ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଫ୍ୟାନ୍ ବୁସା କୃଷ୍ଣାଙ୍କ ହୃଦଘାତରେ ପରଲୋକ : ମୂର୍ତ୍ତି ସ୍ଥାପନ କରି କରୁଥିଲେ ପୂଜା

Published By : Prameya-News7 Bureau | October 12, 2020 IST

ତେଲେଙ୍ଗାନା ୧୨/୧୦: ଆମେରିକାର ରାଷ୍ଟ୍ରପତିଙ୍କ ସବୁଠୁ ବଡ଼ ଫ୍ୟାନ୍ ବୁସା କୃଷ୍ଣାଙ୍କ ହୃଦଘାତରେ ପରଲୋକ ହୋଇଯାଇଛି। ତେଲେଙ୍ଗାନାର ଜନଗାଁଓରେ ରହୁଥିବା ବୁସା କୃଷ୍ଣା,ଡୋନାଲ୍ଡ ଟ୍ରମ୍ପଙ୍କୁ ଦେବତା ଭାବେ ପୂଜା କରୁଥିଲେ। ସେ ଗତ ବର୍ଷ ନିଜ ଘର ବାହାରେ ଟ୍ରମ୍ପଙ୍କ ୬ଫୁଟ ଉଚ୍ଚ ପ୍ରତିମା ନିର୍ମାଣ କରିଥିଲେ ଯାହାକୁ ସେ ପୂଜା ମଧ୍ୟ କରୁଥିଲେ। କେବଳ ଏତିକି ନୁହେଁ କୃଷ୍ଣା ଡୋନାଲ୍ଡ ଟ୍ରମ୍ପଙ୍କ ଦୀର୍ଘାୟୁ ପାଇଁ ଶୁକ୍ରବାର ବ୍ରତ ମଧ୍ୟ ରଖୁଥିଲେ।

{"id":342796,"sizeSlug":"large"}

ଏହା ବ୍ୟତୀତ ତାଙ୍କର ଏକ ଫଟୋ ସେ ସବୁବେଳେ ନିଜ ପାଖରେ ରଖୁଥିଲେ। ଏସବୁ କଥାରୁ ଆମେରିକୀୟ ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ବୁସା କୃଷ୍ଣାଙ୍କ ନିଃସ୍ବାର୍ଥପର ପ୍ରେମ ବିଷୟରେ ଅନୁମାନ ଲଗାଯାଇପାରିବ।

{"id":342797,"sizeSlug":"large"}

ବୁସା କୃଷ୍ଣା ଡୋନାଲ୍ଡ ଟ୍ରମ୍ପଙ୍କ ବହୁତ ବଡ଼ ପ୍ରଶଂସକ ଥିଲେ। ତାଙ୍କ ମନରେ ଟ୍ରମ୍ପଙ୍କ ପାଇଁ ଏତେ ଭକ୍ତି ଥିଲା ଯେ ସେ ତାଙ୍କ ମୂର୍ତ୍ତିରେ ଦୁର୍ଗାଭିଷେକ କରୁଥିଲେ। ଗାଁଲୋକଙ୍କ ଗହଣରେ ସେ ଟ୍ରମ୍ପ ନାମରେ ଜଣା ଯାଉଥିଲେ ଏବଂ ବୁସାଙ୍କ ଘରକୁ ଟ୍ରମ୍ପ ହାଉସ୍ ନାମରେ ଡକାଯାଉଥିଲା।

{"id":342798,"sizeSlug":"large"}

ଏବର୍ଷ ଫେବୃୟାରୀ ମାସରେ ଯେତେବେଳେ ଆମେରିକାର ରାଷ୍ଟ୍ରପତି ଭାରତ ଗସ୍ତରେ ଆସିଥିଲେ ସେତେବେଳେ ବୁସା ଭାରତ ସରକାରଙ୍କୁ ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବାର ଇଚ୍ଛା ପ୍ରକାଶ କରିଥିଲେ। ନିକଟରେ ଟ୍ରମ୍ଫଙ୍କ କରୋନାରେ ସଂକ୍ରମିତ ହେବା ଦ୍ବାରା ବୁସା କୃଷ୍ଣା ଅତ୍ୟନ୍ତ ବ୍ୟଥି୍ତ ଥିଲେ।

{"id":342799,"sizeSlug":"large"}

ସେ ଏକ ଇମୋସନାଲ ଭିଡିଓ କରିଥିଲେ ଯେଉଁଥିରେ ସେ କାନ୍ଦୁଥିବା ନଜର ଆସିଥିଲେ। ସେ ତାଙ୍କର ଶୀଘ୍ର ଆରୋଗ୍ୟ ହେବା ପାଇଁ ପ୍ରାର୍ଥନା କରୁଥିଲେ। ୩୩ବର୍ଷ ବୟସର ବୁସା କୃଷ୍ଣାଙ୍କ ରବିବାର ହୃଦଘାତରେ ପରଲୋକ ହୋଇଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.