Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଆମେରିକା ସଂସଦରେ ‘ଉଇଗର ରାଇଟସ୍ ପଲିସି ଅଧିନିୟମ’ ଗୃହୀତ, ଜାଣନ୍ତୁ ଚୀନର ପ୍ରତିକ୍ରିୟା କ’ଣ?

18/06/2020 at 8:16 PM

ବେଜିଂ ୧୮।୬: ଗୋଟିଏ ପଟେ ସୀମାକୁ ନେଇ ଭାରତ ସହ ଉତ୍ତେଜନାମୂଳକ ପରିସ୍ଥିତି ଉପୁଜିଥିବା ବେଳେ ଅନ୍ୟପଟେ ଆମେରିକାର ଡୋନାଲ୍ଡ ଟ୍ରମ୍ଫ ସରକାର ଗୁରୁବାର ସଂସଦରେ ଚୀନରେ ଉଇଗର ଓ ଅନ୍ୟ ସଂଖ୍ୟାଲଘୁ ମୁସଲମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ନେଇ ବିଧେୟକ ଗୃହୀତ କରାଇ ନେଇଛନ୍ତି। ଉଇଗର ରାଇଟସ୍ ପଲିସି ଆକ୍ଟ ନାମକ ଏହି ବିଧେୟକ ଦ୍ୱାରା ଏବେ ମୁସଲମାନ ଓ ସଂଖ୍ୟାଲଘୁଙ୍କ ପ୍ରତି ଚୀନରେ ହେଉଥିବା ଅମାନବୀୟ ଅତ୍ୟାଚାର ଲାଗି ଅଧିକାରୀଙ୍କ ବିରୋଧରେ କଟକଣା ଲାଗୁ କରାଯାଇପାରିବ। 

ଆମେରିକା ସଂସଦର ପଦକ୍ଷେପ ନେଇ ବେଜିଂକୁ ସୂଚନା ମିଳିବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।  ଆମେରିକାର ଏଭଳି ଆଇନକୁ ବେଜିଂ  ଅଗ୍ରାହ୍ୟ  କରିଦେବା ସହ ଏହାକୁ ସିନଜିଆଙ୍ଗ ପ୍ରାନ୍ତରେ ଚୀନ ନୀତି ଉପରେ ଆକ୍ରମଣ ବୋଲି କହିଛି। ଏଣୁ ଏହାର ପରିଣାମ ଲାଗି ପ୍ରସ୍ତୁତ ରହିବାକୁ ଆମେରିକାକୁ  ଧମକ୍ ଦେଇଛି ବେଜିଂ।

ତେବେ ଆଇନ ଅନୁସାରେ ଆମେରିକା ପ୍ରଶାସନ ଏବେ  ଚୀନରେ ଉଇଗର ଓ ଅନ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ଉପରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଲାଗି ଦାୟି ଅଧିକାରୀଙ୍କ ଚିହ୍ନଟ କରିବା ସହ କାର୍ଯ୍ୟାନୁଷ୍ଠାନ କରିପାରିବେ। ଚୀନରେ ସଂଖ୍ୟାଲଘୁ ଉଇଗରଙ୍କ ଉପରେ ଏବେ ନିର୍ଯାତନା ସୀମା ପାର କରିଛି। ସେମାନଙ୍କୁ ଚୀନ ଅଧିକାରୀମାନେ ମନମୁଖୀ ବନ୍ଦୋବସ୍ତରେ ରଖିବା ସହ ନିର୍ଯାତନା ଦେଉଥିବାର ସାରା ବିଶ୍ୱରେ ଚର୍ଚ୍ଚା ହେଉଛି। ପ୍ରସଙ୍ଗରେ ଚୀନ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ଝାଓ ଲିଜିୟାନ ଏକ ବୟାନରେ ପ୍ରସଙ୍ଗରେ ଦେଶ ଏବେ ପଛକୁ ହଟିଯିବ ଓ ଆମେରିକା ସମସ୍ତ ପରିଣାମ ଲାଗି ଦାୟି ରହିବ ବୋଲି ସତର୍କ କରାଇଦେଇଛନ୍ତି।

ଏ ନେଇ ମନ୍ତ୍ରାଳୟ ୱେବ୍‌ସାଇଟ୍‌ରେ ମଧ୍ୟ ସୂଚିତ କରାଯାଇଛି। ଯେଉଁଥିରେ ଚୀନ୍ ଆମେରିକାର ଉଇଗର ହ୍ୟୁମାନ ରାଇଟସ୍ ପଲିସି ଆକ୍ଟ ୨୦୨୦କୁ ବିରୋଧ କରିବା ସହ ଆତଙ୍କବାଦ ବିରୋଧ ପ୍ରସଙ୍ଗରେ ଆମେରିକାର ଦୋହରା ନୀତିକୁ ନେଇ ପ୍ରଶ୍ନ ଉଠାଇଛି। ଶିନଜିଆଙ୍ଗକୁ ଚୀନ୍‌ର ଅନ୍ତରୀଣ ମାମଲା ବୋଲି କହିଛି। ତେବେ ଏହି ଆଇନ ବଳରେ ଯୁକ୍ତରାଷ୍ଟ୍ରରେ ଏବେ ଚୀନର ଏପରି ଅଧିକାରୀଙ୍କ ସମ୍ପତ୍ତି ଜବତ କରାଯାଇ ପାରିବା ସହ ସେମାନଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇପାରିବ। ଜାତିସଂଘଙ୍କ ଆକଳନ ଅନୁସାରେ ସିନଜିଆଙ୍ଗ ପ୍ରାନ୍ତରେ ପ୍ରାୟ ୧ ନିୟୁତରୁ ଅଧିକ ସଂଖ୍ୟାଲଘୁ ମୁସଲମାନଙ୍କୁ ବିଭିନ୍ନ ଅଟକ କ୍ୟାମ୍ପରେ ରଖାଯାଇଥିବା ବେଳେ ସେମାନଙ୍କ ପ୍ରତି ଶାରୀରିକ, ମାନସିକ ନିର୍ଯାତନା ଦିଆଯାଉଛି। କେବଳ ଏତିକି ନୁହେଁ ଏଠାରେ ସେମାନଙ୍କର ଧର୍ମ ଓ ସାଂସ୍କୃତିକ ପରମ୍ପରାକୁ ମଧ୍ୟ ଅଲୁପ୍ତ କରିବାକୁ ଉଦ୍ୟମ କରାଯାଉଥିବାର ଅଭିଯୋଗ ହେଉଛି।

   Related Posts