ନବରାତ୍ରିର ଶୁଭକାମନା ଜଣାଇଲେ ଆମେରିକୀୟ ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ

Published By : Prameya-News7 Bureau | October 17, 2020 IST

ନୂଆଦିଲ୍ଲୀ ୧୭।୧୦: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରେଟ୍ ପ୍ରାର୍ଥୀ ଜୋ ବିଡେନ ଶନିବାର ହିନ୍ଦୁଙ୍କ ପର୍ବ ନବରାତ୍ରି ପାଇଁ ଶୁଭକାମନା ଜଣାଇଛନ୍ତି। ପୁଣି ଥରେ ଅନ୍ଧକାର ଉପରେ ଆଲୋକର ବିଜୟ କାମନା କରିଛନ୍ତି। ଜୋ ବିଡେନ ଟୁଇଟ୍ କରି କହିଛନ୍ତି ଯେମିତି ହିନ୍ଦୁଙ୍କ ନବରାତ୍ରି ଆରମ୍ଭ ହୋଇଥାଏ, ମୁଁ ଏବଂ ମୋ ପତ୍ନୀ ଜିଲ୍‌ ଆମେରିକା ଓ ସମଗ୍ର ଦୁନିଆରେ ଏହି ପର୍ବକୁ ପାଳନ କରୁଥିବା ସମସ୍ତ ଲୋକଙ୍କୁ ଶୁଭକାମନା ଜଣାଇଥାଉ। ଏଥର ମଧ୍ୟ ସମସ୍ତଙ୍କୁ ନବରାତ୍ରିର ଶୁଭକାମନା।

ଉଲ୍ଲେଖନୀୟ ଆମେରିକାରେ ଚଳିତ ବର୍ଷ ରାଷ୍ଟ୍ରପତି ନିର୍ବାଚନ  ହେବାକୁ ଯାଉଛି। ଏମିତି ସମୟରେ ଜୋ ବିଡେନଙ୍କ ଟ୍ଵିଟ୍ ବହୁତ ମହତ୍ଵ ରଖେ। ଅପରପକ୍ଷେ ଆମେରିକା ଡେମୋକ୍ରାଟିକର ଉପରାଷ୍ଟ୍ରପତି ପ୍ରାର୍ଥୀ କମଲା ହ୍ୟାରିସ୍ ମଧ୍ୟ ଭାରତୀୟ ଆମେରିକୀୟଙ୍କୁ ନବରାତ୍ରିର ଶୁଭକାମନା ଜଣାଇଛନ୍ତି। ନଭେମ୍ବର ୩ରେ ଆମେରିକାରେ ରାଷ୍ଟ୍ରପତି ହେବାକୁ ଯାଉଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.