ଆମେରିକା ସେନା ଅପରେସନରେ ବଗଦାଦୀର ଉତ୍ତରାଧିକାରୀ ନିହତ, ସୂଚନା ଦେଲେ ଟ୍ରମ୍ଫ
29/10/2019 at 7:19 PM

ୱାସିଂଟନ: ଆଇଏସ ନେତା ଅବୁ ବକର ଅଲ-ବଗଦାଦୀ ପରେ ସଙ୍ଗଠନରେ ତାର ଉତ୍ତରାଧିକାରୀ କୁହାଯାଉଥିବା ଅବଦୁଲ୍ଲା କାର୍ଦ୍ଦାଇସ୍ ମଧ୍ୟ ଆମେରିକୀୟ ସେନା ଦ୍ୱାରା ନିହତ ହୋଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ତେବେ ଟ୍ରମ୍ଫ ମୃତ ଆତଙ୍କବାଦୀ ନେତାଙ୍କ ନାମ କହିନଥିବା ବେଳେ ବଗଦାଦୀ ଇସାରାରେ ସେ ସଙ୍ଗଠନର କାର୍ଯ୍ୟ ସମ୍ଭାଳୁଥିଲା ବୋଲି କହିଛନ୍ତି। ବଗଦାଦୀର ମୃତ୍ୟୁ ପରେ ସଙ୍ଗଠନରେ ତାର ଉତ୍ତରାଧିକାରୀମାନଙ୍କୁ ମଧ୍ୟ ଆମେ ଜାଣିଛୁ ବୋଲି ଟ୍ରମ୍ଫ କହିଥିଲେ।

ଗତ ଶନିବାର ଆମେରିକା ସେନା ଅପରେସନରେ ବଗଦାଦୀ ନିହତ ହୋଇଥିଲା। ଉତ୍ତର ସିରିଆର ଏକ ଗାଁରେ ସେନା ବଗଦାଦୀକୁ ଘେରିଯାଇଥିଲା। ଏଣୁ ସେଠାରୁ ତାର ମୁକ୍ତି ଅସମ୍ଭବ ଜାଣି ସେ ନିଜକୁ ନିଜେ ବିସ୍ଫୋରଣ କରି ଆତ୍ମହତ୍ୟା କରିଥିଲା। ତେବେ ରିପୋର୍ଟ ମୁତାବକ ବଗଦାଦୀ ଓକ ରୋଗାକ୍ରାନ୍ତ ବ୍ୟକ୍ତିଥିଲା। ଏଣୁ ସେ ସଙ୍ଗଠନର ଦାୟିତ୍ୱ ତୁଲାଇ ପାରୁନଥିଲା। ଏଣୁ ତା ନିର୍ଦ୍ଦେଶରେ ଅବଦୁଲ୍ଲା କାର୍ଦ୍ଦାଇସ ସଙ୍ଗଠନ ସମ୍ଭାଳିବା ସହ ଆତଙ୍କବାଦ ସଞ୍ଚାଳନ କରୁଥିଲା।
Just confirmed that Abu Bakr al-Baghdadi’s number one replacement has been terminated by American troops. Most likely would have taken the top spot – Now he is also Dead!
— Donald J. Trump (@realDonaldTrump) October 29, 2019
ତେବେ ଟ୍ରମ୍ଫ ଏକ୍ ଟ୍ୱିଟ୍ କରି ସେଠାରେ ବଗଦାଦୀର ନମ୍ବର-୧ ରିପ୍ଲେସମେଣ୍ଟ ବି ଏବେଏବେ ସେନା ଦ୍ୱାରା ନିହତ ହୋଇଥିବା ସୂଚନା ଦେଇଛନ୍ତି। କର୍ଦ୍ଦାଇସ ପୂର୍ବତନ ଇରାକ୍ ଏକଛତ୍ରବାଦୀ ରାଷ୍ଟ୍ରପତି ସଦ୍ଦାମ ହୁସେନଙ୍କ ସେନାରେ କାର୍ଯ୍ୟ କରୁଥିଲା। ତେବେ ବଗଦାଦୀ କୌଣସି ଆତଙ୍କବାଦ ଗତିବିଧି ରେ ନିଜେ ଭାଗ ନେଉ ନଥିବାରୁ ତାର ନିର୍ଦ୍ଦେଶକୁ କାର୍ଦ୍ଦାଇସ ସଫଳ କରୁଥିଲା।