Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାଷୀଙ୍କ ଖାତାକୁ ଗଲା ‘କାଳିଆ’ ଟଙ୍କା, ଆକାଉଣ୍ଟକୁ ୯୧୦ କୋଟି ଟଙ୍କା ପଠାଇଲେ ମୁଖ୍ୟମନ୍ତ୍ରୀ
  • ||
  • ୫୦୦ ଲୋକଙ୍କୁ ନେଇ ଧୁମଧାମ୍‌ରେ ଚାଲିଥିଲା ବାହାଘର ଭୋଜି, ଚଢଉ କଲେ ତହସିଲଦାର…ଲାଗିଲା ମୋଟା ଅଙ୍କର ଫାଇନ୍
  • ||
  • ୩ ହଜାର ଲିଟର ମଦ ଜବତ, ୬୦ଟି ବସ୍ତାରେ ହେଉଥିଲା ଚାଲାଣ
  • ||
  • ନାଉ କିଆରୀରୁ ଜବତ ହେଲା ବିପୁଳ ପରିମାଣର ଗଞ୍ଜେଇ, ଜଣେ ଗିରଫ
  • ||
  • ଚେତୁ ନାହାଁନ୍ତି ଲୋକେ, ବିନିକା ବଜାରରେ କରୋନା କଟକଣା ବାଟବଣା
  • ||
  • ଚଣ୍ଡିଖୋଲ : ଧଳା ଜହର ରାକେଟ୍‌ର ପର୍ଦ୍ଦାଫାଶ କଲା ସଡକ ଦୁର୍ଘଟଣା, ଜବତ ହେଲା ୯ ଗ୍ରାମ୍ ବ୍ରାଉନସୁଗାର
  • ||
  • ଚଣ୍ଡିଖୋଲ : ଚଳିତ ବର୍ଷ ଫିକା ପଡିଛି ଇଦ୍, ଯାଜପୁରରେ ନିରାଡମ୍ବର ଭାବେ ପାଳିତ ହେଉଛି ଉଦ୍-ଉଲ୍-ଫିତର
  • ||
  • ତେଲକୋଇ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ସ୍ତ୍ରୀ ଗୁରୁତର, ସ୍ବାମୀ ଆହତ
  • ||
  • ନୂଆଦିଲ୍ଲୀ : ଆପ୍ ନେତା ଜରନେଲ୍ ସିଂହଙ୍କ କରୋନାରେ ଦେହାନ୍ତ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୨ଜଣଙ୍କ ଜୀବନ, ୨୨୭୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ପୁଲୱାମା ଆତଙ୍କୀ ହମଲାକୁ ଭୟଙ୍କର ଘଟଣା କହିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍

20/02/2019 at 10:11 AM

ଓ୍ବାଶିଂଟନ୍ ୨୦|୨: ପୁଲୱାମା ଆତଙ୍କୀ ହମଲା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରତିକ୍ରିୟା ରଖିଛନ୍ତି । ଆତଙ୍କୀ ସଂଗଠନ ଜୈଶ- ଏ-ମହମ୍ମଦର ଦ୍ବାରା ରଚାଯାଇଥିବା ଆତ୍ମଘାତୀ ଆତଙ୍କୀ ହମଲାରେ ସିଆରପିଏଫ ୪୦ ଜଣ ଯବାନ ସହିଦ ଘଟଣାକୁ ଅତି ଭୟଙ୍କର ବୋଲି କହିଛନ୍ତି ଟ୍ରମ୍ପ । ଆତଙ୍କୀ ହମଲା ଭାରତ-ପାକ୍ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନା ନେଇ ମଧ୍ୟ ରଖିଛନ୍ତି ପ୍ରତିକ୍ରିୟା।  ଦୁଇ ଦକ୍ଷିଣ ଏସିଆର ପଡୋଶୀ ରାଷ୍ଟ୍ର ମିଳିମିଶି ଚଳିବାକୁ ଟ୍ରମ୍ପ ଆହ୍ବାନ ଦେଇଛନ୍ତି । ଏହି ଆକ୍ରମଣ ଘଟଣା ପାଇଁ ଦାୟୀ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ପାକିସ୍ତାନକୁ କହିଛନ୍ତି । ଏହା ସହିତ ଘଟଣା ଉପରେ ନଜର ରଖିଛନ୍ତି ଓ ଏନେଇ ଏକ ଷ୍ଟେଟମେଂଟ ଜାରି କରିବେ ବୋଲି ଓଭାଲ ହ୍ବାଇଟ ହାଉସ ଅଫିସରେ କହିଛନ୍ତି ଆମେରିକା ରାଷ୍ଟ୍ରପତି ।

ପୂର୍ବରୁ ଆମେରିକା ଜାତୀୟ ସୁରକ୍ଷା ପରାମର୍ଶଦାତା ଜନ ବଲଟନ ଭାରତକୁ ସମର୍ଥନ କରିବା ସହ ଆତ୍ମରକ୍ଷା କରିବାର ଅଧିକାର ରହିଛି ବୋଲି କହିଥିଲେ । ପୁଲୱାମା ଆତଙ୍କୀ ହମଲା ପରେ ଆମେରିକାର ପରରାଷ୍ଟ୍ର ସଚିବ ମାଇକ ପମ୍ପେଓ, ଟ୍ରମ୍ପିଙ୍କ ଜାତୀୟ ସୁରକ୍ଷା ପରାମର୍ଶଦାତା ଜନ ବୋଲଟନ ଆତଙ୍କୀ  ସଂଗଠନ ଜୈଶ୍-ଏ-ମହମ୍ମଦ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି। ପାକିସ୍ତାନ ଆତଙ୍କବାଦକୁ ପ୍ରୋତ୍ସାହନ ଦେବା ବନ୍ଦ କରୁ ବୋଲି ତାଗିଦ୍ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ୧୪ତାରିଖରେ ପୁଲୱାମାରେ ଜୈଶ୍-ଏ-ମହମ୍ମଦ ଆତଙ୍କବାଦୀ ସିଆରପିଏଫ୍ ଫୌଜ ଉପରେ ଆକ୍ରମଣ କରିଥିଲେ । ଫଳରେ ୪୦ଜଣ ସିଆରପିଏଫ୍  ଯବାନ ସହିଦ ହୋଇଥିଲେ । ଗତ ୧୮ତାରିଖରେ ଆତଙ୍କବାଦୀ ଲୁଚି ରହିଥିବା ଘରକୁ ସୁରକ୍ଷାକର୍ମୀ ଉଡାଇ ଦେଇଥିଲେ । ଫଳରେ ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ୍ ନିହତ ହୋଇଥିଲା । ଯବାନ ଗୁଳିରେ ଅନ୍ୟ ଆତଙ୍କବାଦୀ ମଧ୍ୟ ନିହତ ହୋଇଥିଲେ । ସେହିପରି ଆତଙ୍କୀଙ୍କ ଗୁଳିରେ ଜଣେ ମେଜରଙ୍କ ସମେତ ୫ ଜଣ ଯବାନ ସହିଦ ହୋଇଥିଲେ । ପୁଲଓ୍ବାମା ଆକ୍ରମଣର ଶହେ ଘଣ୍ଟା ଭିତରେ ଆତଙ୍କୀ ହମଲାର ପ୍ରତିଶୋଧ ନେଇଥିଲା ଭାରତୀୟ ସେନାବାହିନୀ ।

   Related Posts