ପ୍ରଥମ ଭାରତ ଗସ୍ତରେ ଆମେରିକା ରାଷ୍ଟ୍ରପତିଙ୍କୁ ପରଷା ଯାଇପାରେ 'ଟ୍ରମ୍ଫ ଥାଳି', ଜାଣନ୍ତୁ କ'ଣ ରହିବ ଖାସ୍

Published By : Prameya-News7 Bureau | February 23, 2020 IST

ନୂଆଦିଲ୍ଲୀ ୨୩।୨:  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପ୍ରଥମ ଭାରତ ଗସ୍ତ କାଳରେ 'ଟ୍ରମ୍ପ ଥାଳି' ପରଷାଯିବ। ଯେଉଁଥିରେ ଆଇଟିସି ମୌର୍ଯ୍ୟ ବୁଖାରା ରେସ୍ତୋରାଁର ପ୍ରମୁଖ ବ୍ୟଞ୍ଜନ ରହିବ। ତେବେ ବିଦେଶୀ ରାଷ୍ଟ୍ରମୁଖ୍ୟଙ୍କ ବୁଖାରା ରେସ୍ତୋରାଁ ଆସିବା କିଛି ନୂଆ କଥା ନୁହେଁ। ଅତୀତରେ ବି ଅନେକ ଦେଶର ରାଷ୍ଟ୍ରପତି ଓ ଶୀର୍ଷ ନେତାମାନେ ଏଠାରେ ଆପ୍ୟାୟିତ ହୋଇଛନ୍ତି। ତେବେ ସବୁଠୁ ବଡ କଥା ହେଲା ଗତ ୪୧ ବର୍ଷରେ ଏହି ରେସ୍ତୋରାଁର ମେନୁରେ କୌଣସି ପରିବର୍ତ୍ତନ ହୋଇ ନାହିଁ।

{"id":228327,"sizeSlug":"large"}

ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପୂର୍ବତନ ଆମେରିକା ରାଷ୍ଟ୍ରପତିଙ୍କ ଭଳି ଟ୍ରମ୍ଫ ମଧ୍ୟ ବୁଖାରା ରେସ୍ତୋରାଁକୁ ଭୋଜନ ଲାଗି ଆସିବେ। ଯେଉଁଠି ତାଙ୍କ ପସନ୍ଦ ଅନୁରୂପ 'ଟ୍ରମ୍ପ ଥାଳି' ପରସା ଯିବ। ତେବେ ହୋଟେଲ  ଆମେରିକା ରାଷ୍ଟ୍ରପତିଙ୍କ ନିମନ୍ତେ ହୋଇଥିବା ସମସ୍ତ ତଥ୍ୟ ଏପର୍ଯ୍ୟନ୍ତ ଗୋପନ ରଖିଛି। ସୂଚନା ଯୋଗ୍ୟ ଯେ ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା ଅତୀତରେ ୨ ଥର ୨୦୧୦ ଓ ୨୦୧୫ରେ ରାଷ୍ଟ୍ରପତି ଭାବେ ଭାରତ ଗସ୍ତ କାର୍ଯ୍ୟକ୍ରମରେ ଆସିଥିଲେ। ସେତେବେଳେ ତାଙ୍କୁ ଏଠାରେ 'ଓବାମା ଥାଳି' ପରଷା ଯାଇଥିଲା। ପରେ ଏହା ବ୍ୟଞ୍ଜନର ଅଂଶବିଶେଷ ହୋଇଯାଇଥିବା ବେଳେ ଅତିଥି ମଧ୍ୟ ବେଶ୍ ପସନ୍ଦ କରୁଛନ୍ତି ।

{"id":228330,"sizeSlug":"large"}

ଓବାମା ଥାଳିରେ ତନ୍ଦୁରୀ ଚିଙ୍ଗୁଡି, ମାଛ ଟିକ୍କା, ମୁର୍ଗ ବୋଟି ବୁଖାରା ଓ କବାବ ସାମିଲ ଥିଲା। କେବଳ ଓବାମା ନୁହଁନ୍ତି ଅତୀତରେ ବିଲ କ୍ଲିଣ୍ଟନ ମଧ୍ୟ ଆମେରିକା ରାଷ୍ଟ୍ରପତି ଭାବେ ଏଠାରେ ବିଲ କ୍ଲିଣ୍ଟନ ଥାଳିର ମଜା ନେଇଥିଲେ। ତେବେ ଆଇଟିସି ମୌର୍ଯ୍ୟର ଏହି ରେସ୍ତୋରାଁରେ ରୋଷେଇର କାଇଦା କିନ୍ତୁ ଅଲଗା। ଏଠାରେ ଅଧିକାଂସ ପକ୍ୱାନ୍ନ ତନ୍ଦୁରରେ ରନ୍ଧାଯାଉଥିବା ବେଳେ ଏଥିରେ ଅନେକ ପ୍ରକାରର କବାବ, ଦାଲ ବୁଖାରା, ଖାସ୍ତାରୋଟି, ଭରବାଁ କୁଲଚା ଆଦି ପ୍ରସ୍ତୁତ କରାଯାଇଥାଏ। ତେବେ ଏଥର ଏଠାରେ ହୋଟେଲ ପକ୍ଷରୁ ଟ୍ରମ୍ପଙ୍କୁ ଉପହାର ବି ପ୍ରଦାନ କରାଯିବ ବୋଲି ଜଣାପଡିଛି। ଯେଉଁଥିରେ ତାଙ୍କୁ ଏକ ଆପ୍ରନ ଓ ଏମ.ଏଫ.ହୁସେନଙ୍କ ଏକ ପେଣ୍ଟିଂ ପ୍ରଦାନ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.