Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିୟାଣା : ଚଳନ୍ତା କାର ଉପରେ ଓଲଟି ପଡିଲା କଣ୍ଟେନର, ୩ ମୃତ
  • ||
  • ଅଷ୍ଟ୍ରେଲିଆକୁ ଆଉ ଏକ ଝଟକା, ଷ୍ଟାର୍କ ଆହତ, ପ୍ରଥମ ଟି୨୦ରୁ ପଡିବେ ବାଦ୍ !
  • ||
  • ବରଗଡ : ଟ୍ରକ୍‌ ସହ ଧକ୍କା ହେଲା ବରଯାତ୍ରୀ ବୋଲେରୋ, ୩ ମୃତ, ୪ ଗୁରୁତର
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ପୁଣି ବ୍ରାଉନସୁଗାର ଜବତ, ୪ ଗିରଫ
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୩୪ କରୋନା ସଂକ୍ରମିତ, ୩୨୦୦୧୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : MDH ମସଲାର ପ୍ରତିଷ୍ଠାତା ଧର୍ମପାଲ ଗୁଲାଟୀଙ୍କ ପରଲୋକ
  • ||
  • ଗୋପ : ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା, କୋଭିଡ୍ ପଜିଟିଭ୍ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲେ ଏଏସଆଇ
  • ||
  • ସୋର : ଘରେ ପଶିଲେ ଦୁର୍ବୃତ୍ତ, ବାପ-ପୁଅଙ୍କୁ ଗୋଡାଇ ଗୋଡାଇ ହାଣିଲେ
  • ||
  • କୋରାପୁଟ : ମିଳିଲାନି ଜାମିନ୍, ନିଜ ବେକ କାଟିଦେଲେ କଏଦୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||

ଆଗାମୀ ୨୪ ଘଣ୍ଟାରେ କିଛି ବି ଘଟି ପାରେ : ଇରାନର ସୁପ୍ରିମ୍ ଲିଡର ଖାମେନୀ କହିଲେ , ଆମେରିକା ମୁହଁରେ ଚାପୁଡା ମାରିଛୁ ; ଟ୍ରମ୍ପଙ୍କ ଜବାବ- କାଲି ସକାଳ ଯାଏଁ ଅପେକ୍ଷା କର…

8/01/2020 at 5:22 PM

ତେହେରାନ ୦୮/୦୧- ଆମେରିକା ଏବଂ ଇରାନ ମଧ୍ୟରେ  ଯେ କୌଣସି ମୂହୁର୍ତ୍ତରେ ପ୍ରତ୍ୟକ୍ଷ ଯୁଦ୍ଧ ଲାଗିଯାଇପାରେ । ଏବେ ପୁରା ମୁହାଁ ମୁହିଁ ଅବସ୍ଥାରେ ୱାଶିଂଟନ୍ ଏବଂ ତେହେରାନ୍ । ଇରାନର ସର୍ବୋଚ୍ଚ ନେତା ଆୟୋତେଲ୍ଲା ଅଲ୍ଲି ଖାମେନୀଙ୍କ  ଚେତାବନୀ ଆଉ ଟ୍ରମ୍ପଙ୍କ ପ୍ରତିକ୍ରିୟା ପରେ  ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ ।  

“  ଆମେରିକା ମୁହଁରେ ଚାପୁଡା ମାରିଛୁ , ଏବଂ ସେଥିରୁ ସେ ବୁଝିବା ଦରକାର । ଏହାସହ ଏହି ଅଞ୍ଚଳରୁ ଆମେରିକା  ତାରସେନା ପ୍ରତ୍ୟାହାର କରିନେବା ଉଚିତ୍ । “ ଏପରି କହିଛନ୍ତି  ଇରାନର ସର୍ବୋଚ୍ଚ ନେତା ଆୟୋତେଲ୍ଲା ଅଲ୍ଲି ଖାମେନୀ  ।  ଆମେରିକୀୟ ଡ୍ରୋନ୍ ଆକ୍ରମଣରେ ଇରାନୀୟ ଜେନେରାଲ କାସିମ ସୋଲେମନିଙ୍କ  ନିଧନର ପ୍ରତିଶୋଧ ଭାବେ ଇରାକ୍ର ଆମେରିକୀୟ ବାୟୁସେନା ଘାଟି ଉପରେ  ଇରାନ୍‌ରେ ଡଜନେରୁ ଅଧିକ କ୍ଷେପଣାସ୍ତ୍ର ଆକ୍ରମଣ ପରେ ଏହା କହିଛନ୍ତି ଖାମେନୀ ।  ଇରାନ୍‌ର ଷ୍ଟେଟ ଟେଲିଭିଜନରେ ଦେଇଥିବା ଅଭିଭାଷଣରେ ଖାମେନୀ କହିଛନ୍ତି,ଏପରି ସାମରିକ କାର୍ଯ୍ୟାନୁଷ୍ଟାନ ଯଥେଷ୍ଟ ନୁହେଁ ।

