ସୁଧୁରୁଛି ଟ୍ରମ୍ପଙ୍କ ସ୍ୱାସ୍ଥ୍ୟ, ୨ ଥର ହ୍ରାସ ହୋଇଥିଲା ବ୍ଲଡ ଅକ୍ସିଜେନ

Published By : Prameya-News7 Bureau | October 05, 2020 IST

ବେଥେସ୍‌ଡା: କୋଭିଡ-୧୯ ଆକ୍ରାନ୍ତ ଆମେରିକା ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଏବେ ସୁଧାର ଆସିଥିବା ତାଙ୍କ ଡାକ୍ତରମାନେ କହିଛନ୍ତି। ହୁଏତ ଖୁବ୍ ଶୀଘ୍ର ସାଙ୍କୁ ହସ୍ପିଟାଲରୁ ଡିଶ୍ଚାର୍ଜ ମଧ୍ୟ କରାଯାଇପାରେ। ତେବେ ରାଷ୍ଟ୍ରପତି କୋଭିଡ ଆକ୍ରାନ୍ତ ହେବା ପରେ ତାଙ୍କ ରକ୍ତରେ ଅକ୍ସିଜେନସ୍ତର ଦୁଇଥର ହ୍ରାସ ହୋଇଥିବାର ଡାକ୍ତର ସିନ୍ କୋନେଲ କହିଛନ୍ତି।

{"id":339033,"sizeSlug":"large"}

ଗତ ଶୁକ୍ରବାର ରାଷ୍ଟ୍ରପତିଙ୍କୁ ଜ୍ୱର ଥିଲା ଓ ତାଙ୍କ ରକ୍ତରେ ଅକ୍ସିଜେନ ୯୪ ପ୍ରତିଶତରୁ ମଧ୍ୟ ତଳକୁ ଚାଲିଯାଇଥିଲା। ଯାହା ବାସ୍ତବିକ୍ ଚିନ୍ତାଜନକ ଥିଲା। ହେଲେ ଏବେ ତାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିଥିବା ବେଳେ ଅକ୍ସିଜେନ ସ୍ତର ୯୮ ପ୍ରତିଶତରୁ ମଧ୍ୟ ଉପରେ ରହୁଛି। ଏଣୁ ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟ ଆଗପରି ଚିନ୍ତାଜନକ ନଥିବା ବେଳେ ହସ୍ପିଟାଲରୁ ତାଙ୍କୁ ଯିବାକୁ ଦିଆଯାଇପାରେ ବୋଲି ଆଶାବ୍ୟକ୍ତ କରିଛନ୍ତି।

{"id":339034,"sizeSlug":"large"}

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର ସେନା ହସ୍ପିଟାଲରୁ ଏକ ଭିଡିଓ ବାର୍ତ୍ତା ଜାରି କରିଥିଲେ। ଏଥିରେ ସେ ହସ୍ପିଟାଲରେ ଭର୍ତ୍ତି ହେବାବେଳେ ଆଦୌସୁସ୍ଥ ଅନୁଭବ କରୁନଥିବାର କହିଥିଲେ। ହେଲେ ଡାକ୍ତରଙ୍କ ଚିକିତ୍ସା ପରେ ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅନୁଭବ କରୁଥିବାର କହିଛନ୍ତି। ମୁଁ ପୁଣି ସୁସ୍ଥ ହୋଇ ଫେରେ ସେଥିଲାଗି ସମସ୍ତେ ଖୁବ୍ ଉଦ୍ୟମ କରୁଛନ୍ତି, ମୋତେ ମଧ୍ୟ ଫେରିବାକୁ ହେବ କାରଣ ଆମେରିକାକୁ ଆମେ ସମସ୍ତେ ମିଳିମିସି ଆଗକୁ ନେବା ଲାଗି ଅନେକ କାର୍ଯ୍ୟ କରିବାକୁ ଅଛି ବୋଲି  ଟ୍ରମ୍ପ କହିଛନ୍ତି।

wp:html /wp:html

ହସ୍ପିଟାଲରେ ଯେଉଁ ଉପଚାର ମିଳୁଛି ତାହା କୌଣସି ଚମତ୍କାରଠାରୁ କମ୍‌ ନୁହେଁ ବୋଲି ରାଷ୍ଟ୍ରପତି କହିଛନ୍ତି। ତେବେ ଏବେ ଖୁବ୍ ସୁସ୍ଥ ଅନୁଭବ କରୁଥିବା ରାଷ୍ଟ୍ରପତି କହିଛନ୍ତି। ସେହିପରି ଫାଷ୍ଟ ଲେଡି ମେଲେନିଆଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ହେଉଥିବା ନେଇ ରଷ୍ଟ୍ରପତି ଦେଶବାସୀଙ୍କୁ ଭିଡିଓ ବାର୍ତାରେ କହିଛନ୍ତି। ମେଲେନିଆ ହ୍ୱାଇଟ୍‌ ହାଉସରେ ରହି ଚିକିତ୍ସିତ ହେଉଛନ୍ତି।

wp:html /wp:html

ହସ୍ପିଟାଲରେ ରହଣୀ ବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର କିଛି ସମୟ ଲାଗି ହସ୍ପିଟାଲ ବାହାରକୁ ଆସିଥିଲେ। କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଟ୍ରମ୍ପ କାର କାଚ ପଛପଟୁ ହସ୍ପିଟାଲ ବାହାରେ ଅପେକ୍ଷା କରିଥିବା ତାଙ୍କ ସମର୍ଥକଙ୍କୁ ହାତ ହଲାଇ ଅଭିନନ୍ଦନ ଜଣାଇଥିଲେ। ତେବେ ଟ୍ରମ୍ପଙ୍କ ଏଭଳି ଭ୍ରମଣକୁ ନେଇ ଦେଶରେ ବିତର୍କ ଆରମ୍ଭ ହୋଇଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.