Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜଧାନୀ ନାଳରୁ ଛାତ୍ର ନିଖୋଜ ଘଟଣା, ୧୮ଘଣ୍ଟା ପରେ ମିଳିଲା ଜ୍ୟୋତିଙ୍କ ମୃତଦେହ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୬ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୧୦ କୋଭିଡ୍ ପଜିଟିଭ୍
  • ||
  • ବାରବାଟୀରେ ଭାରତ-ଓ୍ୱେଷ୍ଟଇଣ୍ଡିଜ୍ ଟି୨୦ ! ବିସିସିଆଇ ଆପେକ୍ସ ବୈଠକରେ ଲାଗିପାରେ ମୋହର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩୦ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୬ ମୃତ
  • ||
  • ଭିସୁଟର କୂଳପତି ସମେତ ୨ଛାତ୍ର କୋଭିଡ଼ ପଜିଟିଭ, ସଂଗରୋଧରେ ସମସ୍ତେ
  • ||
  • ବିଦ୍ୟାଭାରତୀଙ୍କର ମିଛଧରା ପରୀକ୍ଷା ଆଜି, ବାହାରିବ କି ସତ ?
  • ||
  • ରାଜଧାନୀ ନାଳରେ ନାବାଳକ ଭାସିଯିବା ଘଟଣା : ଏବେସୁଦ୍ଧା ମିଳିନି ପତ୍ତା, ଉଦ୍ଧାରକାର୍ଯ୍ୟ ଜାରି
  • ||

US Presidential Election: ସର୍ଭେରେ ଟ୍ରମ୍ପଙ୍କୁ ପଛରେ ପକାଇଲେ ଜୋଏ ବିଡେନ

17/07/2020 at 6:02 PM

ଓ୍ଵାଶିଂଟନ ୧୭।୦୭: ଆମେରିକାରେ ହେବାକୁଥିବା ରାଷ୍ଟ୍ରପତି ନିର୍ବାଚନକୁ ନେଇ ରାଜନୀତି ଜୋରସୋରରେ ଚାଲିଛି। ଏହା ମଧ୍ୟରେ ଏକ ତାଜା ସର୍ଭେ ଅନୁଯାୟୀ ରିପବ୍ଲିକାନ ପାର୍ଟିର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ନିଜର ପ୍ରତିଦ୍ଵନ୍ଦୀ ତଥା ଡେମୋକ୍ରାଟିକ୍ ପାର୍ଟିର ପ୍ରାର୍ଥୀ ଜୋଏ ବିଡେନଙ୍କଠୁ ପଛୁଆ ରହିଥିବା ଜଣା ପଡିଛି। ଯଦି ଏହି ବ୍ୟବଧାନ ନିର୍ବାଚନ ପର୍ଯ୍ୟନ୍ତ ଜାରି ରହେ ତେବେ ଟ୍ରମ୍ପଙ୍କୁ ପରାଜୟ ସାମ୍ନା କରିବାକୁ ପଡିପାରେ।

୧୫ ପଏଣ୍ଟରେ ଆଗୁଆ  ଜୋଏ ବିଡେନ

ଆମେରିକାର କ୍ଵିନିୟକ ୟୁନିଭର୍ସିଟିର ଏକ ରାଷ୍ଟ୍ରୀୟ ସର୍ବେକ୍ଷେଣରେ ରାଷ୍ଟ୍ରପତି ଟ୍ରମ୍ପ ପ୍ରତିଦ୍ଵନ୍ଦୀ ଜୋ ବିଡେନଙ୍କଠୁ ୧୫ ପଏଣ୍ଟ ପଛରେ ଅଛନ୍ତି। ଏହି ସର୍ଭେରେ ପଞ୍ଜିକୃତ ଭୋଟରଙ୍କ ମଧ୍ୟରୁ ୫୨ ପ୍ରତିଶତ ଲୋକ ବିଡେନଙ୍କୁ ସମର୍ଥନ କରିଛନ୍ତି। ଅନ୍ୟପଟେ କେବଳ ୩୩ ପ୍ରତିଶତ ମତଦାତା ଟ୍ରମ୍ପଙ୍କୁ ସମର୍ଥନ ଦେବା ଘୋଷଣା କରିଛନ୍ତି। ଆମେରିକା ନିର୍ବାଚନରେ ଅର୍ଥବ୍ୟବସ୍ଥା ପରେ ଚୀନ ମଧ୍ୟ ବଡ ପ୍ରସଙ୍ଗ ରହିଛି।

ଆଉ ଏକ ସର୍ଭେରେ ମଧ୍ୟ ଟ୍ରମ୍ପ ପଛୁଆ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପକୁ ନେଇ ଏନବିସି/ଡବ୍ଲ୍ୟୁଏସଜେର ସର୍ବେକ୍ଷେଣରେ ମଧ୍ୟ ଜୋ ବିଡେନ ନିଜର ପ୍ରତିଦ୍ଵନ୍ଦୀ ଡୋନାଲ୍ଡ ଟ୍ରମ୍ପଙ୍କଠୁ ଆଗରେ ରହିଛନ୍ତି। ଏହି ସର୍ଭେରେ ବିଡେନଙ୍କୁ ୫୧ ପ୍ରତିଶତ ଲୋକ ନିଜର ସମର୍ଥନ ଦେଇଥିବା ବେଳେ ଟ୍ରମ୍ପଙ୍କୁ ୪୦ ପ୍ରତିଶତ ଭୋଟର ସମର୍ଥନ ଦେଇଛନ୍ତି। କୁହାଯାଉଛି ଅର୍ଥବ୍ୟବସ୍ଥାକୁ ନେଇ ଟ୍ରମ୍ପଙ୍କ କାର୍ଯ୍ୟରେ ଲୋକ ଅସନ୍ତୁଷ୍ଟ ଅଛନ୍ତି।

ନିର୍ବାଚନରେ ଚୀନ ତୃତୀୟ ସବୁଠୁ ବଡ ପ୍ରସଙ୍ଗ

ବିଜ୍ଞାପନର ସମୀକ୍ଷା କରୁଥିବା ରିପବ୍ଲିକନ ପୋଲଷ୍ଟର ଫ୍ରେଙ୍କ ଅନୁଯାୟୀ, ଆମେରିକା ନିର୍ବାଚନରେ ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ କଡା ଟକ୍କର ହେବ। ରାଷ୍ଟ୍ରପତି ନିର୍ବାଚନରେ ଅର୍ଥବ୍ୟବସ୍ଥା ଓ କରୋନା ଭାଇରସ୍‌ ମୁକାବିଲା ସହିତ ଚୀନ ତୃତୀୟ ବଡ ନିର୍ବାଚନୀ ପ୍ରସଙ୍ଗ ହୋଇଛି। ଦୁଇ ପ୍ରତିଦ୍ଵନ୍ଦୀ ଚୀନକୁ ନେଇ କଡା ଆଭିମୁଖ୍ୟ ଦେଖାଉଛନ୍ତି। ଏହାକୁ ନେଇ ଦୁଇ ନେତାଙ୍କ ନିର୍ବାଚନ ପ୍ରବନ୍ଧନ ସମିତି ଅନେକ ବିଜ୍ଞାପନ ମଧ୍ୟ ଜାରି କରିଛି।

   Related Posts