ଏବେ ବି କରୋନାରେ ସଂକ୍ରମିତ ଡୋନାଲ୍ଡ ଟ୍ରମ୍ପ, ହ୍ବାଇଟ୍ ହାଉସ ଫେରି ପକେଟରେ ରଖିଲେ ମାସ୍କ

Published By : Prameya-News7 Bureau | October 06, 2020 IST

ଓ୍ବାଶିଂଟନ ୦୬/୧୦: କରୋନା ଭାଇରସରେ ଆକ୍ରାନ୍ତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହସପିଟାଲରୁ ଛୁଟି ମିଳିଛି। ଅର୍ଥାତ୍ ତାଙ୍କୁ ହସପିଟାଲୁ ଡିସଚାର୍ଜ କରାଯାଇଛି। ତାଙ୍କର ଚିକିତ୍ସା ଓ୍ବାଲ୍ଟର ରିଡ୍ ହସପିଟାଲରେ ଚାଲିଥିଲା। ତାଙ୍କୁ ହେଲିକେପ୍ଟରରେ ଆମେରିକା ହ୍ବାଇଟ ହାଉସରେ ପହଞ୍ଚା ଯାଇଛି। ତେବେ ହ୍ବାଇଟ ହାଉସରେ ପହଞ୍ଚିବା ମାତ୍ରେ ସେ ମୁହଁରୁ ମାସ୍କ କାଢ଼ି ଦେଲେ। ହ୍ବାଇଟ ହାଉସ ଡାକ୍ତର ସିନ୍ କୋନଲ କହିଛନ୍ତି ଏବେ ବି ଟ୍ରମ୍ପ ପୂରାପୂରି ବିପଦରୁ ବାହାରି ନାହାନ୍ତି।

ହସପିଟାଲରୁ ଫେରି ହ୍ବାଇଟ ହାଉସ ପହଞ୍ଚି ସେ ମୁହଁରୁ ମାସ୍କ କାଢ଼ି ପକେଟରେ ରଖିଲେ। ତା’ପରେ ବାଲକୋନିରେ ଠିଆ ହୋଇ ଲୋକଙ୍କୁ ଥମ୍ସ-ଅପ ଇସାରା ଦେଲେ। ତେବେ ଏହା ପୂର୍ବରୁ ଟ୍ରମ୍ପ କହିଥିଲେ ତାଙ୍କୁ ଆଜି ହସପିଟାଲରୁ ଛୁଟି ମିଳିବ। ଏହା ସହ କୋଭିଡ-୧୯କୁ ଭୟ ନ କରିବାକୁ କହିଥିଲେ। କରୋନାରୁ ଟ୍ରମ୍ପ ପ୍ରଶାସନ କିଛି ଔଷଧ ଓ ଅନ୍ୟ ତଥ୍ୟ ହାସଲ କରିବାରେ ସଫଳ ହୋଇଛନ୍ତି। ଏବେ ଟ୍ରମ୍ପ କହିଛନ୍ତି ୨୦ ବର୍ଷ ପୂର୍ବ ଠାରୁ ମଧ୍ୟ ଅଧିକ ଭଲ ଅନୁଭବ କରୁଛନ୍ତି।

ଏ​‌ବେ ଟ୍ରମ୍ପଙ୍କ ଅକ୍ସିଜେନ୍ ମାତ୍ରା ସାମନ୍ୟ ଅଛି ଓ ହ୍ବାଇଟହାଉସରେ ତାଙ୍କୁ ରେମଡିସିଭିରର ପଞ୍ଚମ ଡୋଜ୍ ଦିଆଯିବ। ଏହା ସହ ଜୋ ବିଡେନଙ୍କ ସହ ଟ୍ରମ୍ପଙ୍କ ଆଗାମୀ ବିତର୍କ ତାରିଖ ମଧ୍ୟ ନିର୍ଧାରିତ ହୋଇଯାଇଛି। ଅର୍ଥାତ୍ ଅକ୍ଟୋବର ୧୩ରେ ମିୟାମୀରେ ଅନୁଷ୍ଠିତ ହେବ।

ଅବଶ୍ୟ ଏହା ପୂର୍ବରୁ ସ୍ବାସ୍ଥ୍ୟ ଅବସ୍ଥା ଟ୍ରମ୍ପଙ୍କର ଏତେ ବିଗିଡ଼ିଯାଇ ଥିଲା ଯେ ତାଙ୍କୁ ଷ୍ଟେରାଇଡ ଦିଆଯାଇ ଥିଲା ଯାହା ଅଧିକ ଗୁରୁତର ରୋଗୀଙ୍କୁ ଦିଆଯାଏ। ଏବେ କିନ୍ତୁ ପୂର୍ବ ଅପେକ୍ଷା ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସୁଧୁରୁଥିବା ଡାକ୍ତର କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.