Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନବୀନ ପଟ୍ଟନାୟକ ଏକ ନମ୍ବର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

ଟ୍ରମ୍ପ ନେବାକୁ ଯାଉଛନ୍ତି ଏହି ନିଷ୍ପତ୍ତି, ଭାରତକୁ ଲାଗିବ ବଡ ଝଟକା

21/06/2020 at 4:36 PM

ନୂଆଦିଲ୍ଲୀ ୨୧।୦୬: କରୋନା ସଂକ୍ରମଣ ମହାମାରୀରେ ଆମେରିକାରେ ନିଜର ନାଗରିକଙ୍କ ଚାକିରି ବଞ୍ଚାଇବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବଡ ନିଷ୍ପତ୍ତି ନେଇ ପାରନ୍ତି। ସେ ନେବାକୁ ଥିବା ନିଷ୍ପତ୍ତି ଭାରତ ପାଇଁ ବଡ ଝଟକା ହୋଇପାରେ। ଆମେରିକୀ ରାଷ୍ଟ୍ରପତି ଏଚ୧ବି(H-1B), ଏଲ-୧(L-1) ସମେତ ଅନ୍ୟ ଭିସାକୁ ନିଲମ୍ବିତ କରିବା ପାଇଁ ସମ୍ବନ୍ଧିତ ଆଦେଶ ଉପରେ ହସ୍ତାକ୍ଷର କରି ପାରନ୍ତି। କୁହାଯାଉଛି ଯେ, କରୋନା ଭାଇରସ୍‌ କାରଣରୁ ଉତ୍ପନ ବେରୋଜଗାରୀ ସଙ୍କଟରୁ ମୁକୁଳିବା ଲାଗି ଟ୍ରମ୍ପ ଏହି ନିଷ୍ପତ୍ତି ନେବାକୁ ଯାଉଛନ୍ତି। କରୋନା ସଂକ୍ରମଣରେ ଆମେରିକା ଗୁରୁତର ଭାବେ ପ୍ରଭାବିତ ହୋଇଛି। ଏହି କାରଣରୁ ସେଠାକାର ଲକ୍ଷାଧିକ ଲୋକ ରୋଜଗାର ହରାଇ ସାରିଛନ୍ତି।

H-1B ଭିସା ନିଲମ୍ବିତ ହେଲେ ଏଥିରେ ପ୍ରଭାବିତ ହେବାକୁ ଥିବା  ଦେଶ ମଧ୍ୟରେ ଭାରତ ପ୍ରମୁଖ।  କାରଣ ଆମେରିକାରେ ଚାକିରି କରୁଥିବା ଭାରତୀୟଙ୍କ ମଧ୍ୟରେ ଏହି ଭିସାର ଚାହିଦା ଅଧିକ ରହିଛି। ଏହା ଆମେରିକୀୟ କମ୍ପାନୀକୁ ବିଦେଶୀ କର୍ମଚାରୀଙ୍କୁ ନିଯୁକ୍ତି ଦେବାର ସୁବିଧା ପ୍ରଦାନ କରିଥାଏ।  ବିଶେଷ କରି ଆଇଟି ସେକ୍ଟରରେ କାମ କରୁଥିବା ଲୋକଙ୍କ ପାଇଁ ଏହି ଭିସା ବହୁତ ଜରୁରୀ।

ଏନପିଆର ନ୍ୟୁଜ୍ ଅନୁଯାୟୀ ଚଳିତ ବର୍ଷ ଶେଷ ସୁଦ୍ଧା ଏଚ-୧ ବି, ଏଲ-୧ ଏବଂ ଅନ୍ୟ ଅସ୍ଥାୟୀ କାର୍ଯ୍ୟ ଭିସା ନିଲମ୍ବିତ କରିବା ଆଦେଶ ଉପରେ ଟ୍ରମ୍ପ ହସ୍ତାକ୍ଷର କରିବାର ଆଶା ରହିଛି। କିନ୍ତୁ ଏହି ନୂତନ ଆଦେଶରେ ଆମେରିକାରେ କାମ କରୁଥିବା ଲୋକେ ପ୍ରଭାବିତ ହେବାର ସମ୍ଭାବନା ଖୁବ୍ କମ ରହିଛି। ଏଚ-୧ ବି ଭିସା ଜରିଆରେ ଯେଉଁମାନେ ଆମେରିକାରେ ଚାକିରି କରିବାକୁ ଆଶା ରଖିଛନ୍ତି ସେମାନଙ୍କୁ ଏହି ଝଟକା ଲାଗିପାରେ।

ଉଲ୍ଲେଖନୀୟ, ଏଚ-୧ବି ଓ୍ଵାର୍କ ଭିସା ଭାରତୀୟ କମ୍ପାନୀଙ୍କ ଆମେରିକୀ ପରିଚାଳନା ସହିତ ଆମେରିକାରେ କାମ କରିବାକୁ ଇଚ୍ଛୁକ ଭାରତୀୟଙ୍କ ମଧ୍ୟରେ ବହୁତ ଲୋକପ୍ରିୟ। ଆମେରିକା ସରକାର ପ୍ରତି ବର୍ଷ ଏଚ-୧ବି ଭିସା ଜାରି କରିବାକୁ ୮୫ ହଜାର ପର୍ଯ୍ୟନ୍ତ ସୀମିତ କରି ଦେଇଛନ୍ତି। ଏଥିରେ ପ୍ରାୟ ୭୦ ପ୍ରତିଶତ  ଭାରତୀୟ ଭିସା ପାଇଁ ଆବେଦନ କରିଥାନ୍ତି। କେବଳ ଏତିକି ନୁହେଁ ଟ୍ରମ୍ପଙ୍କ ଦ୍ଵାରା ହୋଟେଲ୍‌ ଓ ନିର୍ମାଣ କର୍ମଚାରୀଙ୍କ ପାଇଁ ଉପଲବ୍ଧ ଏଚ-୨ ବି ଭିସା ଓ ରିସର୍ଚ୍ଚ ସ୍କୋଲାର୍ସ ଏବଂ ପ୍ରଫେସର ଓ ଅନ୍ୟ ସାଂସ୍କୃତିକ ଓ କାର୍ଯ୍ୟକ୍ରମ ପାଇଁ ଜେ-୧ ଭିସାକୁ ମଧ୍ୟ ନିଲମ୍ବିତ କରାଯିବାର ଆଶା ରହିଛି।

   Related Posts