ଅଶାନ୍ତି ଏବଂ ଅନିଶ୍ଚିତତା ମଧ୍ୟରେ ଆଜି ଆମେରିକାରେ ମତଦାନ : ଆଗାମୀ ରାଷ୍ଟ୍ରପତି ଟ୍ରମ୍ପ ନା ବିଡେନ୍?

Published By : Prameya-News7 Bureau | November 03, 2020 IST

ଓ୍ବାଶିଂଟନ୍ ୩/୧୧: ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ମଙ୍ଗଳବାର ଅର୍ଥାତ୍ ଆଜି ମତଦାନ ପୂରା ହୋଇଯିବ। କିନ୍ତୁ ଏହାର ପରିଣାମ ଆସିବାରେ ସମୟ ଲାଗିପାରେ। ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି ଯେ କ’ଣ ଟ୍ରମ୍ପ୍ ପୁଣି ଥରେ ସତ୍ତାକୁ ଆସିବେ? ଅନେକ ମାନୁଛନ୍ତି ଯେ ଡୋନାଲ୍ଡ ଟ୍ରମ୍ପ ନିର୍ବାଚନ ହାରି ପାରନ୍ତି। ଏଥର ଜୋ ବିଡେନଙ୍କ ଭାଗ୍ୟ ଉଦୟ ହେବ ବୋଲି ଲାଗୁଛି। ଯଦି ଏପରି ହେଲା ତେବେ ୧୯୯୨ମସିହା ପରେ ପ୍ରଥମ ଥର କୌଣସି ରାଷ୍ଟ୍ରପତି ପୁନର୍ବାର ନିର୍ବାଚିତ ହେବେ ନାହିଁ।

ମତଦାନ ଆମେରିକୀୟ ସମୟ ଅନୁସାରେ ସକାଳ ୬ଟାବେଳେ ଏବଂ ଭାରତୀୟ ସମୟ ଅନୁସାରେ ମଙ୍ଗଳବାର ଦ୍ବିପ୍ରହର ୩.୩୦ରେ ଆରମ୍ଭ ହେବ। ଭାରତୀୟ ସମୟ ଅନୁସାରେ ଆମେରିକୀୟ ନିର୍ବାଚନରେ ମତଦାନ ଗୁରୁବାର ସକାଳ ୬.୩୦ରେ ପୂରା ହେବ। ଆମେରିକାରେ ମତଗଣନା ପ୍ରତି ରାଜ୍ୟରେ ନିର୍ବାଚନ ପ୍ରକ୍ରିୟା ପୂରା ହେବା ମାତ୍ରେ ମଙ୍ଗଳବାର ରାତିରେ ହିଁ ଆରମ୍ଭ ହୋଇଯିବ।

ଅନିଶ୍ଚିତତା ମଧ୍ୟରେ ରାସ୍ତାରେ ଅଶାନ୍ତି ବଢ଼ୁଛି। ଏହା ସହିତ ରିପବ୍ଲିକାନ ଆଶାୟୀ ପ୍ରାର୍ଥୀ ଏବଂ ଉପସ୍ଥିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ମଙ୍ଗଳବାର ପରେ କିଛି ରାଜ୍ୟରେ ମତପତ୍ର ସ୍ବୀକାର କରାଯିବା ପରେ ଏବଂ ତାଙ୍କ ଗଣନା ବିରୋଧରେ ମୋକଦ୍ଦମା କରିବାର ସଙ୍କେତ ଦେଇଛନ୍ତି।

ଏହି ସମୟରେ ଆମେରିକୀୟ ମିଡିଆରେ ଟ୍ରମ୍ପଙ୍କ ମାଧ୍ୟମରୁ ଖବର ଆସିଛି ଯେ ଯଦି ତାଙ୍କୁ ଆରମ୍ଭରୁ ବେଶୀ ମିଳୁଛି ତେବେ ସେ ନିର୍ବାଚନ ଦିନ ରାତିରେ ନିଜକୁ ରାଷ୍ଟ୍ରପତି ଘୋଷିତ କରିଦେବେ। ପରେ ଟ୍ରମ୍ପ ଏହା କରିବାକୁ ମନା କରିଥିଲେ। ଏହାକୁ ନେଇ ତାଙ୍କ ପ୍ରତିଦ୍ବନ୍ଦୀ ଏବଂ ଡେମୋକ୍ରାଟସଙ୍କ ଆଶାୟୀ ଜୋ ବିଡେନ ଫିଲାଡେଲଫିଆରେ ଜବାବ ଦେଇଥିଲେ ଯେ ରାଷ୍ଟ୍ରପତିଙ୍କୁ ଏହି ନିର୍ବାଚନକୁ ଚୋରି କରିବାକୁ ଦିଆଯିବ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.