Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ଚୀନ୍‌କୁ ଚେକ୍ : ଜୁନ ୧ରୁ ଆମେରିକାରେ ପ୍ରବେଶ କରିପାରିବେନାହିଁ ଚୀନା ଛାତ୍ର ଓ ଗବେଷକ

30/05/2020 at 2:19 PM

ୱାସିଂଟନ ୩୦।୫: ଚୀନ ଛାତ୍ର ଓ ଗବେଷକଙ୍କ ଆମେରିକା ପ୍ରବେଶ ଉପରେ ଟ୍ରମ୍ପ ପ୍ରଶାସନ କଡା କଟକଣା ଜାରି କରିଛନ୍ତି। ସେହି ଅନୁସାରେ ଜୁନ୧ ମଧ୍ୟରାତ୍ରରୁ  ଆମେରିକାର କୌଣସି ସହରକୁ ଚୀନ ଛାତ୍ର ଅଥବା ଗବେଷକଙ୍କ ପ୍ରବେଶ ନିଷିଦ୍ଧ ହୋଇଛି। ଏ ନେଇ ଏକ ଘୋଷଣାରେ ଆମେରିକାର ବୌଦ୍ଧିକ ସମ୍ପଦ ଓ ପ୍ରୟୁକ୍ତି ହାସଲ ଲାଗି ଚୀନ ତାର ସ୍ନାତକ ଛାତ୍ର ଓ ଗବେଷକଙ୍କୁ  ଉପଯୋଗ କରୁଥିବା କୁହାଯାଇଛି। ଏପରି ଛାତ୍ର ଓ ଗବେଷକଙ୍କ ସିଧା ସମ୍ପର୍କ ଚୀନ ପ୍ୟୁପିଲସ ଲିବରେସନ ଆର୍ମି ସହିତ ଥିବାର ଆମେରିକା ସନ୍ଦେହ କରୁଥିବା ବେଳେ ଚୀନର ଏପରି ମନ୍ଦ ଉଦ୍ୟମ ପଣ୍ଡ କରିବା ଏହି କଟକଣାର ଉଦ୍ଦେଶ୍ୟ ବୋଲି କୁହାଯାଇଛି।

ନିକଟରେ ଚୀନ କେତେକ ନୀତି ପରିବର୍ତ୍ତନ କରିଛି। ଏଥିରେ ହଙ୍ଗକଙ୍ଗଲାଗି ଚୀନ କଟକଣା କଡା କରିବାକୁ ଯାଉଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଚୀନ ଛାତ୍ର ଓ ଗବେଷକଙ୍କ ଆମେରିକା ପ୍ରବେଶ କଟକଣା ଜାରି କରିଛନ୍ତି। ସେପଟେ ଚୀନ ଆମେରିକା ସରକାରଙ୍କ ନିଷିଦ୍ଧାଦେଶକୁ ତୀବ୍ର ସମାଲୋଚନା କରିବା  ସହଏହା ଆମେରିକାର ବର୍ଣ୍ଣବିଦ୍ୱେଷ ଭାବନାର ଏକ ଚେହେରା ବୋଲି କହିଛି।

ତେବେ ଶୁକ୍ରବାର ଟ୍ରମ୍ଫ କଟକଣା ସମ୍ପର୍କରେ ଘୋଷଣା କରିବା ବେଳେ ଚୀନ ଏବେ ତାର ଜାତୀୟ ସେନା ପ୍ୟୁପିଲସ ଲିବରେସନ ଆର୍ମି (ପିଏଲଏ)ର ଆଧୁନିକରଣ କରିବାକୁ ଯାଉଥିବା କହିଥିଲେ। ଏଥିଲାଗି ଆମେରିକାର ବୈଦ୍ଧିକ ସମ୍ପଦ ଓ ପ୍ରଯୁକ୍ତି ହାସଲ କରିବାକୁ ବ୍ୟାପକ ଅଭିଯାନ ହାତକୁ ନେଇଛି। ଚୀନର ଏପରି କାର୍ଯ୍ୟକ୍ରମ ଆମେରିକା ଓ ଆମେରିକୀୟଙ୍କ ଲାଗି ଦୀର୍ଘକାଳୀକ ଆର୍ଥିକ ଶକ୍ତି ଓ ସୁରକ୍ଷା ଲାଗି ବିପଦଜନ ବୋଲି ରାଷ୍ଟ୍ରପତି କହିଛନ୍ତି।

ଚୀନ ବିଶେଷ କରି ପୋଷ୍ଟ ଗ୍ରାଜୁଏଟ୍ ଛାତ୍ର ଓ ଗବେଷକଙ୍କୁ ବୌଦ୍ଧିକ ସମ୍ପଦ ଏକତ୍ର କରିବା କାମରେ ନିୟୋଜିତ କରିଛି। ଏପରି ଲୋକେ ଚୀନ ଅଧିକାରୀଙ୍କ ବ୍ୟବହାରରେ ଆସିବାର ଅଧିକ ସମ୍ଭାବନା ରହିଛି। ଏଣୁ ଆମେରିକାରେ ଅଧ୍ୟାପନା ଓ ଗବେଷଣା ଲାଗି ଆବେଦନ କରାଯାଇଥିବା ଭିସା ବାତିଲ କରାଯାଇଥିବା ଟ୍ରମ୍ପ ଘୋଷଣା କରିଛନ୍ତି।  

   Related Posts