ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଲେ- ‘ମୁଁ ପୂର୍ବ ଅପେକ୍ଷା ସୁସ୍ଥ ଅଛି, ଶୀଘ୍ର ଫେରିବି’

Published By : Prameya-News7 Bureau | October 04, 2020 IST

ଓ୍ବାଶିଂଟନ୍ ୦୪/୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନା​‌ରେ ସଂକ୍ରମିତ ହୋଇ ହସପିଟାଲରେ ଭର୍ତି ହୋଇଛନ୍ତି। ଇତିମଧ୍ୟରେ ସେ ହସପିଟାଲରୁ ଏକ ଭିଡ଼ିଓ ଜାରି କରିଛନ୍ତି। ସେହି ଭିଡିଓରେ ସେ କହିଛନ୍ତି ପୂର୍ବ ଅପେକ୍ଷା ସେ ସୁସ୍ଥ ଅନୁଭବ କରୁଛନ୍ତି ଓ ଖୁବଶୀଘ୍ର ଫେରିବେ। ତେବେ ହସପିଟାଲକୁ ଆସିବା ସମୟରେ ସେ ଅସୁସ୍ଥ ଅନୁଭବ କରୁଥିଲେ ମାତ୍ର ଏବେ ସେ ପୂର୍ବାପେକ୍ଷା ସୁସ୍ଥ ଅନୁଭବ କରୁଛନ୍ତି। ଟ୍ରମ୍ପଙ୍କ ସ୍ବାସ୍ଥ୍ୟ ଅବସ୍ଥାକୁ ନେଇ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିବା ପରେ ସେ ଏହି ଭିଡିଓ ଜାରି କରିଛନ୍ତି।

ଶନିବାର ହ୍ବାଇଟ ହାଉସ ପକ୍ଷରୁ କୁହାଯାଇ ଥିଲା ଟ୍ରମ୍ପଙ୍କୁ ଜ୍ବର ନାହିଁ ଓ ତାଙ୍କ ଚିକିତ୍ସା ଓ୍ବାଲଟର ରିଡ୍ ଆର୍ମି ହସପିଟାଲରେ ଚାଲିଛି। ପରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଥିବା ତଥ୍ୟ ସାମ୍ନାକୁ ଆସିଥିଲା। ଅବଶ୍ୟ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ କରୋନାରେ ସଂକ୍ରମିତ। ଟ୍ରମ୍ପ ହସପିଟାଲରେ ଥିବା ବେଳେ ଫାଷ୍ଟ ଲେଡି ହ୍ବାଇଟ ହାଉସରେ କ୍ବାରଣ୍ଟିନରେ ଅଛନ୍ତି। ଗୁରୁବାର ଟ୍ରମ୍ପ କରୋନା​‌ରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ି ଥିଲା। ଟ୍ରମ୍ପ ଟ୍ବିଟ କରି ସେ ଓ ତାଙ୍କ ପତ୍ନୀଙ୍କୁ କରୋନା ହୋଇଥିବା ଜଣାଇ ଥିଲେ।

ଏହା ସହ ଟ୍ରମ୍ପଙ୍କ ପରାମର୍ଶଦାତ୍ରୀ ହିପ ହୋକ୍ସ ପ୍ରଥମେ କରୋନାରେ ସଂକ୍ରମିତ ହୋଇଥି​‌ଲେ। ତା’ପରେ ଟ୍ରମ୍ପ ଦମ୍ପତି ସେମାନଙ୍କ କରୋନା ପରୀକ୍ଷା କରିଥିଲେ। ବହୁ ବଡ଼ ବଡ଼ ନେତା ଟ୍ରମ୍ପଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସେଥିରେ ସାମିଲ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତର କୋରିଆ ନେତା କିମ୍ ଜୋଙ୍ଗ ଉନ୍।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.