Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ଦୁର୍ନୀତି ଓ ଚୀନ ନିର୍ଭର ମୁକ୍ତ ହେଲେ WHOଙ୍କ ସହ କାମ କରିବ ଆମେରିକା: ହ୍ୱାଇଟ୍ ହାଉସ୍

1/06/2020 at 4:46 PM

ୱାସିଂଟନ ୧।୬: କରୋନା ଭାଇରସ୍‌ ସଂକ୍ରମଣ ଲାଗି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ)ଙ୍କୁ ଦାୟୀକରି ସଦସ୍ୟତା ଛାଡିଥିବା ଆମେରିକା ପୁଣି ସଙ୍ଗଠନ ସହ ଯୋଡିହେବାକୁ ଆଗ୍ରହୀ ହୋଇଛି। ତେବେ ଏଥିପାଇଁ ଆମେରିକା କିଛି ସର୍ତ୍ତ ରଖିଛି। ଯଦି ଡବ୍ଲୁଏଚଓ ସର୍ତ୍ତପାଳନ ଲାଗି ରାଜି ହୁଅନ୍ତି ତେବେ ସଙ୍ଗଠନ ସହ ଆମେରିକା ପୁଣି କାମ କରିବ ବୋଲି ଦ୍ୱାଇଟ୍ ହାଉସ୍  କହିଛନ୍ତି । ଏଥିପାଇଁ ଯେଉଁ ସର୍ତ୍ତ ରଖା ଯାଇଛି ତାହା ହେଉଛି ଦୁର୍ନୀତିରୁ ମୁକ୍ତ ରହିବା ଓ ଚୀନ ଉପରେ ନିର୍ଭରଶୀଳ ନ ହେବା। ଯଦି ଏଥିରେ ଡବ୍ଲୁଏଚଓ ରାଜି ହୁଅନ୍ତି ତେବେ ପୂର୍ବ ପରି ସଙ୍ଗଠନ ଲାଗି ଆମେରିକାର ସହଯୋଗ ଜାରି ରହିବ।

କିଛି ଦିନ ପୂର୍ବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ ଇସାରାରେ ଡବ୍ଲୁଏଚଓ କାମ କରୁଥିବାର ଅଭିଯୋଗ କରିଥିଲେ। ଏଣୁ ସଙ୍ଗଠନ ସହ ଆମେରିକାର ସମସ୍ତ ସମ୍ପର୍କ ଛିନ୍ନ କରୁଥିବାର ଘୋଷଣା କରିଥିଲେ। ସେ କହିଥିଲେ ଯେ ଚୀନ କରୋନା ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ସୂଚନା ଲୁଚାଉଛି ଓ ଏଥିରେ ତାକୁ ଡବ୍ଲୁଏଚଓ ସମର୍ଥନ କରୁଛନ୍ତି।

ତେବେ ହ୍ୱାଇଟ୍ ହାଉସ୍‌ଙ୍କ ଘୋଷଣା ପୂର୍ବରୁ ଦେଶର ଜାତୀୟ ସୁରକ୍ଷା ପରମାର୍ଶଦାତା ରବର୍ଟ ଓ ବ୍ରିୟେନ ଡବ୍ଲୁଏଚଓରେ ସଂସ୍କାରର ଆବଶ୍ୟକତା ଥିବା କହିଥିଲେ। ଯଦି ଏପରି ହୁଏ ତେବେ ଡବ୍ଲୁଏଚଓ ଏବଂ ଚୀନ ସମ୍ପର୍କ ଭଟ୍ଟା ପଡିପାରେ। ଯଦି ଏହା ହୁଏ ତେବେ ଆମେରିକା ସଦସ୍ୟତା କଥା ପୁଣି ବିଚାରକୁ ନେବ। ସୂଚନା ଯୋଗ୍ୟଯେ ଆମେରିକା ଡବ୍ଲୁଏଚଓଙ୍କୁ ବାର୍ଷିକ ୪୫କୋଟି ଡଲାର ସହାୟତା କରିଥାଏ। ଏବେ ଏ ବାବଦ ଅର୍ଥକୁ ଆମେରିକା ଅନ୍ୟ ଅନ୍ତର୍ଜାତୀୟ ଜନସ୍ୱାସ୍ଥ୍ୟ ସଙ୍ଗଠନଙ୍କୁ  ପ୍ରଦାନ କରିବ ବୋଲି ରାଷ୍ଟ୍ରପତି ଟ୍ରମ୍ପ ଘୋଷଣା କରିଛନ୍ତି। ତେବେ ଚୀନରୁ ଡବ୍ଲୁଏଚଓକୁ ବାର୍ଷିକ ମାତ୍ର ୪ କୋଟି ଡଲାର ପାଇଥାନ୍ତି। 

ରବର୍ଟ କହିଛନ୍ତି ଯେ ଡବ୍ଲୁଏଚଓ ଆଫ୍ରିକାରେ ନିଜ ଦାୟିତ୍ୱ ତୁଲାଉ ନାହାନ୍ତି। ସେଠାରେ ଲୋକେ ଏଚଆଇଭିରେ ଆକ୍ରାନ୍ତ ହେଉଥିବା ବେଳେ ସେମାନଙ୍କୁ ବଞ୍ଚାଇବାକୁ ଆମେରିକାର କରଦାତା ସହାୟତା କରୁଛନ୍ତି। ତେବେ ଆମେ ଏହି କାମ ଡବ୍ଲୁଏଚଓଙ୍କ ଦ୍ୱାରା କରାଉ ନାହୁଁ, ଆମେ ଯୁକ୍ତରାଷ୍ଟ୍ର ଆମେରିକା ଦ୍ୱାରା କରାଉଥିବା ସେ କହିଛନ୍ତି।

   Related Posts