ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ କରୋନାରେ ସଂକ୍ରମିତ

Published By : Prameya-News7 Bureau | October 02, 2020 IST

ଓ୍ବାଶିଂଟନ୍ ୦୨/୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନାରେ ସଂକ୍ରମିତ। ଏହା ସହ ତାଙ୍କ ପତ୍ନୀ ମେଲେନିଆଙ୍କୁ ମଧ୍ୟ କରୋନା। ଦୁହେଁ ଏବେ କ୍ବାରେଣ୍ଟିନରେ ରହିଛନ୍ତି। ରାଷ୍ଟ୍ରପତିଙ୍କ ମହିଳା ସହଯୋଗୀ ହୋପ ହିକ୍ସ ମଧ୍ୟ କରୋନାରେ ସଂକ୍ରମିତ। ହିକ୍ସଙ୍କ କରୋନା ରିପୋର୍ଟ ପଜିଟିଭ ଆସିବା ପରେ ଟ୍ରମ୍ପ ଓ ତାଙ୍କ ପତ୍ନୀ କରୋନା ଟେଷ୍ଟ କରିଥିଲେ।

wp:core-embed/twitter {"url":"https://twitter.com/realDonaldTrump/status/1311892190680014849","type":"rich","providerNameSlug":"twitter","className":""}
https://twitter.com/realDonaldTrump/status/1311892190680014849
/wp:core-embed/twitter

ମାତ୍ର ଏହା ପୂର୍ବରୁ ଟ୍ରମ୍ପ ଓ ମେଲେନିଆ ନିଜକୁ କ୍ବାରାଣ୍ଟାଇନରେ ରଖିଥିଲେ। କେବଳ ସେମାନେ ନିଜର ଟେଷ୍ଟ ରିପୋର୍ଟ ଅପେକ୍ଷାରେ ଥିଲେ। ଟ୍ରମ୍ପ ଏକଥା ଟ୍ବିଟ୍ କରି ଜଣାଇଛନ୍ତି। ସେ କହିଛନ୍ତି ଆଜି ମୁଁ ଓ ଫାଷ୍ଟ ଲେଡି କରୋନାରେ ସଂକ୍ରମିତ। ଆମେ ଆମର କ୍ବାରଣ୍ଟାଇନ୍ ଓ ସୁସ୍ଥ ହେବା ପ୍ରକ୍ରିୟା ଆରମ୍ଭ କରି ଦେଇଛୁ। ଆମେ ଏହାକୁ ଏକାଠି ଜିତିବୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.