Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||
  • ବଡବିଲ : ହାତୀ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ, ଆତଙ୍କ ଖେଳାଇଛନ୍ତି ୧୧ଟିକିଆ ହାତୀ ପଲ
  • ||
  • ଓ୍ବାଶିଂଟନ୍ : ‘ପିଜ୍ଜା ହଟ୍’ର ଶୁଭାରମ୍ଭ କରିଥିବା ଫ୍ରାଙ୍କ୍ କାର୍ନିଙ୍କ ପରଲୋକ
  • ||
  • ବଲାଙ୍ଗୀର : ଭିଜିଲାନ୍ସ ପଞ୍ଝାରେ ରେଞ୍ଜର, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ଭୁବନେଶ୍ବର : ଅଫଲାଇନ୍‌ରେ ହେବ ମାଟ୍ରିକ୍ ଏବଂ ଯୁକ୍ତ ୨ ପରୀକ୍ଷା : ଗଣଶିକ୍ଷା ମନ୍ତ୍ରୀ
  • ||

ଏବେ ମଧ୍ୟ ନିଜର ପରାଜୟ ସ୍ଵୀକାର କରୁନାହାନ୍ତି ଡୋନାଲ୍ଡ ଟ୍ରମ୍ପ, କହିଲେ-ମୋତେ ୭ କୋଟିରୁ ଅଧିକ ଭୋଟ୍ ମିଳିଛି, ମୁଁ ନିର୍ବାଚନ ଜିତିଛି

8/11/2020 at 8:22 AM

ଓ୍ଵାଶିଂଟନ ୦୮।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟିକ୍ ପ୍ରାର୍ଥୀ ଜୋଏ ବାଇଡେନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଧରାଶାୟୀ କରିଛନ୍ତି। ଏଥିସହ ବାଇଡେନ ଆମେରିକାର ୪୬ତମ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି। ତାଙ୍କର ଏହି ବିଜୟରେ ଆମେରିକାରେ ଉତ୍ସବର ମାହୋଲ ରହିଥିବା ବେଳେ ଅନ୍ୟପଟେ ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ମଧ୍ୟ ପରାଜୟ ସ୍ଵୀକାର କରି ନାହାନ୍ତି। ବାଇଡେନଙ୍କ ବିଜୟ ଘୋଷଣାର ୫ ଘଣ୍ଟା ପର୍ଯ୍ୟନ୍ତ ନିରବ ରହିଥିବା ଟ୍ରମ୍ପ ଟ୍ଵିଟ୍ କରି ନିଜେ ଜିତିଥିବା ଦାବି କରିଛନ୍ତି। ନିର୍ବାଚନୀ ପ୍ରକ୍ରିୟା ବଡ ଧରଣର ହେରଫେର ଓ ଅନିୟମିତତା ହୋଇଥିବା ଟ୍ରମ୍ପ ଅଭିଯୋଗ କରିଛନ୍ତି।

ଟ୍ରମ୍ପ ଟ୍ଵିଟ୍ କରିଛନ୍ତି ଯେ, ପର୍ଯ୍ୟବେକ୍ଷକଙ୍କୁ କାଉଟିଂ ରୁମ ଭିତରକୁ ପ୍ରବେଶ ଅନୁମତି ଦିଆଯାଇନଥିଲା। ଏହି ନିର୍ବାଚନରେ ମୁଁ ବିଜୟୀ ହୋଇଛି ଏବଂ ମୋତେ ୭ କୋଟି ୧୦ ଲକ୍ଷ ବୈଧ ଭୋଟ୍ ମିଳିଛି। ଏହି ପୂରା ପ୍ରକ୍ରିୟା ମଧ୍ୟରେ ଅନେକ ତ୍ରୁଟି ହୋଇଛି। ତେଣୁ ପର୍ଯ୍ୟବେକ୍ଷକଙ୍କୁ ଏଥିରୁ ଦୂରେଇ ରଖାଗଲା। ଏମିତି ପୂର୍ବରୁ କେବେ ଘଟିନଥିଲା ବୋଲି ଟ୍ରମ୍ପ କହିଛନ୍ତି।

ଟ୍ରମ୍ପ କହିଛନ୍ତି ଲକ୍ଷାଧିକ ସଂଖ୍ୟାରେ ମେଲ-ଇନ ବାଲାଟ୍ସରେ ହେରଫେର ହୋଇଥିବା କଥାକୁ ପୁଣି ଥରେ ଦୋହରାଇଛନ୍ତି। ସେ ଟ୍ଵିଟ୍ କରି ଲେଖିଛନ୍ତି ୭ କୋଟି ୧୦ ଲକ୍ଷ ଭୋଟ୍ ରେକର୍ଡ, ଯାହା ରାଷ୍ଟ୍ରପତି ନିର୍ବାଚନ ସମୟରେ ଜଣେ ପ୍ରାର୍ଥୀଙ୍କୁ ମିଳିଥାଏ। ଟ୍ରମ୍ପ ଏହା ପୂର୍ବରୁ ମଧ୍ୟ ମେଲ୍-ଇନ ବାଲାଟ୍ସର ଗଣନା ଉପରେ ପ୍ରଶ୍ନ ଉଠାଇଛନ୍ତି।

ଟ୍ରମ୍ପ ଦୁଇ ଦିନ ପୂର୍ବେ ବିଜୟର ଘୋଷଣା କରିଥିଲେ। ଗୁରୁବାର ସେ ନିଜେ ବିଜୟୀ ହୋଇଥିବା ଦାବି କରି ଆଶଙ୍କା ପ୍ରକାଶ କରିଥିଲେ ଯେ, ନକଲି ଭୋଟ୍ ଜରିଆରେ ନିର୍ବାଚନର ଫଳାଫଳକୁ ବଦଳାଇବାକୁ ଉଦ୍ୟମ କରାଯାଉଛି। ଟ୍ରମ୍ପ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି, ଯଦି ଆପଣ ଲିଗାଲ ଭୋଟ୍ ଗଣିବେ ତେବେ ମୁଁ ସହଜରେ ଜିତୁଛି।

   Related Posts