ନମସ୍ତେ ଟ୍ରମ୍ପ : ମୋଟେରାରେ ବିଶ୍ୱ ଦେଖିଲା ମୋଦି-ଟ୍ରମ୍ପଙ୍କ ବନ୍ଧୁତ୍ୱ, ଅଭିଭାଷଣରେ ବଲିଉଡ୍, କ୍ରିକେଟ୍ ଓ ଆତଙ୍କବାଦ

Published By : Prameya-News7 Bureau | February 24, 2020 IST

ମୋଟେରା ୨୪।୨: ଅହମ୍ମଦାବାଦ ମୋଟେରା ଷ୍ଟାଡିୟମରେ ସୋମବାର ଆମେରିକା ରାଷ୍ଟ୍ରପତି ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି। ଏଥିଲାଗି ରାଷ୍ଟ୍ରପତି ଟ୍ରମ୍ପ ଦୀର୍ଘ ୨୨ କିଲୋମିଟରର ରୋଡ ସୋ’ରେ ଆସି କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚିଥିଲେ। ଯେଉଁଠି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ରମ୍ପଙ୍କୁ କୋଳାଗ୍ରତ କରି ସ୍ୱାଗତ କରିଥିଲେ। ବିଶ୍ୱର ସର୍ବ ବୃହତ୍ତ କ୍ରିକେଟ୍ ଷ୍ଟାଡିୟମରେ ତାଙ୍କର ସ୍ୱାଗତ ଲାଗି ଆୟୋଜିତ କାର୍ଯ୍ୟକ୍ରମ ନିମନ୍ତେ ଆମେରିକା ରାଷ୍ଟ୍ରପତି ଭାରତର ପ୍ରଧାନମନ୍ତ୍ରୀ ଓ ଭାରତବାସୀଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ତେବେ ଆସନ୍ତୁ ଜାଣିବା ବିଶାଳ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୋଦି ଭାରତ-ଆମେରିକା ବନ୍ଧୁତ୍ୱ, କ୍ରିକେଟ୍, ବଲିଉଡ ଓ ଆତଙ୍କବାଦକୁ ନେଇ କହିଛନ୍ତି କ’ଣ?

{"id":228542,"width":581,"height":379,"sizeSlug":"large"}

ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଲେ ଉଚ୍ଚ ପ୍ରଶଂସା
ଟ୍ରମ୍ପ ତାଙ୍କ ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି। ସେ ଭାରତ ଆସିଥିବାରୁ ନିଜକୁ ବେଶ୍ ଗର୍ବିତ ମନେ କରୁଥିବା ଓ ‘ଆମେରିକା ଭାରତକୁ ସମ୍ମାନ କରେ ଏବଂ ଆମେରିକା ଭାରତର ବନ୍ଧୁ’ କେବଳ ଏତିକି ବାର୍ତ୍ତା ଦେବାକୁ ସେ ଓ ଆମେରିକା ଫାଷ୍ଟ ଲେଡି ଦୀର୍ଘ ୮୦୦୦ ମାଇଲ ପଥ ଅତିକ୍ରମ କରି ଏଠାରେ ପହଞ୍ଚିଥିବା ଟ୍ରମ୍ପ କହିଥିଲେ। ଭାଷଣରେ ଟ୍ରମ୍ପ କହିଥିଲେଯେ ମାତ୍ର ୫ ମାସ ପୂର୍ବରୁ ଆମେରିକାରେ ଆମେ ମୋଦିଙ୍କୁ ସ୍ୱାଗତ କରିଥିଲୁ। ଆଜି ଏଠାରେ ଭାରତ ଆମକୁ ଏଭଳି ସ୍ୱାଗତ କରିବ କେବେ ଭାବିପାରିନଥିଲୁ ବୋଲି କହିଛନ୍ତି  ଟ୍ରମ୍ପ। ଭାରତକୁ ଆମେରିକାର ସବୁଠୁ ଗୁରୁତ୍ୱପୂର୍ଣ୍ଣ ବନ୍ଧୁ ବୋଲି ଟ୍ରମ୍ପ ଅଭିହିତ କରି ଭାରତ ଏବେ ବିକାଶ କରୁଥିବା ବେଳେ ଏଥିରେ ଆମେରିକା ମଧ୍ୟ ସହଭାଗୀ ହେବ ବୋଲି କହିଛନ୍ତି।

