Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ କୋହଲିଙ୍କ ଘୋଷଣା, ଟି-୨୦ ୱାର୍ଲ୍ଡ କପ୍‌ ପରେ ଛାଡ଼ିବେ କ୍ୟାପ୍ଟେନ୍‌ ପଦ
  • ||
  • ସାନଖେମୁଣ୍ଡି : ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ଇଂଜିନିୟର, ଠିକାଦାରଙ୍କଠୁ ନେଉଥିଲେ ୫୦ହଜାର ଟଙ୍କା ଲାଞ୍ଚ
  • ||
  • ନୂଆଦିଲ୍ଲୀ : ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ୧୯ ଓ ୨୦ରେ ପ୍ରବଳ ବର୍ଷା ସମ୍ଭାବନା : IMD ଡିଜି
  • ||
  • ମାଲକାନଗିରି : ମାଲକାନଗିରିରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳିବିନିମୟ, ଛତ୍ରଭଙ୍ଗ ଦେଲେ ମାଓବାଦୀ : କ୍ୟାମ୍ପ୍‌ରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଠାବ
  • ||
  • ପୁରୀ : ଶୁକ୍ରବାର ବନ୍ଦ ରହିବ ଶ୍ରୀମନ୍ଦିର, ବିଶେଷ ନୀତି ଯୋଗୁଁ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ
  • ||
  • ସୋର : ଫୁଲୁଛି କାଂଶ ବାଂଶ ନଦୀ, ବଢୁଛି ଜଳସ୍ତର : ଚିନ୍ତାରେ ତଳିଆ ଅଞ୍ଚଳବାସୀ
  • ||
  • ଖଣ୍ଡପଡା : ରଥିଆ ନାଳରେ ଭାସି ବୃଦ୍ଧ ନିଖୋଜ, ମାଛ ଧରିବାକୁ ଯାଇ ନାଳରେ ଭାସିଯାଇଥିବା ସନ୍ଦେହ
  • ||
  • ଜଗତସିଂହପୁର : ମହାନଦୀ ବନ୍ୟାଜଳରେ ବୁଡି ଗାଡି ଚାଳକ ନିଖୋଜ, ଇଟାଭାଟିକୁ ଯାଉଥିବା ବେଳେ ଅଘଟଣ
  • ||
  • ଯାଜପୁର : ପାଣିରେ ଭାସି ଯାଇଥିଲେ ବାପା-ପୁଅ, ଠାବ ହେଲା ମୃତଦେହ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ : ୨୪ ଘଣ୍ଟାରେ ବାହାରିଲେ ୫୮୦ କୋଭିଡ୍ ପଜିଟିଭ୍
  • ||

ଓସାମା ବିନ ଲାଡେନର ପୁଅ ହମଜା ଲାଡେନ ମୃତ, ପୁଷ୍ଟି କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ

14/09/2019 at 7:32 PM

ନ୍ୟୁୟର୍କ:  ଅନ୍ତର୍ଜାତୀୟ ଆତଙ୍କବାଦ ସଙ୍ଗଠନ ଅଲ-କାଏଦାର ସଂସ୍ଥାପକ ଓସାମା ବିନ୍ ଲାଡେନର ପୁଅ ହମଜା ଲାଡେନ ମୃତ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଶନିବାର ଏହି ସୂଚନା ଦେଇଛନ୍ତି। ତେବେ ହମଜାର ମୃତ୍ୟୁ ଖବର ମିଡିଆରେ ପ୍ରସାରିତ ହେବା କିଛି ନୂଆ କଥା ନୁହେଁ। ଏହା ପୂର୍ବରୁ ମଧ୍ୟ ଗଣମାଧ୍ୟମ ଆମେରିକା ସୂଚନା ଆଧାରରେ ହମଜାର ମୃତ୍ୟୁ ହୋଇଥିବା ଅନେକବାର ଘୋଷଣା କରିଛି। ହେଲେ ଏଥର ନିଜେ ଆମେରିକା ରାଷ୍ଟ୍ରପତି ପିତାଙ୍କ ରାସ୍ତାରେ ଚାଲିଥିବା ଦୁର୍ଦ୍ଦାନ୍ତ ଆତଙ୍କବାଦୀର ମୃତ୍ୟୁ ପୁଷ୍ଟି କରିଛନ୍ତି।

ଚଳିତବର୍ଷ ମାର୍ଚ୍ଚମାସରେ ହମଜା ବିନ ଲାଡେନର ସୂଚନା ପ୍ରଦାନକାରୀଙ୍କ ଲାଗି ଆମେରିକା ୧ ମିଲିୟନ ଡଲାର ପୁରସ୍କାର ରାଶି ଘୋଷଣା କରିଥିଲା। ପିତାଙ୍କ ମୃତ୍ୟୁର ପ୍ରତିଶୋଧ ଲାଗି ହମଜା ଆକ୍ରମଣ ଷଡଯନ୍ତ୍ର କରୁଥିବା ଆମେରିକା କହୁଥିଲା। ଏଣୁ ହମଜା ଲାଗି ଆମେରିକା ଏତବଡ ପୁରସ୍କାର ରାଶି ଘୋଷଣା କରିଥିଲା।

ଆମେରିକା ବ୍ୟତୀତ ଜାତିସଂଘ ସୁରକ୍ଷା ପରିଷଦ ମଧ୍ୟ ହମଜାକୁ ତାର ପ୍ରତିବନ୍ଧିତ ସୂଚୀରେ ପକାଇ ଦେଇଥିଲା। ଆମେରିକା ଓ ଜାତିସଂଘର କଟକଣା ପରେ ସାଉଦୀ ଆରବ ହମଜାର ନାଗରିକତାକୁ ରଦ୍ଦ କରିବାକୁ ବାଧ୍ୟ ହୋଇଥିଲା। ଏଣୁ ହମଜା ଲୁଚିଛପି ବିଭିନ୍ନ ଦେଶକୁ ଯିବା ଆସିବା କରୁଥିଲା। ତେବେ ଶେଷରେ ହମଜାର ମୃତ୍ୟୁ ହୋଇଥିବା ଶନିବାର ନିଜେ ଆମେରିକା ରାଷ୍ଟ୍ରପତି ଘୋଷଣା କରିଛନ୍ତି। 

   Related Posts