ଚୀନ୍ ସହ ସମ୍ପୂର୍ଣ୍ଣ ବିଘଟନ ହିଁ ଏବେ ଏକମାତ୍ର ବିକଳ୍ପ: ଡୋନାଲ୍ଡ ଟ୍ରମ୍ପ

Published By : Prameya-News7 Bureau | June 19, 2020 IST

ୱାସିଂଟନ : ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ନିର୍ଦ୍ଦିଷ୍ଟ ପରିସ୍ଥିତିର ଜବାବରେ ଆମେରିକା “ଚୀନ୍ ଠାରୁ ସମ୍ପୂର୍ଣ୍ଣ ବିଘଟନ” କରିପାରିବୁ, ବେଜିଂ ସହ ସମ୍ପର୍କକୁ ନେଇ ଆମେରିକାର ଏହା ସବୁଠାରୁ ବଡ ବୟାନ ବୋଲି ଏବେ କୁହାଯାଉଛି।  ଗୁରୁବାର ଏକ ଟ୍ୱିଟ୍‌ରେ  ଟ୍ରମ୍ପ ଆମେରିକାର ବାଣିଜ୍ୟ ପ୍ରତିନିଧୀ ରବର୍ଟ ଲାଇଥାଇଜରଙ୍କ ମନ୍ତବ୍ୟକୁ ଖଣ୍ଡନ କରିଛନ୍ତି। ଏଥିରେ ଲାଇଥାଇଜର ବିଶ୍ୱର ୨ ବୃହତ୍ତ ଅର୍ଥନୀତିର ସମ୍ପୂର୍ଣ୍ଣ ବିଘଟନ ଏକ ଯୁକ୍ତିଯୁକ୍ତ ବିକଳ୍ପ ନୀତି ନୁହେଁ ବୋଲି କହିଥିଲେ।

wp:html /wp:html

ଆମେରିକା ବୈଦେଶିକ ସଚିବ ମାଇକ୍ ପମ୍ପେୟୋ ଚୀନ ଅଧିକାରୀ ୟାଙ୍ଗ ଜିଆଚୀଙ୍କୁ ଭେଟିବାର ଦିନକ ପରେ ରାଷ୍ଟ୍ରପତି ଏହି ଟ୍ୱିଟ୍‌ କରିଛନ୍ତି। ପମ୍ପେୟୋଙ୍କ ସହ ସାକ୍ଷାତ ଆଲୋଚନାରେ ୟାଙ୍ଗ କୃଷି କ୍ରୟ ଜାରି ରଖିବାକୁ ଚୀନ ପ୍ରତିଶ୍ରୁତି ବଦ୍ଧ। ତେବେ ଆମେରିକା ରାଷ୍ଟ୍ରପତିଙ୍କ ସମର୍ଥନ ବିନା ଏହା ସମ୍ଭବ ନୁହେଁ ବୋଲି ସେ କହିଥିଲେ। ଏଥିରେ ଆମେରିକା ରାଷ୍ଟ୍ରପତିଙ୍କ ପୂର୍ବତନ ଜାତୀୟ ସୁରକ୍ଷା ପରାମର୍ଶଦାତା ଜନ ବୋଲ୍ଟନ ଏହି ଚୁକ୍ତିନେଇ ନୂଆ ତଥ୍ୟ ଦେଇଛନ୍ତି। ଏଥିରେ ଟ୍ରମ୍ପ ଚୀନକୁ ଆମେରିକାର ଅଧିକ କୃଷିଜାତ ସାମଗ୍ରୀ କିଣି ତାଙ୍କୁ ନିର୍ବାଚନରେ ଜିତାଇବାକୁ ଚୀନ ପ୍ରତିପକ୍ଷଙ୍କୁ କହିଥିବା ବୋଲ୍ଟନ କହିଛନ୍ତି।

{"id":288402,"width":579,"height":484,"sizeSlug":"large"}

ତେବେ ଟ୍ରମ୍ପ ୱାଲଷ୍ଟ୍ରିଟ୍ ଜର୍ଣ୍ଣାଲକୁ ଦେଇଥିବା ସାକ୍ଷାତକାରରେ ଟ୍ରମ୍ପ ଚୀନ ପ୍ରତି ତାଙ୍କ ଅଭିମୁଖ୍ୟ କେବେବି କୋହଳ ହୋଇପାରିବ ନାହିଁ ବୋଲି କହିଛନ୍ତି। ଆମେରିକାରେ କରୋନା ଭାଇରସ ବ୍ୟାପିବା ବେଳେ ରାଷ୍ଟ୍ରପତି ଏହାକୁ ଚୀନ ଭାଇରସ୍‌ କହି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ। ମହାମାରୀ ନେଇ ଚୀନ ଅନେକ ତଥ୍ୟ ଲୁଚାଇଥିବାର ମଧ୍ୟ ସେ ପ୍ରଥମରୁ ଅଭିଯୋଗ କରିଆସୁଛନ୍ତି। ତେବେ ବାଣିଜ୍ୟ କାରବାର ଏକ ବଡ କଥା। ହେଲେବି କରୋନା ଭାଇରସ ମହାମାରୀ ଆମେରିକାରେ ବ୍ୟାପିବା ଦିନଠରୁ ଚୀନ ପ୍ରତି ତାଙ୍କର ଆଭିମୁଖ୍ୟ ବଦଳି ଯାଇଥିବା କହିଛନ୍ତି।

{"id":288404,"width":577,"height":380,"sizeSlug":"large"}

ତେବେ ଲାଇଥାଇଜର ବୁଧବାର କଂଗ୍ରେସକୁ କହିଛନ୍ତି ଯେ ଚୀନରୁ ଆମେରିକୀୟ ଯୋଗାଣ ଶୃଙ୍ଖଳ ଛିନ୍ନ ହେବା ଦରକାର ବୋଲି ସେ ଭାବୁଛନ୍ତି। ତେବେ ଦୁଇଦେଶଙ୍କ ଅର୍ଥନୀତି ପୂର୍ବ ଭଳି ବାନ୍ଧି ହୋଇ ରହିବା ମଧ୍ୟ ଦରକାର। ବିଘଟନ ଅତି ଜଟିଳ ପ୍ରସଙ୍ଗ । କାରଣ ଏହା ଏକ ନୀତି ଯାହା ଦୀର୍ଘ ବର୍ଷ ହେଲା ପ୍ରଚଳିତ ରହିଆସିଛି। ଏଣୁ ଏହାକୁ  ଏକ ନୀତି ବିକଳ୍ପ ବୋଲି କୁହାଯାଇପାରେ ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.