Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

ଭାରତର ଅସମୟରେ ଛିଡା ହେବ କି ଆମେରିକା ! ଜବାବ ରଖିଲେ ମାଇକ୍‌ ପମ୍ପେୟୋ

26/06/2020 at 2:10 PM

ୱାସିଂଟନ୍‌ : ଭାରତର ଅସମୟରେ ଆମେରିକା ଛିଡା ହେବ କି ନା, ସେ ନେଇ ଉପୁଜିଥିବା ସନ୍ଦେହ ମୋଚନ କରିଛନ୍ତି  ଯୁକ୍ତରାଷ୍ଟ୍ର ସେକ୍ରେଟାରୀ ଅଫ ଷ୍ଟେଟ୍‌ ମାଇକ୍‌ ପମ୍ପେୟୋ। କେବଳ ଭାରତ ନୁହେଁ ଚୀନ୍‌ ଯୋଗୁ ସମଗ୍ର ଦକ୍ଷିଣ ପୂର୍ବ ଏସିଆରେ ଉପୁଜିଥିବା ପରିସ୍ଥିତି ଲାଗି ଆମେରିକା ପ୍ରସ୍ତୁତି ଆରମ୍ଭ କରିଥିବା ପମ୍ପେୟୋ କହିଛନ୍ତି। ଏଥିଲାଗି ଇୟୁରୋପୀୟ ଦେଶମାନଙ୍କରେ ମୁତୟନ ଯୁକ୍ତରାଷ୍ଟ୍ରର ସେନା ପ୍ରତ୍ୟାହାର ଲାଗି ପଦକ୍ଷେପ ନିଆଯାଉଥିବା ପମ୍ପେୟୋ ଗୁରୁବାର  ବ୍ରେସେଲ୍ସ ଫୋରମରେ କହିଛନ୍ତି।

ଏ ନେଇ ପୂର୍ବରୁ ମଧ୍ୟ ଆମେରିକା ମିତ୍ର ରାଷ୍ଟ୍ରମାନଙ୍କୁ ସୂଚିତ କରିଥିଲା। ତେବେ ସେତେବେଳେ ୟୁରୋପୀୟ ୟୁନିୟନ ନିଷ୍ପତ୍ତିକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ।  ହେଲେ ଚୀନ୍‌ କମ୍ୟୁନିଷ୍ଟ ପାର୍ଟିର କୌଣସି ବି କାର୍ଯ୍ୟାନୁଷ୍ଠାନ ଭାରତ ସମେତ ଭିଏତନାମ, ଇଣ୍ଡୋନେସିଆ, ମାଲେସିୟା ଓ ଫିଲପାଇନ୍ସ ଆଦି ଦେଶଙ୍କ ଲାଗି ବିପଦ ହୋଇପାରେ। ଏଣୁ ଦକ୍ଷିଣ-ପୂର୍ବ ଏସିଆରେ ଉପୁଜିଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ସେନା ପ୍ରତ୍ୟାହାର ଲାଗି ଯୁକ୍ତରାଷ୍ଟ୍ର ଇୟୁକୁ କହିଥିଲା ବୋଲି ପମ୍ପେୟୋ କହିଛନ୍ତି।

ସେକ୍ରେଟାରୀ ଅଫ ଷ୍ଟେଟ୍ କହିଛନ୍ତି ଯେ ଚୀନ୍‌ର ପ୍ୟୁପିଲ୍ସ ଲିବରେସନ ଆର୍ମିର ମୁକାବିଲା ଲାଗି  ଆମେ  ପ୍ରସ୍ତୁତ ତାହା ଏବେ ସୁନିଶ୍ଚିତ କରିବାକୁ ଚାହୁଁଛୁ। ଚୀନ୍‌ ପଟରୁ ପଡୋଶୀ ଦେଶମାନଙ୍କ ପ୍ରତି ବିପଦ ରହିଛି ଓ ଆମେ ଏଥିପ୍ରତି ନଜର ରଖିଛୁ ବୋଲି ସେ କହିଛନ୍ତି। ଏଥିଲାଗି ଇୟୁ ସହ ଆମେରିକା ଖୁବ୍ ଶୀଘ୍ର ଆଲୋଚନା କରିବ ବୋଲି ମଧ୍ୟ ପମ୍ପେୟୋ କହିଛନ୍ତି। ସାଉଥ ଚାଇନା ସମୁଦ୍ରରେ ଚୀନର ବଢୁଥିବା ପ୍ରଭାବ, ଅନ୍ୟମାନଙ୍କୁ କ୍ଷତିରେ ପକାଉଥିବା ଚୀନର ଆର୍ଥିକ ନୀତି ନେଇ ମଧ୍ୟ ପମ୍ପେୟୋ ଖୋଲାଖୋଲି ଆଲୋଚନା କରିଛନ୍ତି। ଏଣୁ ଟ୍ରାନ୍ସ ଆଟଲାଣ୍ଟିକ ଆଲାଏନ୍ସରୁ ଚୀନ୍‌ ବିପଦକୁ ନେଇ ସହଯୋଗ ମିଳିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

ଆମେରିକା ଇୟୁରୋପରୁ ସେନା ସଂଖ୍ୟା ୫୨ ହଜାରରୁ ୨୫ ହଜାରକୁ ହ୍ରାସ କରିବାକୁ ଯୋଜନା କରିଛି। ତେବେ ଏହି ସେନା କିଛି ସ୍ଥାନରୁ ପ୍ରତ୍ୟାହୃତ ହେବେ ଯେପରି ଇୟୁରୋପର ସୁରକ୍ଷା ପ୍ରଭାବିତ ନ ହୁଏ ବୋଲି ପମ୍ପେୟୋ କହିଛନ୍ତି । ତେବେ ମାମଲାରେ ଇୟୁ ଓ ଆମେରିକା ଏବେ  ମିଳିତଭାବେ କାର୍ଯ୍ୟ କରିବାର ଆବଶ୍ୟକତା ଥିବାର ସେ କହିଛନ୍ତି,  ଫଳରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଏକତ୍ର କରାଯାଇପାରିବ।  ଏମିତିରେ ଚୀନ୍‌ ପ୍ରତି ଇୟୁରୋପ ଅଧିକ ଉଦାର ବୋଲି ଆଲୋଚନା ହେଉଛି। ଏଣୁ ଏଭଳି କାର୍ଯ୍ୟ କଲେ ଭବିଷ୍ୟତରେ ଏପରି ଅଭିଯୋଗ ରହିବ ନାହିଁ ବୋଲି କହିଛନ୍ତି ପମ୍ପେୟୋ।

   Related Posts