Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର ; ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଗଣେଶ ନଗରରେ ପୁଲିସ୍ ର ଚଢାଉ
  • ||
  • ନକଲି ଟମାଟ, ଚିଲି, ସୋୟା ସୋସ୍ ୟୁନିଟ୍ ଉପରେ ଚଢାଉ
  • ||
  • କେତେ ପରିମାଣର ନକଲି ସାମଗ୍ରୀ ଜବତ, ତାହା ତଦନ୍ତ ପରେ ଜଣାପଡିବ ବୋଲି ପୁଲିସର ସୂଚନା
  • ||
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||

ଆମେରିକାରେ ହିଂସା ଘଟଣା : ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ, ବୁଧବାର ହୋଇପାରେ ମତଦାନ

12/01/2021 at 10:02 AM

ୱାଶିଂଟନ୍, ୧୨/୦୧: ଆମେରିକାର ସଂସଦ ଭବନରେ ଗତ ବୁଧବାର ହୋଇଥିବା ହିଂସାକୁ ନେଇ ପ୍ରତିନିଧି ସଭାର ଡେମୋକ୍ରାଟ୍ ସାଂସଦମାନେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିଛନ୍ତି। ଡେମୋକ୍ରାଟଙ୍କ ଦ୍ୱାରା ପରିଚାଳିତ ସଂସଦରେ ଏହି ପ୍ରସ୍ତାବ ଉପରେ ଆଲୋଚନା ହୋଇପାରେ ବୋଲି ସୂଚନା ମିଳିଛି।

ମହାଭିଯୋଗ ପ୍ରସ୍ତାବ ଆଗତ ହେବା ପରେ ପ୍ରତିନିଧି ସଭାର ବହୁମତ ପାର୍ଟିର ନେତା ଷ୍ଟୋନି ହେୟାର କହିଛନ୍ତି ଯେ, ଯଦି ଏହି ପ୍ରସ୍ତାବ ପାରିତ ହୋଇଯାଏ ତେବେ ଟ୍ରମ୍ପ ପ୍ରଥମ ରାଷ୍ଟ୍ରପତି ହେବେ ଯାହାଙ୍କ ବିରୋଧରେ ଦୁଇ ଦୁଇ ଥର ମହାଭିଯୋଗ ପ୍ରସ୍ତାବ ଆସିଛି । ଅନ୍ୟପଟେ ଏହି ପ୍ରସ୍ତାବକୁ ବିରୋଧ କରି ରିପବ୍ଲିକାନ୍ ସାଂସଦ ଏଲେକ୍ସ ମୁନେ କହିଛନ୍ତି, ସଦନରେ ଏହି ଅଭିଯୋଗକୁ ନାମଞ୍ଜୁର କରିଦେବା ଉଚିତ୍‌ ବୋଲି ।

ପ୍ରତିନିଧି ସଭାର ଅଧ୍ୟକ୍ଷ ନ୍ୟାନ୍ସି ପେଲୋସି ଅଭିଯୁକ୍ତଙ୍କ ବିରୋଧରେ ସଂସଦରେ ଅଭିଯୋଗ ଆଣିବା ପୂର୍ବରୁ କହିଛନ୍ତି ଯେ, ଆମର ସମ୍ୱିଧାନ ଏବଂ ଲୋକତନ୍ତ୍ରର ରକ୍ଷା ପାଇଁ ତୁରନ୍ତ ପଦକ୍ଷେପ ନେବା ଦରକାର। କାରଣ ଟ୍ରମ୍ପ ରାଷ୍ଟ୍ରପତି ପଦରେ ରହିବା ସମ୍ୱିଧାନ ପ୍ରତି ବିପଦ ହୋଇପାରେ।

ପେଲୋସିଙ୍କ ଟିମ୍ ୨୫ତମ ସଂଶୋଧନ ଲାଗୁ କରିବା ପାଇଁ ଉପରାଷ୍ଟ୍ରପତି ମାଇକ୍‌ ପେନ୍ସ ଏବଂ କ୍ୟାବିନେଟ୍‌ ମନ୍ତ୍ରୀମାନଙ୍କୁ ସନ୍ଧ୍ୟା ସମୟରେ ମତଦାନ କରିବା ପାଇଁ କହିବେ। ସେ ମଙ୍ଗଳବାରକୁ ପୂର୍ଣ୍ଣ ସଦନ ସାମ୍ନାରେ ଏହି ପ୍ରସ୍ତାବ ରଖିବେ । ଏହାକୁ ପାରିତ କରିବା ପାଇଁ ପେନ୍ସ ଏବଂ କ୍ୟାବିନେଟ୍‌ ପାଖରେ ମହାଭିଯୋଗ ବିଚାରର ପୂର୍ବ ୨୪ ଘଣ୍ଟା ସମୟ ରହିବ। ତେବେ ଆଶାରାଯାଉଛି ଏହି ମହାଭିଯୋଗର ଶୁଣାଣି ଆସନ୍ତା ବୁଧବାର ଦିନ ହୋଇପାରେ ।

   Related Posts