Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

ଆମେରିକା ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନଙ୍କ ବିଜୟ ଉପରେ ଲାଗିଛି ୧ ନିୟୁତ ପାଉଣ୍ଡର ବାଜି, ଜାଣନ୍ତୁ କେଉଁଠି

3/11/2020 at 10:52 PM

ୱାସିଂଟନ: ଡେମୋକ୍ରାଟିକ୍ ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ କେବଳ ଆମେରିକା ନୁହେଁ ୟୁରୋପରେ ମଧ୍ୟ ବେଶ ଲୋକପ୍ରିୟ। ଯେଉଁଥିପାଇଁ ବ୍ରିଟେନରେ ତାଙ୍କ ବିଜୟ ଉପରେ ଲାଗିଛି ୧ ନିୟୁତ ପାଉଣ୍ଡର ବାଜି । ଆମେରିକାରେ ନିର୍ବାଚନ ଲାଗି ଜୁଆ ଉପରେ କଡ଼ା ଆଇନଗତ କଟକଣା ରହିଛି। ହେଲେ ବ୍ରିଟେନରେ ସେପରି କିଛି ନାହିଁ। ଏଣୁ ଆମେରିକା ନିର୍ବାଚନକୁ ନେଇ ବ୍ରିଟିଶ ଜୁଆ ବଜାର ଏବେ ଉଠୁଛି ପଡୁଛି।

ଚଳିତ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଦେଶ ଲାଗି ଐତିହାସିକ ହେବ ବୋଲି ଏବେଠୁ ଆକଳନ କରାଗଲାଣି। ଏଣୁ ବ୍ରିଟେନରେ ଲୋକେ କୋଟିକୋଟି ପାଉଣ୍ଡ ଜୁଆରେ ଲଗାଇଦେଇଛନ୍ତି। ତେବେ ବିଡେନଙ୍କ ବିଜୟ ଲାଗି ବ୍ରିଟେନରେ ସବୁଠୁ ଅଧିକ ବାଜି ଲଗାଇଥିବା ବ୍ୟକ୍ତି ଜଣକ କିଏ ତାହା କିନ୍ତୁ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ। ତେବେ ସେ ଯିଏବି ହୋଇଥାନ୍ତୁ ନା କାହିଁକି ବିଡେନଙ୍କ ବିଜୟ ସହ ସେ ୫ଲକ୍ଷ ୪୦ ହଜାର ବ୍ରିଟିଶ ପାଉଣ୍ଡ ଅର୍ଥାତ ୬ଲକ୍ଷ ୯୬ ହଜାର ୧୭୦ ଡଲାର ବିଜୟୀ ହେବେ। ଏହା ଛଡା ତାଙ୍କୁ ବାଜି ବାବଦେ୧ ନିୟୁତ ପାଉଣ୍ଡ ମଧ୍ୟ ମିଳିବ।

ନିର୍ବାଚନ ବିଶ୍ଲେଷକମାନଙ୍କ ସମୀକ୍ଷା ଅନୁସାରେ ନିର୍ବାଚନରେ ବିଡେନଙ୍କ ବିଜୟ ଆଶା ପ୍ରାୟ ୬୫ ପ୍ରତିଶତ। ଅପରପକ୍ଷରେ ଶାସକ ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ଆଶା ମାତ୍ର ୩୫ ପ୍ରତିଶତ ଅନୁମାନ କରାଯାଇଛି। ତେବେ ନିର୍ବାଚନ ଫଳାଫଳ ଲାଗି ଏବେ ଦୀର୍ଘ ସମୟ ଅପେକ୍ଷା କରାଯିବ। ତେବେ ବେଟ୍‌ଫେୟାର ଇତିହାସରେ ଲାଗିଥିବା ବାଜିକୁ ବିଶ୍ୱର ଏପର୍ଯ୍ୟନ୍ତ ତୃତୀୟ ସର୍ବ ବୃହତ୍ତ ବେଟି୍ଂ ବୋଲି କୁହାଯାଉଛି।

ଏହା ପୂର୍ବରୁ ୨୦୧୦ ଫ୍ରେଞ୍ଚ ଓପନରେ  ଟେନିସ ଖେଳାଳି ରାଫେଲ ନାଦାଲଙ୍କ ଉପରେ ୧.୧ ନିୟୁତ ପାଉଣ୍ଡ ବାଜି ଲାଗିଥିବା ବେଳେ  ୨୦୧୭ ମସିହାରେ ଫ୍ଲଏଡ ମେୱେଦର ଜୁନିୟରଙ୍କ ଲାଗି ୧ ନିୟୁତ ପାଉଣ୍ଡ ବାଜି ପଡିଥିଲା। ତେବେ ବ୍ରିଟେନରେ ଚାଲିଥିବା ଏପରି ଜୁଆ ଲାଗି ଅଡସ ଚେକର ୟୁଏସ୍‌ ସୂଚନା ପ୍ରଦାନ କରୁଥିବା ଜଣାପଡିଛି।

   Related Posts