ଆମେରିକାର ବର୍ଣ୍ଣବିଦ୍ୱେଷ ଆନ୍ଦୋଳନକୁ ମିଳୁଛି ସାରା ବିଶ୍ୱରୁ ସମର୍ଥନ, ଟ୍ରମ୍ଫଙ୍କ ସମ୍ପର୍କରେ ମାପିଚୁପି ହେଉଛନ୍ତି ନେତା

Published By : Prameya-News7 Bureau | June 13, 2020 IST

ବର୍ଲିନ : ପୋଲିସ ହେପାଜାତରେ ଜର୍ଜ ଫ୍ଲଏଡଙ୍କ ମୃତ୍ୟୁ ଆମେରିକାରେ ‘କଳା ଲୋକଙ୍କ ଜୀବନର ବି ମୂଲ୍ୟ ଅଛି ’ ଆନ୍ଦୋଳନକୁ ଉଗ୍ର କରିଛି। ଏବେ ସାରା ବିଶ୍ୱରୁ ବର୍ଣ୍ଣବିଦ୍ୱେଷ ଆନ୍ଦୋଳନକୁ ସମର୍ଥନ ମିଳିବାକୁ ଲାଗିଥିବା ବେଳେ ବୈଶ୍ୱିକ ନେତାମାନେ ଟ୍ରମ୍ଫଙ୍କୁ ନେଇ ବୁଝି ବିଚାରି ଜବାବ ଦେଉଥିବା ଦେଖାଯାଇଛି। ଯଦିଓ ଆନ୍ଦୋଳନ ପ୍ରତି ସେମାନଙ୍କର ସମର୍ଥନ ରହିଛି ତଥାପି ରାଜନୈତିକ ଓ କୂଟନୈତିକ ଦୃଷ୍ଟିରୁ ନେତାମାନେ ମାପିଚୁପି ହେଉଥିବା ଅନ୍ତର୍ଜାତୀୟ ଗମମାଧ୍ୟମରେ ଚର୍ଚ୍ଚା ହେଉଛି।

{"id":285741,"sizeSlug":"large"}

ବର୍ଣ୍ଣବିଦ୍ୱେଷ ବିରୋଧରେ ଆନ୍ଦୋଳନକାରୀଙ୍କୁ ଚର୍ଚ୍ଚ ବାହାରୁ ହଟା ଯିବା ପ୍ରସଙ୍ଗରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ନିକଟରେ ପଚରା ଯାଇଥିଲା। ତେବେ ସେ ପ୍ରସଙ୍ଗରେ ନିରବ ରହିଥିଲେ। ତେବେ ଉତ୍ତରଦେବାକୁ ଚାପ ପଡିବାରୁ କାନାଡାରେ ମଧ୍ୟ ବ୍ୟବସ୍ଥାଗତ ପାତର ଅନ୍ତର ହେଉଥିବାର କହିଥିଲେ। ତେବେ ସେ ତାଙ୍କ ବକ୍ତବ୍ୟରେ ଥରଟେ ବି ହେଲେ ଟ୍ରମ୍ଫ କି ଆମେରିକା କଥା କହିନଥିଲେ। ସେ କେବଳ ଏତିକି କହିଥିଲେ ଏପରି ଭେଦଭାବ ବିରୋଧରେ ଆମେ ପରସ୍ପରକୁ ସହଯୋଗ କରିବାର ଆବଶ୍ୟକତା ରହିଛି।

{"id":285742,"width":575,"height":302,"sizeSlug":"large"}

କେବଳ ଟ୍ରୁଡୋ ନୁହନ୍ତି ଜର୍ମାନରେ ଚାନ୍ସେଲର ଆଞ୍ଜାଲା ମାର୍କେଲକୁ ମଧ୍ୟ ସରକାରୀ ଟେଲିଭିଜନ ଚାନେଲରେ ଆମେରିକା ରାଷ୍ଟ୍ରପତିଙ୍କ ମନ୍ତବ୍ୟ ସମ୍ପର୍କରେ କିଛି ଖୋଲାଖୋଲି କହିନଥିଲେ। ତେବେ ଆମେରିକା ରାଷ୍ଟ୍ରପତି ଏବେ ଜର୍ଜ ଫ୍ଲଏଡଙ୍କ ମୃତ୍ୟୁକୁ ନିର୍ମମ ବୋଲି ସ୍ୱୀକାର କରିଥିବା ବେଳେ ଆମେରିକୀୟ ସମାଜ ଏବେବି ବାଣ୍ଟି ହୋଇ ରହିଥିବା କଥା କହିଛନ୍ତି।  ଆମେରିକାକୁ ନେଇ କେବଳ ମାର୍କେଲ ନୁହଁନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟହୁ ଏପର୍ଯ୍ୟନ୍ତ ପ୍ରସଙ୍ଗରେ ନିରବତା ଅବଲମ୍ବନ କରୁଥିବା ବେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌ ଜର୍ଜ ଫ୍ୱଏଡଙ୍କ ମୃତ୍ୟୁକୁ ଭୟଙ୍କର ବୋଲି କହିଛନ୍ତି। ସେହିପରି ଆମେରିକାରେ ଆନ୍ଦୋଳନକୁ ଅନ୍ୟାୟ ବିରୋଧରେ ନିଜର ଭାବନା ବ୍ୟକ୍ତ କରିବା ଲାଗି ବିକ୍ଷୋଭର ଅଧିକାର ସମସ୍ତଙ୍କର ରହିଛି ବୋଲି କହିଛନ୍ତି।

{"id":285743,"sizeSlug":"large"}

ତେବେ ମେ ୨୫ ଘଟଣା ପରଠାରୁ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମେକ୍ରୋ ନିଜକୁ ସାର୍ବଜନିକ କାର୍ଯ୍ୟକ୍ରମରୁ ଦୂରେଇ ରଖିଛନ୍ତି। ତେବେ ସ୍ପେନ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍ ଙ୍କ ସମେତ କେତେକ ନେତା ମାମଲାରେ ଖୋଲାଖୋଲି ଆମେରିକାର ନୀତିକୁ ବିରୋଧ କରିଛନ୍ତି। ପ୍ରସଙ୍ଗରେ ଋଷ ରାଷ୍ଟ୍ରପତି କୌଣସି ପ୍ରତିକ୍ରିୟା ଦେଇ ନଥିବା ବେଳେ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ଆମେରିକା ପରିସ୍ଥିତିକୁ ହାସ୍ୟସ୍ପଦ କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.