wp:html /wp:html

କେବଳ ବିକାଶଶୀଳ ନୁହେଁ ବିଶ୍ୱର ଅନ୍ୟତମ ପ୍ରମୁଖ ଅର୍ଥ ବ୍ୟବସ୍ଥା ଭାବେ ଛିଡା ହେବାକୁ ଯାଉଥିବା ଭାରତ ଏବେ ବିଶ୍ୱ ଶକ୍ତି ଭାବେ ଉଭା ହେବାକୁ ଯାଉଛି। ଚଳିତ ଶତାବ୍ଦୀର ଏହା ସବୁଠାରୁ ବଡ ଘଟଣା ବୋଲି ଟ୍ରମ୍ପ କହିଥିବା ବେଳେ ବିଶ୍ୱରେ କେବଳ ଭାରତ ହିଁ ଏକମାତ୍ର ଦେଶ ଯିଏ ଶାନ୍ତିପୂର୍ଣ୍ଣ ଭାବେ ଏହି ଉପଲବ୍ଧି ହାସଲ କରୁଥିବା କହିଛନ୍ତି। ଟ୍ରମ୍ପଙ୍କ ଭାଷଣରେ ମହାତ୍ମା ଗାନ୍ଧି ଓ ସ୍ୱାମୀ ବିବେକାନନ୍ଦଙ୍କୁ ମଧ୍ୟ ମନପକାଇଥିଲେ।

{"id":228543,"sizeSlug":"large"}

କ୍ରିକେଟର କଥା ବି କହିଛନ୍ତି ଟ୍ରମ୍ପ
ଜଣେ ସଫଳ ବ୍ୟବସାୟୀ ଓ ସଫଳ ରାଜନେତା ଡୋନାଲ୍ଡ ଟ୍ରମ୍ପ କ୍ରିଡାରେ ବି ବେଶ ଋଚି ରଖନ୍ତି। ନମସ୍ତେ ଟ୍ରମ୍ପ ଭାଷଣରେ ପ୍ରଥମ ଥର ତାଙ୍କର କ୍ରିକେଟ୍ ଋଚି ସମ୍ପର୍କରେ ଜଣାପଡିଛି। ଭାରତରେ କ୍ରିକେଟ୍ ଏକ ଲୋକପ୍ରୀୟ କ୍ରିଡାରେ ପରିଣତ ହୋଇଛି। ସଚ୍ଚିନ ତେନ୍ଦୁଲକର ଓ ବିରାଟ କୋହଲିଙ୍କ ଭଳି ଖେଳାଳି କେବଳ ଭାରତ ହିଁ ସୃଷ୍ଟି କରିପାରେ ବୋଲି ଟ୍ରମ୍ପ କହିବା କ୍ରିକେଟ ଫ୍ୟାନସ୍‌ଙ୍କୁ ବେଶ ଉତ୍ସାହିତ କରିଛି।

{"id":228544,"sizeSlug":"large"}

ବଲିଉଡ କଥା ବି କହିଲେ ଟ୍ରମ୍ପ
ଭାରତୀୟଙ୍କ ସଉକ କ୍ରିକେଟ୍ ସହ ବଲିଉଡ କଥା ମଧ୍ୟ କହିଥିଲେ ଟ୍ରମ୍ଫ। ଭାରତୀୟ ଫିଲ୍ମ ଉଦ୍ୟୋଗ ବର୍ଷକୁ ୨ହଜାରରୁ ଅଧିକ ଫିଲ୍ମ ପ୍ରସ୍ତୁତ କରୁଥିବାର ସେ ଜାଣନ୍ତି। ଏହି ସବୁ ଫିଲ୍ମ କେବଳ ଭାରତ କାହିଁକି ସମଗ୍ର ବିଶ୍ୱରେ ବେଶ୍ ଲୋକପ୍ରିୟ ବୋଲି ଟ୍ରମ୍ପ କହିଥିବା ବେଳେ ଆମେରିକାରେ ବି ଲୋକେ ବଲିଉଡ ଫିଲ୍ମ ‘ଦିଲୱାଲେ ଦୁହ୍ଲନିଆ ଲେ ଯାଏଁଗେ’ ବେଶ୍ ପସନ୍ଦ କରିଥିଲେ ବୋଲି ଟ୍ରମ୍ପ କହିଛନ୍ତି।

