Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ କୋହଲିଙ୍କ ଘୋଷଣା, ଟି-୨୦ ୱାର୍ଲ୍ଡ କପ୍‌ ପରେ ଛାଡ଼ିବେ କ୍ୟାପ୍ଟେନ୍‌ ପଦ
  • ||
  • ସାନଖେମୁଣ୍ଡି : ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ଇଂଜିନିୟର, ଠିକାଦାରଙ୍କଠୁ ନେଉଥିଲେ ୫୦ହଜାର ଟଙ୍କା ଲାଞ୍ଚ
  • ||
  • ନୂଆଦିଲ୍ଲୀ : ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ୧୯ ଓ ୨୦ରେ ପ୍ରବଳ ବର୍ଷା ସମ୍ଭାବନା : IMD ଡିଜି
  • ||
  • ମାଲକାନଗିରି : ମାଲକାନଗିରିରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳିବିନିମୟ, ଛତ୍ରଭଙ୍ଗ ଦେଲେ ମାଓବାଦୀ : କ୍ୟାମ୍ପ୍‌ରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଠାବ
  • ||
  • ପୁରୀ : ଶୁକ୍ରବାର ବନ୍ଦ ରହିବ ଶ୍ରୀମନ୍ଦିର, ବିଶେଷ ନୀତି ଯୋଗୁଁ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ
  • ||
  • ସୋର : ଫୁଲୁଛି କାଂଶ ବାଂଶ ନଦୀ, ବଢୁଛି ଜଳସ୍ତର : ଚିନ୍ତାରେ ତଳିଆ ଅଞ୍ଚଳବାସୀ
  • ||
  • ଖଣ୍ଡପଡା : ରଥିଆ ନାଳରେ ଭାସି ବୃଦ୍ଧ ନିଖୋଜ, ମାଛ ଧରିବାକୁ ଯାଇ ନାଳରେ ଭାସିଯାଇଥିବା ସନ୍ଦେହ
  • ||
  • ଜଗତସିଂହପୁର : ମହାନଦୀ ବନ୍ୟାଜଳରେ ବୁଡି ଗାଡି ଚାଳକ ନିଖୋଜ, ଇଟାଭାଟିକୁ ଯାଉଥିବା ବେଳେ ଅଘଟଣ
  • ||
  • ଯାଜପୁର : ପାଣିରେ ଭାସି ଯାଇଥିଲେ ବାପା-ପୁଅ, ଠାବ ହେଲା ମୃତଦେହ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ : ୨୪ ଘଣ୍ଟାରେ ବାହାରିଲେ ୫୮୦ କୋଭିଡ୍ ପଜିଟିଭ୍
  • ||

କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ପୁଣି ଥରେ ଆଗ୍ରହ ପ୍ରକାଶ କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍

10/09/2019 at 11:14 AM

ନୂଆଦିଲ୍ଲୀ ୧୦।୯: କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ପୁଣି ଥରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଆଗ୍ରହ ଦେଖାଇଛନ୍ତି । ସେ କହିଛନ୍ତି ଯେ, ଦୁଇ ସପ୍ତାହ ତଳ ଅପେକ୍ଷା ଏବେ ଭାରତ-ପାକିସ୍ତାନ ଭିତରେ ଉତ୍ତେଜନା ସାମାନ୍ୟ କମିଛି । ଏଭଳି ସ୍ଥିତିରେ ଯଦି ଦୁଇ ଦେଶ ଇଚ୍ଛା ପ୍ରକାଶ କରନ୍ତି ତେବେ ସେ ମଧ୍ୟସ୍ଥତା ପାଇଁ ପ୍ରସ୍ତୁତ ଅଛନ୍ତି ।

୨୬ଅଗଷ୍ଟରେ ଜି-୭ ବୈଠକ ଅବସରରେ ଫ୍ରାନ୍ସରେ ଟ୍ରମ୍ପଙ୍କ ସହ ମୋଦି ସାକ୍ଷାତ କରିଥିଲେ । ସେତେବେଳେ ଭାରତର ପ୍ରଧାନମନ୍ତ୍ରୀ ସିଧା ସିଧା କହିଥିଲେ ଯେ, ଭାରତ-ପାକିସ୍ତାନ ଭିତରେ କୌଣସି ପ୍ରସଙ୍ଗର ସମାଧାନ ଲାଗି ତୃତୀୟ ଦେଶର ଆବଶ୍ୟକତା ନାହିଁ । ଏହି ଆଲୋଚନାର ୨ସପ୍ତାହ ପରେ ଟ୍ରମ୍ପ୍ ପୁଣି ଥରେ କାଶ୍ମୀର ରାଗ ଗାଇଛନ୍ତି ।

ହ୍ବାଇଟ୍ ହାଉସରେ ଗଣମାଧ୍ୟମକୁ ଟ୍ରମ୍ପ୍ କହିଛନ୍ତି, କାଶ୍ମୀରକୁ ନେଇ ଭାରତ ଏବଂ ପାକିସ୍ତାନ ଭିତରେ ତିକ୍ତତା ବୃଦ୍ଧି ପାଇଛି । ଧାରା ୩୭୦ ଉଚ୍ଛେଦ ପରେ ଦୁଇ ଦେଶ ଭିତରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ଉଭୟ ଦେଶକୁ ସହାୟତା ଲାଗି ମୁଁ ପ୍ରସ୍ତୁତ ବୋଲି ଆମେରିକା ରାଷ୍ଟ୍ରପତି କହିଛନ୍ତି ।

ଗତ ଜୁଲାଇ ମାସରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ଆମେରିକା ଗସ୍ତ ସମୟରେ କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ଲାଗି ଟ୍ରମ୍ପ୍ ପ୍ରସ୍ତାବ ରଖିଥିଲେ । ଭାରତ ଏହାକୁ ତୁରନ୍ତ ଖଣ୍ଡନ କରି କହିଥିଲା ଭାରତ-ପାକିସ୍ତାନ ଭିତରେ ସମସ୍ତ ପ୍ରସଙ୍ଗ କେବଳ ଦ୍ବିପାକ୍ଷିକ ।

   Related Posts