Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ହସ୍ପିଟାଲରୁ ଡିସଚାର୍ଜ ବେଳେ ଟ୍ରମ୍ପ ପିନ୍ଧିବାକୁ ଚାହିଁଥିଲେ ସୁପରମ୍ୟାନ୍ ସାର୍ଟ

11/10/2020 at 4:34 PM

ନ୍ୟୁୟର୍କ ୧୧/୧୦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନା ଭାଇରସଲୁ ମାତ ଦେଇ ହ୍ୱାଇଟ ହାଉସ ପହଞ୍ଚି ଯାଇଛନ୍ତି। ସେ ନିର୍ବାଚନୀ ଅଭିଯାନରେ ଭାଗ ନେବା ମଧ୍ୟ ଆରମ୍ଭ କରିଛନ୍ତି। କୁହାଯାଉଛି ଯେ ହସ୍ପିଟାଲରୁ ବାହାରିବା ସମୟରେ ଟ୍ରମ୍ପ ଲୋକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିବାକୁ ଇଛା କରିଥିଲେ। ରିପୋର୍ଟ ଅନୁସାରେ ହସ୍ପିଟାଲରୁ ବାହାରିବା ସମୟରେ ସେ ସୁପରମ୍ୟାନ ସାର୍ଟ ପିନ୍ଧି ବାହାରିବା ପାଇଁ ଇଛା ପ୍ରକାଶ କରିଥିଲେ।

ହ୍ୱାଇଟ ହାଉସ ଏବେ ସୁଦ୍ଧା ଟ୍ରମ୍ପଙ୍କ ତାଜା କରୋନା ଟେଷ୍ଟ ରିପୋର୍ଟକୁ ସାର୍ବଜନିକ କରିନି। କିନ୍ତୁ ଟ୍ରମ୍ପ କୋଭିଡ-୧୯ ଚିକିତ୍ସା ପରେ ନିଜକୁ ସମ୍ପୂର୍ଣ୍ଣ ସୁସ୍ଥ ବୋଲି ଦର୍ଶାଇବା ପାଇଁ ପୁରା ଚେଷ୍ଟା କରୁଛନ୍ତି। ଶନିବାର ଅପରାହ୍ନରେ ଟ୍ରମ୍ପ କିଛି ସମୟ ପାଇଁ ହ୍ୱାଇଟ ହାଉସରେ ପହଞ୍ଚିବା ପରେ ଶହ ଶହ ସମର୍ଥକଙ୍କ ମଧ୍ୟକୁ ଆସିଥିଲେ। ସୂଚନା ଅନୁସାରେ ଅକ୍ଟୋବର ୨ ତାରିଖରେ ଟ୍ରମ୍ପ କରୋନା ପଜିଟିଭ ହୋଇଥିବା ସୋସିଆଲ ମିଡ଼ିଆ ମାଧ୍ୟମରେ ସୂଚନା ଦେଇଥିଲେ। ଏହାପରେ ତାଙ୍କୁ ୱାଲ୍ଟର ରୋଡ୍ ସ୍ଥିତ ମିଲିଟାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଅନେକ ଫୋନ କଲ କରିଥିଲେ। କିନ୍ତୁ ହସ୍ପିଟାଲରୁ ଡିସଚାର୍ଜ ହେବା ସମୟରେ ସେ ସୁପରମ୍ୟାନ ସାର୍ଟ ପିନ୍ଧିବାକୁ ଚାହୁଁଥିଲେ।

ହ୍ୱାଇଟ ହାଉସ ଡାକ୍ତର ସିନ କୋନଲୀ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଦେବା ପରେ ଅନିଶ୍ଚିତତା ଆହୁରି ବଢି ଯାଇଥିଲା। ସେ ଟ୍ରମ୍ପଙ୍କ ସଂକ୍ରମଣର ଭିନ୍ନ ଭିନ୍ନ ଟାଇମଲାଇନ କହିଥିଲେ। ଆରମ୍ଭରେ ସେ କହିଥିଲେ ଯେ ୭୨ ଘଣ୍ଟା ଚିକିତ୍ସା ପରେ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିଛି। ଅର୍ଥାତ ଟ୍ରମ୍ପ ସେପ୍ଟେମ୍ବର ୩୦ ତାରିଖରେ ସମ୍ଭବତଃ କରୋନା ସଂକ୍ରମିତ ହୋଇସାରିଥିଲେ। ପରେ ସେ ନିଜ ବୟାନରେ ସଫେଇ ଦେଇ କହିଥିଲେ ଯେ ସେ ଭୁଲ ତରିକାରେ ଟାଇମଲାଇନ କହିଥିଲେ।

ସେତେବେଳେ କୋନଲୀ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପ୍ରଶ୍ନ ଠାରୁ ଦୁରେଇ ରହୁଥିବା ନଜର ଆସିଥିଲେ। ସୋମବାର ଦିନ ଟ୍ରମ୍ପ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ। ଟ୍ରମ୍ପ ଅନେକ ନିର୍ବାଚନୀ ରାଲି ଓ ଅଭିଯାନରେ ସାମିଲ ହେବେ ବୋଲି ଜଣାପଡିଛି। ସେ ଏକ ଭିଡିଓ ସନ୍ଦେଶ  ଜାରି କରି ଲୋକଙ୍କୁ କରୋନା ଭାଇରସକୁ ନେଇ ଭୟଭୀତ ନ ହେବାକୁ ପରାମର୍ଶ ଦେଇଛନ୍ତି।

   Related Posts