Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

‘ଆମେରିକା ହିଁ ଅଶାନ୍ତିର ମୂଳ କାରଣ’; କଡା ଭାଷାରେ ବାଇଡେନଙ୍କୁ ତାଗିଦ କଲେ ଉତ୍ତର କୋରିଆ ଶାସକ କିମ୍‌ ଜଙ୍ଗ୍‌ ଉନ୍‌

12/10/2021 at 7:23 PM

ନୂଆଦିଲ୍ଲୀ ୧୨/୧୦ : ବିଶ୍ବକୁ ସବୁବେଳେ ନ୍ୟୁକ୍ଲିୟର ବୋମା ଧମକ ଦେଉଥିବା ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜଙ୍ଗ୍‌ ଉନ୍‌ ଏବେ ଆମେରିକାକୁ ଟାର୍ଗେଟ୍‌ କରିଛନ୍ତି । ପେନିନ୍‌ସୁଲାରେ ଜାରି ରହିଥିବା ଅଶାନ୍ତି ପାଇଁ ଆମେରିକାକୁ ଦାୟୀ କରିବା ସହିତ ଚେତାବନୀ ଦେଇଛି ନର୍ଥ କୋରିଆ ।

ଉତ୍ତର କୋରିଆ କହିଛି ଯେ, ଆମେରିକା ହେଉଛି ଅସ୍ତିରତାର ମୂଳ କାରଣ । ଆମେରିକା ଯୋଗୁଁ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି । ଏହି ଦେଶ ପାଇଁ ଅନ୍ୟ ଦେଶମାନଙ୍କରେ ମଧ୍ୟ ଅସ୍ଥିରତା ଆରମ୍ଭ ହେବାକୁ ଯାଉଛି । କୋରିଆର ଏକ ପ୍ରତିରକ୍ଷା ପ୍ରଦର୍ଶନୀ ଅବସରରରେ ଏ ନେଇ କୁହାଯାଇଥିବା କହିଛି କୋରିଆନ୍‌ ସେଣ୍ଟ୍ରାଲ ନ୍ୟୁଜ୍‌ ଏଜେନ୍ସି । ଉତ୍ତର କୋରିଆ ପ୍ରତି ବାଇଡେନ୍‌ ପ୍ରଶାସନ ବାରମ୍ବାର ବୈମାତୃକ ମନୋଭାବ ପୋଷଣ କରୁଥିବା କହିଛନ୍ତି କିମ୍‌ ଜଙ୍ଗ୍‌ ଉନ୍ ।

ସଭାକୁ ସମ୍ବୋଧିତ କରି କିମ୍‌ ଆମେରିକା ବିରୁଦ୍ଧରେ ସାଂଘାତିକ ଅଭିଯୋଗ କରିଛନ୍ତି । ସେ କହିଛନ୍ତି, ‘ଆମେରିକା ସବୁବେଳେ ଶତ୍ରୁ ଭଳି ଆଚରଣ କରୁଛି । କିନ୍ତୁ ଆମେ ତାଙ୍କୁ ଶତ୍ରୁ ନଜରରେ ଦେଖୁନାହୁଁ । ବାରମ୍ବାର ଏଭଳି କରିବା ଶାସନ ବ୍ୟବସ୍ଥା ପ୍ରତି କୁଠାର ଘାତ ।’

କିନ୍ତୁ ଏ ନେଇ ବାଇଡେନ୍‌ ପ୍ରଶାସନ କହିଛି ଯେ, ଉତ୍ତର କୋରିଆକୁ ସମସ୍ତ ସହାୟତା ସବୁ ସମୟରେ ଯୋଗଇ ଦିଆଯିବ । ଏହା ସହିତ ସେ ଦେଶର ପ୍ରଶାସନ ସହିତ ଯେକୌଣସି ମୂହୁର୍ତ୍ତରେ କଥା ହେବା ପାଇଁ ଆମେରିକା ପ୍ରସ୍ତୁତ ଅଛି । କିମ୍‌ ଅଭିଯୋଗ କରିଛନ୍ତି ଯେ, ସାମରିକ ଶକ୍ତିକୁ ମଜବୁତ କରିବା ପାଇଁ ଅବରୋଧିତ ଏବଂ ବିପଜ୍ଜନତ ପ୍ରୟାସ କରାଯାଉଛି । ଯାହା ଫଳରେ ସାମରିକ ଅସ୍ଥିରତା ଏବଂ ବିପଦ ବଢୁଛି ।

   Related Posts