ଫାଳ, ବାଇଡେନ୍‌ଙ୍କ ନୀତିରେ ରୁଷକୁ ମିଳିବ ରଣନୈତିକ ବିଜୟ !

Published By : Prameya-News7 Bureau | April 13, 2021 IST

ଓ୍ଵାଶିଂଟନ ୧୩।୦୪: ରୁଷଠୁ ଏସ୍-୪୦୦ ମିସାଇଲ ସିଷ୍ଟମ କିଣିବା ନେଇ ଆମେରିକା ଅନେକ ଥର ଭାରତକୁ ଧମକ ଦେଇ ସାରିଛି ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଲଏଡ ଅଷ୍ଟିନ ମଧ୍ୟ ଭାରତ ଗସ୍ତରେ କହିଥିଲେ ଯେ, ଆମ ବନ୍ଧୁ ଦେଶକୁ ରୁଷଠୁ ଯୁଦ୍ଧାସ୍ତ୍ର କ୍ରୟ କରିବାରୁ ବର୍ତ୍ତିବା ଉଚିତ୍। ଏବେ ଭାରତ ଉପରେ କଟକଣା ଲଗାଇବା ପ୍ରସଙ୍ଗରେ ଆମେରିକା ସଂସରେ ମତଭେଦ ଆରମ୍ଭ ହୋଇ ଯାଇଛି ଏବଂ ସାଂସଦ ଦୁଇ ଭାଗରେ ବିଭକ୍ତ  ହୋଇଛନ୍ତି। ରିପବ୍ଲିକନ ପାର୍ଟିର ନେତା ଡୋଟ୍ ୟଙ୍ଗ କହିଛନ୍ତି, ଯଦି  ଭାରତ ଉପରେ କାଉଟରିଂ ଆମେରିକା ଏଡଭରସରିଜ୍ ଥ୍ରୁ ସେକସନ ଆକ୍ଟ (CAATSA) ଆଧାରରେ ପ୍ରତିବନ୍ଧ ଲଗାଯାଏ ତେବେ ଏହା ରୁଷ ପାଇଁ ରଣନୈତିକ ବିଜୟ ହେବ।

ଆମେରିକା ସିନେଟ୍‌ର ବୈଦେଶିକ ବ୍ୟାପାର କମିଟିର ସଦସ୍ୟ ୟଙ୍ଗ ବିଦେଶ ନୀତି ମ୍ୟାଗଜିନ୍‌ରେ ଲେଖିଛନ୍ତି ଯେ, ଯଦି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ପ୍ରଶାସନ ଭାରତ ଉପରେ କଟକଣା ଲଗାଇବେ, ତେବେ ଆମେରିକା ଦୁଇଟି ରଣନୈତିକ ମୋର୍ଚ୍ଚାରେ ଦୁର୍ବଳ ହେବ। ଏଥିରେ ଭାରତ ସହିତ ଆମେରିକାର ସଂପର୍କ ଦୁର୍ବଳ ହେବ ଓ ଚୀନ ସହ ମୁକାବିଲା ପାଇଁ ଗଠିତ କ୍ଵାଡର କ୍ଷମତା ମଧ୍ୟ ପ୍ରଭାବିତ ହେବ।

ଭାରତ ଉପରେ କଟକଣା ଲଗାଇବାକୁ କହିଲା ଡେମୋକ୍ରାଟିକ

ବୈଦେଶିକ ବ୍ୟାପାର କମିଟିର ଡେମୋକ୍ରାଟିକର ସଭାପତି ବବ୍ ମେନେଡେଜ୍‌ କହିଥିଲେ ଯେ, ଯଦି ଭାରତ ରୁଷଠୁ ଏସ୍-୪୦୦ ମିସାଇଲ ସିଷ୍ଟମ କିଣିବା ଦିଗରେ ଆଗକୁ ବଢେ ତେବେ କାଟ୍‌ସାର ଧାରା ୨୩୧ ଆଧାରରେ ଭାରତ ଉପରେ କଟକଣା ଲଗାଯିବା ଉଚିତ୍। ୟଙ୍ଗ ଲେଖିଛନ୍ତି ଯେ, ଆମେରିକା କଟକଣା ଲଗାଇଲେ ମଧ୍ୟ ଭାରତକୁ ରୁଷଠୁ ଏସ ୪୦୦ କିଣିବାରେ ରୋକି ପାରିବ ନାହିଁ। ଅନ୍ତରାଷ୍ଟ୍ରୀୟ ସହଯୋଗଠକୁ ନେଇ ରୁଷ ସହ ଭାରତର ଐତିହାସିକ ସମ୍ବନ୍ଧ ରହିଛି। ଭାରତ ଉପରେ କଟକଣା ଲାଗୁ ଗଲେ ଋଷକୁ ରଣନୈତିକ ବିଜୟ ମିଳିବ।

