Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

ତାଲିବାନଙ୍କ ହାତରୁ ପୁଣି ଶାସନ ଛଡାଇବ ଆମେରିକା, ପାକିସ୍ତାନରେ ନିର୍ମାଣ ହେବ ଆମେରିକୀୟ ସାମରିକ ଘାଟି !

3/11/2021 at 6:01 PM

କାବୁଲ ୩।୧୧:  ଆମେରିକା ପୁଣି ଥରେ ହାତେଇପାରେ ଆଫଗାନିସ୍ତାନ।  ଟୋଲ ନ୍ୟୁଜ୍‌ ସୂତ୍ରରୁ ଏପରି ସୂଚନା ମିଳୁଛି। ଆମେରିକା ପଡୋଶୀ ଦେଶରେ ନିଜର ସାମରିକ ଘାଟି ନିର୍ମାଣ ଲାଗି ପ୍ରୟାଶ କରୁଥିବାର ଏଥିରେ କୁହାଯାଇଛି। ଆମେରିକା ସାମରିକ ଘାଟି ଲାଗି ପାକିସ୍ତାନ, ଉଜବେକିସ୍ତାନ ଓ କିରଗିଜ ସ୍ତାନକୁ ପ୍ରସ୍ତାବ ଦେଇଥିବାର ଋଷିଆ ଟେଲିଭିନଜନ ଆଧାରରେ ପ୍ରସାରିତ ରିପୋର୍ଟରେ ଦାବି କରାଯାଉଛି।

ଆଫଗାନିସ୍ତାନ ନ୍ୟାସନାଲ ସୋଲିଡାରିଟି ମୁଭମେଣ୍ଟ ନେତା ସୟଦ ଇଶାକ୍ ଗିଲାନୀ ମଧ୍ୟ ଏହାକୁ ପୁଷ୍ଟି କରିଛନ୍ତି। ତେବେ ଏଥର ଆମେରିକା ତାର ସୈନ୍ୟ ଘାଟି ଆଫଗାନିସ୍ତାନ ଶାସନ ହାତେଇବା ଲାଗି ନୁହେଁ ଅଲ-କାଏଦା ଓ ଆଇଏସଆଇଏସର ଦମନ ଲାଗି ସ୍ଥାପନ କରିପାରେ ବୋଲି ସେ କହିଛନ୍ତି। ଏପରି ହେଲେ ଆଫଗାନିସ୍ତାନ ମଧ୍ୟ କ୍ଷତିଗ୍ରସ୍ତ ହେବ ବୋଲି ସେ ସତର୍କ କରାଇ ଦେଇଛନ୍ତି।

ଆଫଗାନିସ୍ତାନରୁ ଆମେରିକାର ସୈନ୍ୟ ପ୍ରତ୍ୟାହାର ପରେ ତାଲିବାନ ପୁଣି ଶାସନ ହାତେଇ ନେଇଛନ୍ତି। ଗତ ଅଗଷ୍ଟ ମଧ୍ୟରେ ତାଲିବାନ ଦେଶର ଶାସନ ହାତେଇଥିଲେ ହେଁ ଏପର୍ଯ୍ୟନ୍ତ ଦେଶରେ ସରକାର ଥିବା ପରି ମନେହେଉ ନାହିଁ। ଅପରପକ୍ଷେ ଅରାଜକତା ଚରମ ସୀମାରେ ପହଞ୍ଚିଛି। ତାଲିବାନ ଦେଶର ଶାସନ ଶୃଙ୍ଖଳିତ କରିବା ବଦଳେ ପୂର୍ବଭଳି ଫର୍ମାନ ଜାରି କରି ଚୁପ ରହୁଛନ୍ତି। ଫଳରେ ଦେଶର ବାଣିଜ୍ୟ ବ୍ୟବସାୟ ପୁଣି ଖୋଲିପାରୁନଥିବା ବେଳେ ଅତ୍ୟାବଶକୀୟ ସାମଗ୍ରୀର ଗୁରୁତର ଅଭାବ ଦେଖା ଦେଇଛି। ଏଥିରେ ତାଲିବାନ ସହ ବିଭିନ୍ନ ଆତଙ୍କବାଦ ଗୋଷ୍ଠୀଙ୍କ ବିବାଦ ଦେଶର ପରିସ୍ଥିତିକୁ ଚରମ ବିପର୍ଯ୍ୟୟ ଆଡକୁ ନେଇଚାଲିଛି।   

   Related Posts