ଏହା ଏଇଥିଲାଗି ଗୁରୁତ୍ୱପୂର୍ଣ୍ମ ଯେ, ମଧ୍ୟପ୍ରାଚ୍ୟରେ ଆମେରିକାର ଆବୈଧ ଉପସ୍ଥିତିରେ ଅନ୍ତ ଘଟିବା ଦରକାର ।କାରଣ ଏହି ଅଞ୍ଚଳ କେବେ ବି ଆମେରିକାର ଉପସ୍ଥିତି ଚାହେଁନାହିଁ ।  ଏହାସହ ଆମେରିକା ବିରୋଧରେ ଆହୁରି କଠୋର ଆଭିମୁଖ୍ୟର ସଂକେତ ଦେଇଛନ୍ତି ଇରାନ୍‌ର ସର୍ବୋଚ୍ଚ ନେତା । କହିଛନ୍ତି ୨୦୧୫ ଆଣବିକ ଚୁକ୍ତି ସଂପର୍କରେ ସେ ୱାଶିଂଟନ ସହ କୌଣସି ପ୍ରକାର ଆଲୋଚନା ଚାହାନ୍ତି ନାହିଁ । କିମ୍ବା ଏହା କରିବେ ମଧ୍ୟ ନାହିଁ । କାରଣ ଏପରି ସମ୍ଭାବନା ଆମେରିକାର ଆକ୍ରମଣ ପୂର୍ବରୁ ଥିଲା , ଏବେ ନାହିଁ ।

  ସେପଟେ  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟ୍ୱିଟ୍ ଜରିଆରେ ଦେଇଛନ୍ତି  ପରୋକ୍ଷ ଧମକ । ଇରାନ୍‌ର କ୍ଷେପଣାସ୍ତ୍ର ଆକ୍ରମଣ ପରେ . “ ଅଲ ଇଜ୍ ୱେଲ୍ “ ,,,ଇରାକ୍ ସ୍ଥିତ ଦୁଇଟି ଏୟାରବେସ୍ ଉପରେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣରେ କେତେ କଣ କ୍ଷୟ କ୍ଷତି ଘଟିଛି , ତାହାର ଆକଳନ ଚାଲିଛି । ତେବ ଆମେ ବିଶ୍ୱରେ  ସବୁଠୁ ଶକ୍ତିଶାଳୀ ଏବଂ ଯଥେଷ୍ଟ ସାମରିକ କ୍ଷମତା ଆମର ରହିଛି ।  ବିଶ୍ୱର  ଯେ କୌଣସି ସ୍ଥାନରେ ବି ଆମେ ଶକ୍ତିଶାଳୀ  ବୋଲି ଦମ୍ଭୋକ୍ତି ସହ ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ ସେ ଆସନ୍ତାକାଲି ସକାଳେ ହିଁ ତାଙ୍କ ବିବୃତ୍ତି ରଖିବେ । ଆମେରିକା ରାଷ୍ଟ୍ରପତିଙ୍କ ଏହି ଟ୍ୱିଟ୍ ଏକ ବଡ ଧରଣର କାର୍ଯ୍ୟାନୁଷ୍ଠାନର ସଂକେତ ଦେଉଛି । ଏହା ମଧ୍ୟରେ ଇରାନର ପ୍ରତିରକ୍ଷା ମନ୍ତ୍ରୀ  କହିଛନ୍ତି, ଆମେରିକା ଯଦି କିଛି ଆକ୍ରମଣ ବା ଇରାନ ବିରୋଧି କାର୍ଯ୍ୟାନୁଷ୍ଟାନ କରେ ତେବେ, ଆମେରିକା ଏବଂ ତାର ସହଯୋଗୀ ରାଷ୍ଟ୍ରଙ୍କ ୧୪୦ ଠିକଣାକୁ ଟାର୍ଗେଟ କରାଯିବ । ଦୁଇ ରାଷ୍ଟ୍ରର ନେତାଙ୍କ ଏପରି ବୟାନ ବାଜି ଏବଂ ଟ୍ୱିଟ୍‌ରୁ ମଧ୍ୟପ୍ରାଚ୍ୟରେ ଏକ ବଡ ସଂକଟ ସମ୍ଭାବନା ବଢିଯାଇଛି ।

   Related Posts