ଓବାମାଙ୍କ ଫଟୋ ଟ୍ୱିଟ୍ କରି Troll ହେଲେ ଟ୍ରମ୍ଫ, ଜାଣନ୍ତୁ କ’ଣ କମେଣ୍ଟସ୍ କରୁଛନ୍ତି ଲୋକେ

Published By : Prameya-News7 Bureau | January 24, 2020 IST

ୱାସିଂଟନ ୨୪।୧:  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଶୁକ୍ରବାର ତାଙ୍କ ଟ୍ୱିଟ୍ ହ୍ୟାଣ୍ଡଲରେ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ଏକ ଫଟୋ ଅପଲୋଡ କରିଛନ୍ତି । ସୋସିଆଲ ମିଡିଆରେ ଏହି ଫଟୋ ଏବେ ଭାଇରାଲ ହେବା ପରେ ଟ୍ରମ୍ଫଙ୍କୁ ଲୋକେ ଖୁବ୍ ଟ୍ରୋଲ କରୁଛନ୍ତି।   ଟ୍ରମ୍ଫଙ୍କୁ ଲୋକେ ନିଚ ବୋଲି କହିବା ସହ ପଦରୁ ତୁରନ୍ତ ଇସ୍ତଫା ଦେଇଦେବା ଦରକାର ବୋଲି ମଧ୍ୟ ଲେଖିବାକୁ ବି ପଛାଉ ନାହାନ୍ତି।

{"id":215409,"width":587,"height":672,"sizeSlug":"large"}

ଟ୍ରମ୍ଫ ଯେଉଁ ଫଟୋଟି ପୋଷ୍ଟ କରିଛନ୍ତି ସେଥିରେ ସେ ଏକ ଘର ଭିତରେ କାନ୍ଥକୁ ଆଉଜି ଛିଡା ହୋଇଥିବା ବେଳେ ଝରକା ବାହାର ପଟୁ ବାରାକ୍ ଓବାମା ତାଙ୍କୁ ବାଇନାକୁଲାରରେ ଦେଖୁଥିବା ଦେଖାଯାଇଛି। ଫଟୋଟିରେ ଓବାମା ଠିକ୍ ହଲିଉଡ ଫିଲ୍ମର ଗୁପ୍ତଚର ଭଳି ଦେଖାଯାଉଛନ୍ତି। ଫଟୋଟି ଟ୍ୱିଟ୍‌ ହେବା ପରେ ପରେ ଭାଇରାଲ ହେବାରେ ଲାଗିଛି।

wp:html /wp:html

ଟ୍ରମ୍ଫ ଶୁକ୍ରବାର ଭାରତୀୟ ସମୟ ସକାଳ ୮ଟା୧୦ମିନିଟ୍‌ରେ ଏହି ଫଟୋଟିକୁ ପୋଷ୍ଟ କରିଥିଲେ।  ମାତ୍ରକିଛି ସମୟରେ ଏହା ୧୭ ହଜାରଥର  ରି-ଟ୍ୱିଟ୍ ହୋଇଥିବା ବେଳେ ଲୋକେ ଏବେବି ଆପଣ ଓବାମାଙ୍କୁ ଇର୍ଶା କରୁଥିବା ଓ ଆପଣ ଚାହିଁଲେ ବି ଓବାମାଙ୍କ ସ୍ତର ପର୍ଯ୍ୟନ୍ତ ପହଞ୍ଚିପାରିବେ ନାହିଁ ବୋଲି ମଧ୍ୟ କିଛି ୟୁଜର କମେଣ୍ଟ କରିଛନ୍ତି। ତେବେ ଓବାମାଙ୍କୁ ନେଇ ଟ୍ରମ୍ଫ ଟ୍ୱିଟ୍ କରିବା କିଛି ନୂଆ କଥା ନୁହେଁ। ୨ ବର୍ଷ ପୂର୍ବେ ମଧ୍ୟ ଟ୍ରମ୍ଫ ଏଭଳି ଏକ ପୋଷ୍ଟ କରିଥିଲେ। ଲୋକେ ଏପରି ପ୍ରତିକ୍ରିୟା ଦେଇଥିଲେ ଯେ ପୋଷ୍ଟ ଡିଲିଟ୍ କରିବାକୁ ତାଙ୍କୁ ତର ମିଳିନଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.