କିଛି ଦିନ ପୂର୍ବେ ଆମେରିକା ସେନାର ଇଣ୍ଡୋ-ପେସିଫିକ୍‌ କମାଣ୍ଡର ମୁଖ୍ୟ ହେବାକୁ ଯାଉଥିବା ଆଡମିରାଲ ଜନ ଏକ୍ଵିଲିନୋ ଭାରତ-ରୁଷ ସଂପର୍କକୁ ନେଇ ଆମେରିକା କଂଗ୍ରେସକୁ ଶାଣିତ ସ୍ଵରରେ ସମାଲୋଚନା କରିଥିଲେ। ସେ କହିଥିଲେ ଯେ, ଆମେରିକାକୁ ଏହା ସ୍ପଷ୍ଟ ଭାବେ ବୁଝିବାର ଆବଶ୍ୟକତା ରହିଛି ଯେ, ସୁରକ୍ଷା ସହଯୋଗ ଓ ସୈନ୍ୟ ଉପକରଣ କ୍ଷେତ୍ରରେ ଭାରତ ଓ ରୁଷର ପୁରାତନ ସମ୍ବନ୍ଧ ରହିଛି। ସେ ରୁଷଠୁ ଏସ୍-୪୦୦ ସିଷ୍ଟମ କିଣିବାକୁ ଯାଉଥିବା ଭାରତ ଉପରେ କଟକଣା ନଲଗାଇବା ଉପରେ ଯୁକ୍ତି ବାଢିଥିଲେ।

୨୦୦୭ରେ ମୁତୟନ କରିଥିଲା ରୁଷ

୪୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବାକୁ ସକ୍ଷମ ଏହି ମିସାଇଲ ସିଷ୍ଟମକୁ ରୁଷ ୨୦୦୭ ଏପ୍ରିଲ ୨୮ରେ ମୁତୟନ କରିଥିଲା। ସଂପ୍ରତି ଏହା ସବୁଠୁ ଅତ୍ୟାଧୁନିକ ଏହାର ଡିଫେନ୍ସ ସିଷ୍ଟମ। ବିଶେଷଜ୍ଞଙ୍କ ଅନୁଯାୟୀ, ଇସ୍ରାଏଲ ଓ ଆମେରିକାର ମିସାଇଲ ଡିଫେନ୍ସ ସିଷ୍ଟମଠୁ ମଧ୍ୟ ରୁଷର ସିଷ୍ଟମ ମଜବୁତ। ଆମେରିକା ପାଖରେ ଦୀର୍ଘଗାମୀ ମିସାଇଲ୍ ରହିଛି। କିନ୍ତୁ ରୁଷ ପାଖରେ ଅଳ୍ପଦୂରଗାମୀ ମିସାଇଲ୍ ସିଷ୍ଟମ ରହିଛି ଯାହା ଏୟାରକ୍ରାଫ୍ଟକୁ ବି ମାରି ଖସାଇବାକୁ ସକ୍ଷମ।

ଆହୁରି ଘାତକ କରୁଛି ରୁଷ

ରୁଷ ନିଜର ଏସ୍-୪୦୦ ଏବଂ ଏସ୍-୩୦୦ ମିସାଲଇ ସିଷ୍ଟମକୁ ଆହୁରି ଘାତକ କରିବାରେ ଲାଗିଛି। ଏହି ସିଷ୍ଟମରେ ରୁଷ ଅନେକ ପ୍ରକାରର କ୍ଷେପଣାସ୍ତ୍ର ସାମିଲ କରିବାରେ ଲାଗିଛି। ଏହା ଶତ୍ରୁର କୌଣସି ପ୍ରକାରର କ୍ଷେପଣାସ୍ତ୍ରକୁ ଲକ୍ଷ୍ୟଭେଦ କରିବାରେ ସକ୍ଷମ। ରୁଷର ଏହି ଯୁଦ୍ଧାସ୍ତ୍ରକୁ ଦୁନିଆର ସବୁଠୁ ଘାତକ ବୋଲି କୁହାଯାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.