କରୋନା ମୁକାବିଲା ଲାଗି୧ଟ୍ରିଲିୟନ ଡଲାର ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ, ମୃତ୍ୟୁ ସଂଖ୍ୟା ଟପିଲା ୧୦୦

Published By : Prameya-News7 Bureau | March 18, 2020 IST

ୱାସିଂଟନ : ଆମେରିକାରେ କରୋନା ବେଳକୁ ବେଳ ଜଟିଳ ହେବାରେ ଲାଗିଛି। ୫୦ଟି ଷ୍ଟେଟ୍‌କୁ ଭୂତାଣୁ ବ୍ୟାପି ସାରିଥିବା ବେଳେ ମୃତ୍ୟୁ ସଂଖ୍ୟା ୧୦୦ ଟପିଛି। ସଂକ୍ରମଣରୁ ବର୍ତ୍ତିବା ଲାଗି ଏବେ ଦେଶରେ ‘ସାମାଜିକ ଦୂରତା’  ନୀତି ଅବଲମ୍ବନ କରାଯାଉଥିବା ବେଳେ ଲୋକେ ଘରେ କବାଟ କିଳି ରହୁଛନ୍ତି।  ଉପୁଜିଥିବା ପରିସ୍ଥିତିର ମୁକାବିଲା ଲାଗି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୧ ଟ୍ରିଲିୟନ ଡଲାର ଘୋଷଣା କରିଛନ୍ତି।  ଯେଉଁଥିରୁ ପ୍ରତି ବ୍ୟକ୍ତି ୧ ହଜାର ଡଲାର ସହାୟତା ପ୍ରଦାନନେଇ ଏବେ ଆଶା କରାଯାଉଛି। 

{"id":240376,"sizeSlug":"large"}

କରୋନା ସଂକ୍ରମିତ ୫୦ଟି ରାଜ୍ୟର ଅଧିକାଂସ ଲୋକେ  ଏବେ ନିଶ୍ୱାସ ପ୍ରଶ୍ୱାସ ଜନିତ ସମସ୍ୟାର ଅଭିଯୋଗ କରୁଛନ୍ତି।ଏଣୁ ସତର୍କତା ସ୍ୱରୂପ ଲୋକେ କାର୍ଯ୍ୟସ୍ଥଳକୁ ଯିବା ଆସିବା ବନ୍ଦ କରିଦେଇଥିବା ବେଳେ ସ୍କୁଲ ଓ କଲେଜ ବନ୍ଦ କରଦିଆଯାଇଛି। ଏଥିରୁ ଭୂତାଣୁ ସଂକ୍ରମଣ ସମ୍ପୂର୍ଣ୍ଣ ପ୍ରତିହତ ହେବ ବୋଲି ଆଶା କରାଯାଉ ନଥିବା ବେଳେ ଆଂଶିକ ସଫଳତା ମିଳିପାରେ ବୋଲି କୁହାଯାଉଛି। ସାରା ଦେଶରେ ଏପର୍ଯ୍ୟନ୍ତ ୪ ହଜାର ୬୦୦ ଲୋକଙ୍କଠାରେ କରୋନା ଚିହ୍ନଟ ହୋଇଛି।    

{"id":240377,"width":581,"height":325,"sizeSlug":"large"}

ଉପୁଜିଥିବା ପରିସ୍ଥିତିର ମୁକାବିଲା ଲାଗି ୱାସିଂଟନରେ ଗଭର୍ଣ୍ଣର ଜୟ ଇନସ୍ଲେ ବାସହରା ଲୋକଙ୍କ ଲାଗି ୨୦୦ ମିଲିୟନ ଡଲାରର କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି।  ସେହିପରି କାଲିଫର୍ଣ୍ଣିଆ ଗଭର୍ଣ୍ଣର ୧ ବିଲିୟନ ଓ ଜର୍ଜ୍ଜିଆ ଗଭର୍ଣ୍ଣର ୧୦୦ ମିଲିୟନ ଡଲାରର ପ୍ୟାକେଜ୍ ଘୋଷଣା କରିଛନ୍ତି। ବିଭିନ୍ନ ରାଜ୍ୟରେ ଭୋଜନାଳୟ ସବୁ ବନ୍ଦ ହୋଇଯାଇଥିବା ବେଳେ କେବଳ ଅର୍ଡର ବିତରଣ ଲାଗି ଖୋଲା ରହିଛି।

{"id":240378,"sizeSlug":"large"}

ମଦ ବାରଗୁଡିକୁ ବନ୍ଦ କରିଦିଆଯାଇଛି, ତେବେ ଅତ୍ୟାବଶକୀୟ ସାମଗ୍ରୀ ହୋଇଥିବାରୁ ମାରିଜୁଏନା ବିତରଣ କେନ୍ଦ୍ର ସବୁ ଖୋଲା ରହିଛି। କେଣ୍ଟୁକି ଓ ଇଲିନିୟସ କରୋନା ମୃତ୍ୟୁ ଦେଶର ମୋଟ କରୋନା ମୃତ୍ୟୁ ସଂଖ୍ୟାକୁ ୧୦୮ରେ ପହଞ୍ଚିଛି। ଏଥିରୁ ୱାସିଂଟନରେ ଏପର୍ଯ୍ୟନ୍ତ ୫୨ ଜଣ ପ୍ରାଣ ହରାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.