ଆମେରିକାର ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଲଢ଼ିଥିବା ତୁଳସୀ ଗବାର୍ଡ ଭାରତର ମୂଳ ବାସିନ୍ଦା ନୁହନ୍ତି, ଟ୍ବିଟ୍ କରି ସ୍ପଷ୍ଟ କରିଥିଲେ ତୁଳସୀ

Published By : Prameya-News7 Bureau | November 24, 2019 IST

ନୂଆଦିଲ୍ଲୀ୨୪/୧୧:ତୁଳସୀ ଗବାର୍ଡ ଆମେରିକୀୟ କଂଗ୍ରେସର ପ୍ରଥମ ହିନ୍ଦୁ ସାଂସଦ। ଡେମୋକ୍ରେଟ୍ ପାର୍ଟିରୁ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଲଢ଼ିଥିବା ତୁଳସୀଙ୍କୁ ଭାରତର ମୂଳ ବାସିନ୍ଦା ବୋଲି କୁହାଯାଏ। ସେ ଆମେରିକା ଓ ଭାରତ ୨ଟି ଦେଶରେ ତୁଳସୀଙ୍କ ବେଶ ଲୋକପ୍ରିୟ ରହିଛି। ୧୯୮୧ ମସିହା ଏପ୍ରିଲ୍ ୧୨ ତାରିଖରେ ଆମେରିକାର ଲିଲୋଆଲୋଆରେ ତାଙ୍କର ଜନ୍ମ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ବେଳେ ତୁଳସୀ ତାଙ୍କୁ ସ୍ବାଗତ କରିଥିଲେ। ସେପ୍ଟେମ୍ବର ୨୨ ତାରିଖରେ ହାଉଡି ମୋଦି କାର୍ଯ୍ୟକ୍ରମରେ ସାମିଲ ନ ହେବା ଯୋଗୁଁ ତୁଳସୀ କ୍ଷମା ପ୍ରାର୍ଥନା ମଧ୍ୟ କରିଥିଲେ। ୩୮ ବର୍ଷ ବୟସ୍କା ଗବାର୍ଡ ଆମେରିକୀୟ ପ୍ରଥମ ହିନ୍ଦୁ ସାଂସଦ। ସେ ଚାରିଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି।

ଭାରତ ଓ ଆମେରିକାର ମଧ୍ୟରେ ସୁସଂପର୍କ ସ୍ଥାପନରେ ତୁଳସୀଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ସେ ପ୍ରଥମ ହିନ୍ଦୁ ମହିଳା ଯିଏ ଆମେରିକା ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଲଢ଼ି ଥିଲେ। ଆମେରିକାରେ ଥିବା ହିନ୍ଦୁ ମହିଳାଙ୍କ ମଧ୍ୟରେ ତୁଳସୀଙ୍କ ବେଶ ଲୋକପ୍ରିୟ ରହିଛି। ସେଥିଲାଗି ତାଙ୍କୁ ଭାରତର ମୂଳ ବାସିନ୍ଦା ବୋଲି କହନ୍ତି।

ଆମେରିକାର ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଲଢ଼ୁଥିବା ତୁଳସୀ ଗବାର୍ଡ ପ୍ରଥମ ଭାରତୀୟ ମହିଳା ବୋଲି ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲେ। କିନ୍ତୁ ଏହି ଖବର ପ୍ରକାଶିତ ହେବାପରେ ତୁଳସୀ ଏହାକୁ ଖଣ୍ଡନ କରିଥିଲେ। ସେଥିପାଇଁ ୨୦୧୨ ମସିହାରେ ତୁଳସୀ ଏକ ଟ୍ବିଟ୍ କରିଥିଲେ। ସେ ଭାରତର ମୂଳ ବାସିନ୍ଦା ନୁହେଁ ବୋଲି ଟ୍ବିଟ୍‌ରେ ସ୍ପଷ୍ଟ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.