{"id":228546,"width":574,"height":339,"sizeSlug":"large"}

ଭାଷଣରେ କହିଲେ ହୋଲି, ଦୀପାବଳି ଓ ଲୋକ ପର୍ବର କଥା
ଭାରତୀୟଙ୍କ ସଂସ୍କୃତି ଓ ପରମ୍ପରାର ଭାଷଣରେ ଉଚ୍ଚ ପ୍ରଶଂସା କରିଛନ୍ତି ଆମେରିକା ରାଷ୍ଟ୍ରପତି ଭାରତୀୟଙ୍କ ରଙ୍ଗର ପର୍ବ ହୋଲି ଓ ଆଲୋକର ପର୍ବ ଦୀପାବଳି ବିଶ୍ୱର ସର୍ବତ୍ର ଲୋକପ୍ରୀୟ ବୋଲି ଟ୍ରମ୍ପ କହିବା ସହ ଭାରତର ବିବିଧତା ମଧ୍ୟରେ ଏକତାକୁ ନେଇ ଆଶ୍ଚର୍ଯ୍ୟ ବ୍ୟକ୍ତ କରିଥିଲେ। ବିଶ୍ୱର ସବୁଠୁ ଅଧିକ ଭାଷା ଭାରତୀୟ ଉପଯୋଗ କରୁଥିବା ଟ୍ରମ୍ପ କହିଥିବା ବେଳେ ଏଠାରେ ଲୋକଙ୍କ ଅପୂର୍ବ ଏକତାକୁ ଉଚ୍ଚ ପ୍ରଶଂସା କରିଛନ୍ତି। କେବଳ ଭାରତ ନୁହେଁ ଆମେରିକାର ବିକାଶରେ ଭାରତୀୟଙ୍କ ଯୋଗଦାନକୁ ଟ୍ରମ୍ପ ଉଲ୍ଲେଖନୀୟ କହିଛନ୍ତି। ଅନେକ ଭାରତୀୟ ବ୍ୟବସାୟୀ ଆମେରିକାରେ ବସବାସ କରୁଛନ୍ତି। ଦେଶର ଅର୍ଥନୀତି ନିମନ୍ତେ ସେମାନଙ୍କ ଯୋଗଦାନ ଲାଗି ଟ୍ରମ୍ପ ଭାରତୀୟଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।

{"id":228547,"sizeSlug":"large"}

ଆତଙ୍କବାଦକୁ ନେଇ ଚିନ୍ତାବ୍ୟକ୍ତ କଲେ ଟ୍ରମ୍ପ
ଆମେରିକା ରାଷ୍ଟ୍ରପତି ଭାବେ ଟ୍ରମ୍ପ ତାଙ୍କ ସରକାରଙ୍କ ଉପଲବ୍ଧି ମଧ୍ୟତାଙ୍କ ଅଭିଭାଷଣରେ ରଖିଥିଲେ। ଏବେ ଭାରତ ଓ ଆମେରିକା ସମ୍ପର୍କ କେବଳ ବନ୍ଧୁତ୍ୱ ମଧ୍ୟରେ ସୀମିତ ନାହିଁ, ବାଣିଜ୍ୟ ଓ ବ୍ୟବସାୟରେ ମଧ୍ୟ ଢେର ପ୍ରଗତି କରିଛି। ଆମେରିକା ମଧ୍ୟ ଏକଦା ଆତଙ୍କବାଦ ଗ୍ରସିତ ହୋଇଥିଲା। ଏଣୁ ବିକାଶ ଲାଗି ଆତଙ୍କବାଦ କେତେ ବିପଦପୂର୍ଣ୍ଣ ତାର ଆମେରିକା ଅଭିଜ୍ଞତା କରିଛି। ଏଣୁ ଆମେରିକା ଆତଙ୍କବାଦ ବିରୋଧରେ ବିଶ୍ୱବ୍ୟାପୀ କାର୍ଯ୍ୟକ୍ରମ ହାତକୁନେଇଥିବା ବେଳେ ପ୍ରସଙ୍ଗରେ ଭାରତ ସହ ମିସି ଏବେ କାମ ବି କରିବ ବୋଲି କହିଛନ୍ତି। ଆମେରିକା ଏଲ-କାଏଦା ନିପାତ କରିଥିବା ବେଳେ ଆଇଏସ୍ଆଇଏସ୍ କୁ ବି ଧ୍ୱଂସ୍ତ କରିଛି। ଏଣୁ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ପାକ୍ ଉପରେ ଆମେରିକା ଚାପ ପକାଇଥିବା କହିଛନ୍ତି ଟ୍ରମ୍ପ।

ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମ ପରେ ଆମେରିକା ରାଷ୍ଟ୍ରପତି ପରିବାର ସହ ଉତ୍ତରପ୍ରଦେଶର ଆଗରା ଅଭିମୁଖେ ବାହାରି ଯାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.