Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସୁଂଦୁରିଆପଲି ଗାଁ ନିକଟ ଋଷିକୁଲ୍ୟା ନଦୀରେ ବୁଡି ବୃଦ୍ଧା ମୃତ, ଶୌଚ ହେବାକୁ ଯାଇଥିବା ବେଳେ ବୁଡିଗଲେ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୭୯ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୫ କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ ଏବେ କମିବନି ବର୍ଷା, ଆସୁଛି ଆଉ ଏକ ଲଘୁଚାପ
  • ||
  • ବଳଙ୍ଗା ଥାନାରେ ବିସ୍ଫୋରଣ : ଫାଟିଗଲା କାନ୍ଥ, ଆସବାବପତ୍ର ନଷ୍ଟ
  • ||

ବିଶ୍ୱରେ ବଢୁଛି କରୋନା ସଂକ୍ରମଣ, ଆମେରିକାରେ ସର୍ବାଧିକ କେସ୍

29/07/2021 at 10:32 AM

ଓ୍ୱାସିଂଟନ୨୯।୦୭: କରୋନା ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ଆସିଲା ଭ୍ୟାକସିନ୍‌ । କିନ୍ତୁ କରୋନା ବିରୋଧୀର ଲଢେଇରେ କାମ କରୁନି ଭ୍ୟାକ୍‌ସିନ୍‌ । ସଂକ୍ରମଣ ହାରକୁ ରୋକ୍‌ ଲଗାଇବାରେ ବିଫଳ ହୋଇଛି ଭ୍ୟାକ୍‌ସିନ୍‌ ।  ନୂଆ ନୂଆ ଷ୍ଟ୍ରେନ୍‌କୁ ଚେକ୍‌ ଦେଇପାରୁନି ଭ୍ୟାକ୍‌ସିନ୍‌ । ଗତ ସପ୍ତାହ ହେଲା ସାରାବିଶ୍ୱରେ କରୋନା ସଂକ୍ରମଣ ସଂଖ୍ୟା ବଢିଚାଲିଛି । ତାମଧ୍ୟରୁ ଆମେରିକାରେ ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

ଆମେରିକାରେ ଏବେ ସୁଦ୍ଧା ୫ଲକ୍ଷରୁ ଅଧିକ କୋଭିଡ଼ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଦୈନିକ ସଂକ୍ରମଣ ୧୩୧ପ୍ରତିଶତ ବଢିଚାଲିଛି । ବ୍ରାଜିଲରେ ମଧ୍ୟ ଦୈନିକ ସଂକ୍ରମଣ ୧୩ ପ୍ରତିଶତ ବଢିଛି । ପୂର୍ବରୁ କରୋନାର ଆଲ୍‌ଫ ଭ୍ୟାରିଆଣ୍ଟ ୧୮୨ଟି ଦେଶରେ ଆତଙ୍କ ଖେଳାଇଥିବା ବେଳେ ଏବେ ଆହୁରି ନୂଆ ୮ଟି ଦେଶରେ ଚିହ୍ନଟ ହୋଇଛି ।

ତେବେ ୧ଲକ୍ଷ ଜନସଂଖ୍ୟାରେ ଆମେରିକାରେ ସାପ୍ତାହିକ ସଂକ୍ରମଣ ହାର ୧୨୩ ପ୍ରତିଶତ ବଢିଥିବା ବେଳେ ୟୁରୋପରେ ୧୦୮ ପ୍ରତିଶତ ବଢିଛି । ସେହିପରି ଗତ ୨ସପ୍ତାହରେ ବ୍ରିଟେନ୍‌ରେ ୨୮୨୯୨୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରୁଷିଆରେ ୧୬୮୪୦୮, ଫ୍ରାନ୍ସରେ ୧୧୭୮୩୨ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଯାହା ପୂର୍ବ ଅପେକ୍ଷା ୧୭୮ ପ୍ରତିଶତ ଅଧିକ ବୋଲି ରିପୋର୍ଟ କହୁଛି ।

ସେପଟେ ଏକ ଲକ୍ଷ ଜନସଂଖ୍ୟା ମଧ୍ୟରେ ଇକ୍ୟୁଏଡ଼ର ୮୮୬୪ କରୋନା ଆକ୍ରାନ୍ତ ପ୍ରାଣ ହରାଇଥିବା ବେଳେ ବ୍ରାଜିଲରେ ୭ହଜାର ୯୪୨ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଗତ ୨ ସପ୍ତାହରେ ୟୁରୋପରେ ୫୪୫୫ଜଣ କରୋନାରେ ପ୍ରାଣ ହରାଇଥିବା ବେଳେ କେବଳ ୟୁକେ ୪୪୭ଜଣ ରହିଛନ୍ତି । ଇଣ୍ଡୋନେସିଆରେ ମଧ୍ୟ ୯୬୯୭ଜଣ କରୋନାରେ ପ୍ରାଣ ହରାଇଛନ୍ତି ।  ୟୁରୋପରେ କରୋନା ସଂକ୍ରମଣ ହାର କମିବା ପରେ ସମସ୍ତ କଟକଣାକୁ କୋହଳ କରାଯାଇଥିଲା । କିନ୍ତୁ କରୋନା କଟକଣା ହଟିବା ପରେ ପୁଣି ଥରେ ସଂକ୍ରମଣ ହାର ବଢିଚାଲିଲା । ଯାହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଚିନ୍ତାପ୍ରକଟ କରିଛନ୍ତି ।

ଅପରପକ୍ଷେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ କହିଛନ୍ତି ଯେ, ପୁରା ବିଶ୍ୱରେ ୩.୫ ବିଲିୟନ କରୋନା ଭ୍ୟାକିସ୍‌ନ ବଣ୍ଟନ ହୋଇଛି । ତାମଧ୍ୟରୁ ୭୫ ପ୍ରତିଶତ ଟିକା କେବଳ ୧୦ଟି ଦେଶକୁ ଦିଆଯାଇଛି । ସେପ୍ଟମ୍ବର ୨୦୨୧ ସୁଦ୍ଧା ପ୍ରତି ଦେଶରେ ଅତିକମ୍‌ରେ ୧୦ ପ୍ରତିଶତ ଲୋକଙ୍କୁ ଭ୍ୟାକ୍‌ସିନ୍ ଦେବାକୁ ଲକ୍ଷ୍ୟ ରଖାଯାଇଛି ।

ସୂଚନାଯୋଗ୍ୟ ଯେ, ଆମେରିକାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହଠାତ୍‌ ବୃଦ୍ଧିପାଇଛି । ଏଣୁ ଆମେରିକା ସରକାର ମାସ୍କକୁ ନେଇ ପୂର୍ବରୁ ଜାରି କରିଥିବା ନିୟମ ବଦଳାଇ ଦେଇଛନ୍ତି । ସମ୍ପୂର୍ଣ୍ଣ ରୂପେ ଟିକା ନେଇ ସାରିଥିବା ବ୍ୟକ୍ତି ଘର ମଧ୍ୟରେ ମଧ୍ୟ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ଆମେରିକା ହେଲ୍‌ଥ ଅଥୋରିଟୀ ନିର୍ଦ୍ଦେଶନାମା ଜାରି କରିଛି ।

   Related Posts